ETV Bharat / state

ଦୁଇଟି ବାଇକ ପୋଡିଦେଲେ ଦୁର୍ବୃତ୍ତ

author img

By

Published : Jan 24, 2021, 10:41 AM IST

ମାଲକାନଗିରି ମାଥିଲି ବ୍ଳକ ଅଞ୍ଚଳରେ ଅଘଟଣ । ରାତି ଅଧରେ ଆସି ଦୁଇଟି ବାଇକ ପୋଡିଦେଲେ ଦୁର୍ବୃତ୍ତ । ତେବେ ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରୁଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ଦୁଇଟି ବାଇକ ପୋଡିଦେଲେ ଦୁର୍ବୃତ୍ତ
ଦୁଇଟି ବାଇକ ପୋଡିଦେଲେ ଦୁର୍ବୃତ୍ତ

ମାଲକାନଗିରି: ରାତି ଅଧରେ ଆସି ଦୁଇଟି ବାଇକ ପୋଡିଦେଲେ ଦୁର୍ବୃତ୍ତ । ଏଭଳି ଅଘଟଣ ଘଟିଛି ମାଲକାନଗିରି ମାଥିଲି ବ୍ଳକ ମାଡକାମୀଗୁଡାରେ । ତେବେ ରାତି ପ୍ରାୟ ୧୧ଟା ବେଳେ ହଠାତ କିଛି ଦୁର୍ବୃତ୍ତ ଆସି ଘରେ ଥିବା ଦୁଇଟି ବାଇକ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଟାୟାର ଫାଟିବା ଶବ୍ଦ ଶୁଣି ଘର ମାଲିକ ଉଠିବା ବେଳକୁ ବାଇକ ଦୁଇଟି ଜଳୁଥିବା ଦେଖିଥିଲେ । ଅନ୍ୟ ଉପାୟ ନପାଇ ଘର ମାଲିକ ଆଖପାଖ ଲୋକଙ୍କୁ ଡାକିବା ସହ ନିଆଁକୁ ଆୟତ୍ତ କରିଥିଲେ।

ଦୁଇଟି ବାଇକ ପୋଡିଦେଲେ ଦୁର୍ବୃତ୍ତ

ମାଥିଲି ସଦରଠାରୁ ତିନି କିଲୋମିଟର ଦୂରରେ ଏଭଳି କାଣ୍ଡ ଘଟିଥିବା ବେଳେ ଗ୍ରାମବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି। ତେବେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାରୁ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.