ETV Bharat / state

୫ କେଜି ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର, ନକ୍ସଲ ଯୋଜନା ପଣ୍ଡ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ୫ କେଜି ଓଜନର ଏକ ଲ୍ୟାଣ୍ଡମାଇନ ଉଦ୍ଧାର । ବଡ ଧରଣର ଅଘଟଣରୁ ବର୍ତ୍ତିଗଲେ ଯବାନ । ଅଧିକ ପଢନ୍ତୁ...

author img

By

Published : Dec 29, 2020, 9:06 PM IST

Updated : Dec 29, 2020, 9:18 PM IST

୫ କିଲୋ ଓଜନର ଲ୍ୟାଣ୍ଡମାଇନ ଜବତ, ନକ୍ସଲ ଯୋଜନା ଫଣ୍ଡ

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ୫ କେଜି ଓଜନର ଏକ ଲ୍ୟାଣ୍ଡମାଇନ ଉଦ୍ଧାର କରିଛି । ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲମାନେ ଏହି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ । ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିବା ସହ ଏହାକୁ ନିଷ୍କ୍ରିୟ କରିଛନ୍ତି ।

୫ କେଜି ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର, ନକ୍ସଲ ଯୋଜନା ପଣ୍ଡ

ସୂଚନା ଅନୁଯାୟୀ, ବାସାଗୁଡା ଥାନା ଅଞ୍ଚଳର ତରେମ ଠାରୁ ସିଲଗେର ମଧ୍ୟରେ ନିର୍ମାଣ ହେଉଥିବା ରାସ୍ତାକୁ ଯବାନ ସୁରକ୍ଷା ଦେବା ପାଇଁ ପଇଁତରା ମାରୁଥିଲେ । ଚେହେ ପଟେଲପାରା ନିକଟରେ ନକ୍ସଲ ମାଟି ତଳେ ୫ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ ପୋତିଥିବା ଯବାନ ସନ୍ଧାନ ପାଇଥିଲେ । ତୁରନ୍ତ ବୋମା ନିଷ୍କ୍ରିୟ ଦଳ ସେଠାରେ ପହଞ୍ଚି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଥିଲେ । ତେବେ ଏକ ବଡ ଧରଣର ଅଘଟଣରୁ ଯବାନମାନେ ବର୍ତ୍ତିଗଲେ ବୋଲି କୁହାଯାଉଛି । ସେହି ଅଞ୍ଚଳକୁ ଯବାନ ଘେରିବା ସହ ସର୍ଚ୍ଚ ଅପରେସନ ଆହୁରି ଜୋରଦାର କରିଥିବା ପୁଲିସ ସୂଚନା ଦେଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Dec 29, 2020, 9:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.