ETV Bharat / state

୨ ବର୍ଷରେ ପାଦ ଥାପିଲା ଗୁରୁପ୍ରିୟା, ଲୋକଙ୍କ ପାଖରେ ପହଞ୍ଚିପାରିନି ମୌଳିକ ସୁବିଧା

author img

By

Published : Jul 26, 2020, 4:39 AM IST

Updated : Jul 26, 2020, 10:27 AM IST

ସ୍ବାଭିମାନ ଅଞ୍ଚଳର ଲାଇଫ ଲାଇନ କୁହାଯାଉଥିବା ଗୁରୁପ୍ରିୟା ସେତୁକୁ ପୁରିଛି ଦୁଇ ବର୍ଷ । ଦୁଇ ବର୍ଷ ମଧ୍ୟରେ ସ୍ବାଭିମାନ ଅଞ୍ଚଳରେ ସେତେଟା ଉନ୍ନତି ହୋଇନଥିଲେ ମଧ୍ୟ କିଛି ପଞ୍ଚାୟତ ସଦର ମହକୁମାକୁ ସଂଯୋଗୀକରଣ ହୋଇପାରିଛି । କିନ୍ତୁ ଏବେ ବି ଅନେକ ଅଞ୍ଚଳ ଅପହଞ୍ଚ ଥିବା ବେଳେ ଲୋକଙ୍କ ପାଖରେ ପହଞ୍ଚିପାରିନି ମୌଳିକ ସୁବିଧା । ଅଧିକ ପଢନ୍ତୁ...

୨ ବର୍ଷରେ ପାଦ ଥାପିଲା ଗୁରୁପ୍ରିୟା, ଲୋକଙ୍କ ପାଖରେ ପହଞ୍ଚିପାରିନି ମୌଳିକ ସୁବିଧା
୨ ବର୍ଷରେ ପାଦ ଥାପିଲା ଗୁରୁପ୍ରିୟା, ଲୋକଙ୍କ ପାଖରେ ପହଞ୍ଚିପାରିନି ମୌଳିକ ସୁବିଧା

ମାଲକାନଗିରି: ୨ ବର୍ଷ ରେ ପାଦ ଥାପିଲା ଗୁରୁପ୍ରିୟା । ସ୍ବାଭିମାନ ଅଞ୍ଚଳର ଲାଇଫ ଲାଇନ କୁହାଯାଉଥିବା ଗୁରୁପ୍ରିୟା ସେତୁକୁ ପୁରିଛି ଦୁଇ ବର୍ଷ । ଦୁଇ ବର୍ଷ ମଧ୍ୟରେ ସ୍ବାଭିମାନ ଅଞ୍ଚଳରେ ସେତେଟା ଉନ୍ନତି ହୋଇନଥିଲେ ମଧ୍ୟ କିଛି ପଞ୍ଚାୟତ ସଦର ମହକୁମାକୁ ସଂଯୋଗୀକରଣ ହୋଇପାରିଛି । କିନ୍ତୁ ଏବେ ବି ଅନେକ ଅଞ୍ଚଳ ଅପହଞ୍ଚ ଥିବା ବେଳେ ଲୋକଙ୍କ ପାଖରେ ପହଞ୍ଚିପାରିନି ମୌଳିକ ସୁବିଧା ।

ଲାଲଗଡ ଭାବେ ପରିଚିତି ସ୍ବାଭିମାନ ଅଞ୍ଚଳ ଗୁରୁପ୍ରିୟା ସେତୁ ପରେ ତିନୋଟି ନୂତନ କ୍ୟାମ୍ପ ପ୍ରତିଷ୍ଠା ହେବା ସହ ଗୋଟିଏ ମୋଡେଲ ପୋଲିସ ଷ୍ଟେସନ ମଧ୍ୟ ସ୍ଥାପନ କରିଛି ପୋଲିସ ବିଭାଗ । ଲାଲ ବାହିନୀକୁ ମାତ ଦେଇ ସ୍ବାଭିମାନ ଅଞ୍ଚଳରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡାଇଛି ମାଲକାନଗିରି ପୋଲିସ । କିନ୍ତୁ ଏବେ ବି ସେହି ଅଞ୍ଚଳରେ ଲାଲ ବାହିନୀର ଦବଦବା ଥିବା ବେଳେ ଧିରେ ଧିରେ ଏହାର ସମାଧାନ କରାଯିବ ବୋଲି ଏସପି କହିଥିବା ବେଳେ ଜିଲ୍ଲାପାଳ କହିଛନ୍ତି ସେହି ଅଞ୍ଚଳରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି । ଆସନ୍ତା ୨୦୨୩ ମସିହା ପୂର୍ବରୁ ସ୍ବାଭିମାନ ଅଞ୍ଚଳ ସମସ୍ତ ଅଞ୍ଚଳକୁ ବିକାଶ ପହଞ୍ଚିଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ବିଛିନ୍ନାଞ୍ଚଳବାସୀଙ୍କର ବର୍ଷ ବର୍ଷର ସ୍ବପ୍ନ ଥିବା ଗୁରୁପ୍ରିୟା ସେତୁ ଆଉ ଏହି ସେତୁ ହେବା ପରେ ବିଛିନ୍ନାଞ୍ଚଳ ନାମ ପରିବର୍ତ୍ତନ ହୋଇ ହେଲା ସ୍ବାଭିମାନ ଅଞ୍ଚଳ । କିନ୍ତୁ ଇତି ମଧ୍ୟରେ ବିତିଯାଇଛି ଦୁଇ ବର୍ଷ ଦୁଇ ବର୍ଷ ମଧ୍ୟରେ କେତେ ପରିମାଣର ବିକାଶ ପରିଲକ୍ଷିତ ହୋଇପାରି ନାହିଁ । ଅଳ୍ପ କିଛି ଗାଁକୁ ପିଚୁ ରାସ୍ତା ହୋଇଥିବା ବେଳେ ଅନ୍ୟ କିଛି ପଞ୍ଚାୟତ ସଦର ମହକୁମାକୁ ମାଟି ରାସ୍ତା ସଂଯୋଗ କରିଛି ଜିଲ୍ଲା ପ୍ରଶାସନ ।ଏବେ ବି ଅନେକ ଅଞ୍ଚଳ ପୂର୍ବପରି ଅପହଞ୍ଚ ହୋଇ ରହିଛି ।

ଜିଲ୍ଲାପାଳ କହିଛନ୍ତି ଗୁରୁପ୍ରିୟା ସେତୁ ହେବା ପରେ ସମସ୍ତ ପଞ୍ଚାୟତ ସଦର ମହକୁମାକୁ ରାସ୍ତା ଯୋଗେ ସଂଯୋଗୀକରଣ କରାଯାଇଛି । ୩୫୦ଟି ନଳକୂପ ଖୋଳିବା ସହ ପ୍ରତ୍ୟେକ ବର୍ଷ ଏକ କୋଟି ମାଛ ଯାଆଁଳା ଜଳଭଣ୍ଡାରରେ ଛଡାଯାଉଛି । ଏହା ସହ ସେହି ଅଂଚଳର ଲୋକଙ୍କ ବଞ୍ଚିବା ଶୈଳୀ କିଭଳି ପରିବର୍ତ୍ତନ ହେବ ଏଥି ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ଲୋକଙ୍କୁ ନରେଗା ଓ ଅନ୍ୟ ଯୋଜନାରେ ସାମିଲ କରାଯାଇ ତାଙ୍କର ମାନଦଣ୍ଡକୁ ସୁଦୃଢ କରାଯାଉଛି । ଏହାସହ ଜଳସେଚନ ବ୍ୟବସ୍ଥାକୁ ମଧ୍ୟ ଦୃଢ କରାଯାଉଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

Last Updated : Jul 26, 2020, 10:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.