ETV Bharat / state

ଚେକଅପ୍‌ ପାଇଁ ଆସି ମେଡିକାଲରୁ ଚମ୍ପଟ ମାରିଲେ 2 ଅଭିଯୁକ୍ତ

ଗଞ୍ଜେଇ ଚୋରା ଚାଲାଣରେ ଗିରଫ ହୋଇ ହସ୍ପିଟାଲକୁ ଚେକଅପ ପାଇଁ ଯାଇଥିବା ବେଳେ ୨ ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ

ମେଡିକାଲରୁ ଚମ୍ପଟ ମାରିଲେ ଦୁଇ ଅଭିଯୁକ୍ତ, ଜଣଙ୍କୁ କାବୁ କଲା ପୋଲିସ

author img

By

Published : May 20, 2022, 1:19 PM IST

ମାଲକାନଗିରି: ମେଡିକାଲରୁ ଚେକଅପ ପାଇଁ ଯାଇଥିବା ବେଳେ ଚମ୍ପଟ ମାରିଲେ ଦୁଇ ଅଭିଯୁକ୍ତ । ଗଞ୍ଜେଇ ଚୋରା ଚାଲାଣରେ ମାଲକାନଗିରି କାଲିମେଳା ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଫେରାର ପରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଛି । ସୂଚନା ଅନୁଯାୟୀ ଗତକାଲି ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିବା ପୂର୍ବରୁ ମେଡିକାଲ ଚେକଅପ ପାଇଁ ମେଡିକାଲ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ଚେକଅପ କରିବା ସମୟରେ ପୋଲିସକୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ ଦୁଇ ଅଭିଯୁକ୍ତ ।

ଗତକାଲି ରାତିରେ ବୁଦୁଗୁଡା ନିକଟରୁ ଜଣକୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ଏବେ ବି ଅନ୍ୟ ଜଣେ ଫେରାର ରହିଛି । ଧରାପଡିଥିବା ଅଭିଯୁକ୍ତ ଜଣଙ୍କ ହେଉଛି ମହାରାଷ୍ଟ୍ରର ଦୀପକ ପାଟିଲ ୱେବ । ଫେରାର ଥିବା ଅଭିଯୁକ୍ତ ହେଉଛି ମାଲକାନଗିରି ଟେକଗୁଡ଼ାର ହରି ମାଟାମ । ଏହି ଘଟଣା ପରେ ପୋଲିସ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.