ETV Bharat / state

ସୀମାରେ ଡ୍ୟାମ ନିର୍ମାଣ କରୁଛି ଛତିଶଗଡ଼, ଆଦିବାସୀଙ୍କ ପ୍ରଜାମେଳି

author img

By

Published : Dec 30, 2022, 10:54 AM IST

Updated : Dec 30, 2022, 1:51 PM IST

ଆନ୍ଧ୍ର ପରେ ଏବେ ଛତିଶଗଡ଼ ସରକାରଙ୍କ ସୀମାନ୍ତ ଜଙ୍ଗଲ ଉପରେ ପଡ଼ିଛି ନଜର । ସମାନ୍ତ ଅଞ୍ଚଳରେ ଛତିଶଗଡ଼ ସରକାରଙ୍କ କୋକ୍ରାମ ଡ୍ୟାମ ନିର୍ମାଣକୁ ଆଦିବାସୀଙ୍କ ବିରୋଧ । ଅଧିକ ପଢନ୍ତୁ

tribal protest in malkangiri
ଆଦିବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
ସୀମାରେ ଡ୍ୟାମ ନିର୍ମାଣ କରୁଛି ଛତିଶଗଡ଼

ମାଲକାନଗିରି: ସୀମାନ୍ତ ଜଳ ଜଙ୍ଗଲ ଉପରେ ଛତିଶଗଡ଼ ସରକାରଙ୍କ ନଜର ପଡିଛି । ବାରମ୍ବାର ବିରୋଧ ସତ୍ତ୍ବେ ଛତିଶଗଡ଼ ସରକାର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ନିକଟସ୍ଥ କମାରପାଲି ପଞ୍ଚାୟତ ସୀମାନ୍ତରେ କୋକ୍ରାଲ ଡ୍ୟାମ ନିର୍ମାଣ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏହି ଡ୍ୟାମ ନିର୍ମାଣ ହେଲେ ମାଲକାନଗିରି ଜିଲ୍ଲାର ୬ଟି ପଞ୍ଚାୟତ କ୍ଷତିଗ୍ରସ୍ତ ହେବ । ଡ୍ୟାମ ନିର୍ମାଣ କାମକୁ ବିରୋଧ ସହିତ କୌସ୍ଥବ ପଥର ଉତ୍ତୋଳନ ଖଣି ଲିଜକୁ ରଦ୍ଦ କରିବା ଦାବି ନେଇ ଶତାଧିକ ଆଦିବାସୀ ଏକାଠି ହୋଇଛନ୍ତି । ଆଦିବାସୀ ସଂଘ ତୁଳସୀ ଜୋନ ପକ୍ଷରୁ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ କମାରପାଲି ପଞ୍ଚାୟତ ଠାରୁ ଦୁଇ କିଲୋମିଟର ଶୋଭାଯାତ୍ରାରେ ଯାଇ ମଙ୍ଗରଗୁଡା ଠାରେ ପ୍ରଜାମେଳି ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଛତିଶଗଡର କୋକ୍ରାଲ ଡ୍ୟାମକୁ ବିରୋଧ କରି ଏକାଠି ହୋଇଛନ୍ତି ଶହ ଶହ ଆଦିବାସୀ ମହିଳା ଓ ପୁରୁଷ । ଏହି ଡ୍ୟାମ ନିର୍ମାଣ ହେଲେ ଓଡିଶାର ୫୪ଟି ଗାଁ ବୁଡିବା ସହିତ ଅନେକ ଜମି ଜଙ୍ଗଲ,ବାସଗୃହ ନଷ୍ଟ ହେବ ବୋଲି ଆଶଙ୍କା କରି ପ୍ରତିବାଦ କରାଯାଇଛି । କମାରପାଲି ପଞ୍ଚାୟତ ମଙ୍ଗରଗୁଡା ଆମ୍ବତୋଟାରେ ଆଦିବାସୀ ସଂଘ ପକ୍ଷରୁ ଏକ ବିରାଟ ପ୍ରଜାମେଳି କରାଯାଇଛି । ଆଦିବାସୀ ନେତା ସମ୍ବାରୁ ମାଡ଼କମିଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆଦିବାସୀ ସଂଘ ଉପଦେଷ୍ଟା ବିଜୟ ଉପାଧ୍ୟାୟ, ଜିଲ୍ଲା ଆଦିବାସୀ ସଂଘ ସଭାପତି ବାଲରାଜୁ ଗେମେଲ ପ୍ରମୁଖ ଆଦିବାସୀ ନେତା ଉପସ୍ଥିତ ରହି ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ ।" ମରିବୁ ପଛେ ଛତିଶଗଡ଼ କୋକ୍ରାଲ ଡ୍ୟାମ ନିର୍ମାଣ ହେବାକୁ ଦେବୁନାହିଁ " ବୋଲି କହିଛନ୍ତି । କୌସ୍ଥବ ପଥର ଖଣି ଲିଜକୁ ତୁରନ୍ତ ବାତିଲ କରାନଗଲେ ଜନ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି ଆଦିବାସୀ ସଂଘ ।

ଏହା ମଧ୍ୟ ପଢ଼ନ୍ତୁ: Russian Tourist Death: ଘଟଣାସ୍ଥଳରେ କେନ୍ଦ୍ରୀୟ ଗୁଇନ୍ଦା ଟିମ୍, ବିଦେଶ ମନ୍ତ୍ରଣାଳୟ ରଖିଲା ପ୍ରତିକ୍ରିୟା

ଇତି ମଧ୍ୟରେ ଡ୍ୟାମ ନିର୍ମାଣ ପାଇଁ ସର୍ଭେ ଶେଷ କରିଛନ୍ତି ଛତିଶଗଡ ସରକାର । ସାବେରି ନଦୀ ଉପରେ ପାଣିକୁ ଅଟକ ରଖି ଛତିଶଗଡର କିଛି ଗ୍ରାମରେ ଜଳସେଚନର ସୁବିଧା କରିବାକୁ ଯୋଜନା ରହିଛି । କିନ୍ତୁ ଏହାଦ୍ବାରା ସୀମାନ୍ତରେ ଥିବା ପଞ୍ଚାୟତ କ୍ଷତିଗ୍ରସ୍ତ ହେବ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲି, ମହୁପଦର, ସାଲିମି, ଟେମୃପାଲି, କତାପାଲି, କର୍ତ୍ତନପାଲି ଆଦି ଛଅ ଗୋଟି ପଞ୍ଚାୟତ ଏହା ଦ୍ୱାରା ପ୍ରଭାବିତ ହୋଇ ଗ୍ରାମବାସୀ ଜମି ଜଙ୍ଗଲ ବାସଗୃହ ହରାଇବେ । ତେବେ ଡ୍ୟାମ୍ ନିର୍ମାଣକୁ ବିରୋଧ କରି ପୂର୍ବରୁ ମଧ୍ୟ ଆଦିବାସୀ ସଂଘ ପକ୍ଷରୁ ଛତିଶଗଡ ସରକାର ବିରୋଧରେ ସ୍ବର ଉତ୍ତୋଳନ ହୋଇଥିଲା । ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳର ପରିସ୍ଥିତି ଅନୁଧ୍ୟାନ କରିଥିଲେ ମଧ୍ୟ କାର୍ଯ୍ୟକୁ ବନ୍ଦ କରାଯାଇ ନାହିଁ। ଓଡିଶା ରାଜ୍ୟ ସରକାର ଏହି ପ୍ରକଳ୍ପ ତୁରନ୍ତ ବନ୍ଦ କରିବାକୁ ସ୍ଥାନୀୟ ଆଦିବାସୀ ନେତା ଦାବି କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

Last Updated : Dec 30, 2022, 1:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.