ETV Bharat / state

କୁକୁଡ଼ା ଗାଡ଼ି-ବାଇକ୍ ମୁହାଁ ମୁହିଁ ଧକ୍କା, 2 ମୃତ - Two died in Road accident

Road accident: ୩୨୬ ନମ୍ବର ଜାତୀୟ ରାଜପଥରେ ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା । କୁକୁଡ଼ା ଗାଡ଼ି ସହ ମୋଟର ସାଇକେଲ ଧକ୍କା । ଘଟଣା ସ୍ଥଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ । ଅଧିକ ପଢ଼ନ୍ତୁ,

ମର୍ମନ୍ତୁଦ ଦୁର୍ଘଟଣା
ମର୍ମନ୍ତୁଦ ଦୁର୍ଘଟଣା
author img

By ETV Bharat Odisha Team

Published : Jan 8, 2024, 7:07 AM IST

ମର୍ମନ୍ତୁଦ ଦୁର୍ଘଟଣା

ମାଲକାନଗିରି : ୩୨୬ ନମ୍ବର ଜାତୀୟ ରାଜପଥରେ ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା । କୁକୁଡା ଗାଡ଼ି ସହ ମୋଟର ସାଇକେଲ ଧକ୍କା । ଘଟଣା ସ୍ଥଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏମ୍ ଭି ୧୨୬ ଘାଟି ନିକଟରେ ଘଟିିଛି ଏହି ଦୁର୍ଘଟଣା । ଦୁର୍ଘଟଣା ପାଇଁ ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରାଯାଇଛି।

ଗତକାଲି(ରବିବାର) ଅପରାହ୍ନ ୪ଟା ସମୟରେ ୩୨୬ ନମ୍ବର ଜାତୀୟ ରାଜପଥର ଏମ୍ ଭି ୧୨୬ ଘାଟି ନିକଟରେ ଘଟିଛି ଦୁର୍ଘଟଣା । ଏକ କୁକୁଡା ଗାଡ଼ି ସହ ମୋଟର ସାଇକେଲ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ୨ ଯୁବକ କାଲିମେଳା ଅନ୍ତର୍ଗତ ବଡିଗଟା ପଞ୍ଚାୟତ କୁତବାନପଲ୍ଲୀ ଗ୍ରାମର ମୁକା ମାଢ଼ିଙ୍କ ପୁଅ ସୁଜିତ ମାଢ଼ି ଓ ଗଙ୍ଗା ମାଢ଼ିଙ୍କ ପୁଅ ଶିଙ୍ଗା ମାଢ଼ି । ଆହତ ଜଣକ ସେହି ଗ୍ରାମର ଗଙ୍ଗା ବେଟୀଙ୍କ ପୁଅ ସମିର ବେଟୀ ବୋଲି ଜଣାପଡିଛି ।

ଘଟଣାରୁ ପ୍ରକାଶ ଯେ, ଏହି ୩ ଜଣ ସାଙ୍ଗ ଗୋଟିଏ ମୋଟର ସାଇକେଲ ଯୋଗେ ଏମଭି ୧୨୬ରୁ କାଲିମେଳା ଅଭିମୁଖେ ଆସୁଥିଲେ । ସେହି ସମୟରେ ବିପରୀତ ଦିଗରୁ ମୋଟୁ ଯାଉଥିବା କୁକୁଡ଼ା ଗାଡ଼ି ଏମଭି ୧୨୬ ଘାଟି ନିକଟରେ ଏମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ୩ ଜଣ ରାସ୍ତା କଡ଼କୁ ଛିଟିକି ପଡିଥିଲେ। ସେମାନଙ୍କ ମଧ୍ୟରୁ ସୁଜିତ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଶିଙ୍ଗା କାଲିମେଳା ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ବରଣ କରିଛନ୍ତି । ତେବେ କେଉଁ କାରଣ ପାଇଁ ଏତେ ବଡ଼ ଦୁର୍ଘଟଣା ହେଲା ସେ ନେଇ ଏମଭି ୭୯ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ମୃତ ଦେହ ଏବଂ ଗାଡ଼ି ଜବତ କରିଛି ।

ଏହା ମଧ୍ୟ ପଢ଼ନ୍ତୁ.... କଟକ-ଚାନ୍ଦବାଲି ରାସ୍ତା ଦୁର୍ଘଟଣା ଆହତମାନେ ଏସସିବିରେ ହେଉଛନ୍ତି ସୁସ୍ଥ

ବେପରୁଆ ଗାଡ଼ି ଚାଳନା ପାଇଁ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା । ଟିକିଏ ଅସାବଧାନତା ଯୋଗୁଁ ଅକାଳରେ ଯାଉଛି ଜୀବନ । ରାସ୍ତାରେ ଦୁର୍ଘଟଣା ହ୍ରାସ ପାଇଁ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ ତାହା କୌଣସି ପ୍ରଭାବ ପକାଉ ନ ଥିବା ଦେଖିବାକୁ ମିଳୁଛି । ଗତକାଲି ମାଲକାନଗିରି ଅଭିମୁଖେ ଯାଉଥିବା ଦିଲଖୁସ ବସ୍ ସହ ଦୀପକ ନାମକ ଏକ ଘରୋଇ ବସ୍ ଜି. ଦାମଦରପଲ୍ଲୀ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ 5ରୁ ଊର୍ଦ୍ଧ୍ବ ଗୁରୁତର ଆହାତ ହୋଇଥିବା ବେଳେ ବସ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.