ETV Bharat / state

ମାଲକାନଗିରିରେ ପକ୍ଷୀ ଗଣନା ଆରମ୍ଭ, ଏଥର ହ୍ରାସ ପାଇଲା ବିଦେଶୀ ପକ୍ଷୀଙ୍କ ସଂଖ୍ୟା - ବିଦେଶୀ ପକ୍ଷୀଙ୍କ ସଂଖ୍ୟା

ବନଖଣ୍ଡ ପକ୍ଷରୁ ଆଜି ମାଲକାନଗିରିରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟାରେ ହ୍ରାସ ପାଇଛି ।

bird counting in Malakangiri
ମାଲକାନଗିରିରେ ପକ୍ଷୀ ଗଣନା ଆରମ୍ଭ
author img

By

Published : Jan 4, 2020, 12:36 PM IST

ମାଲକାନଗିରି: ରାଜ୍ୟବ୍ୟାପୀ ଆରମ୍ଭ ହୋଇଯାଇଛି ପକ୍ଷୀଗଣନା । ଆଜି ମାଲକାନଗିରିର ବିଭିନ୍ନ ଜଳଭଣ୍ଡାରରେ ବନଖଣ୍ଡ ପକ୍ଷରୁ କରାଯାଉଛି ପକ୍ଷୀ ଗଣନା । ସଦର ମହକୁମା ସ୍ଥିତ ସତୀଗୁଡା ଜଳଭଣ୍ଡାରରେ ଜିଲ୍ଲା ବନାଞ୍ଚଳ ପକ୍ଷରୁ ପକ୍ଷୀ ଗଣନା କରାଯାଇଛି । ଆଜିର ଏହି ପକ୍ଷୀ ଗଣତି ଅନୁସାରେ ଗତବର୍ଷ ସତୀଗୁଡା ଜଳଭଣ୍ଡାରରେ ମୋଟ 2117ଗୋଟି ବିଭିନ୍ନ ପ୍ରଜାତିର ପକ୍ଷୀ ଥିବାବେଳେ ଆଜି ଗଣନାରେ 1588ଟି ବିଭିନ୍ନ ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଛି ।

ମାଲକାନଗିରିରେ ପକ୍ଷୀ ଗଣନା ଆରମ୍ଭ
ମାଲକାନଗିରିରେ ପକ୍ଷୀ ଗଣନା ଆରମ୍ଭ

ଚଳିତ ବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି । ତେବେ କେଉଁ କାରଣରୁ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଉଛି, ସେ ନେଇ ବନବିଭାଗ ସମୀକ୍ଷା କରିଥିବା ସହକାରୀ ବନ ସଂରକ୍ଷକ ଶ୍ରୀକାନ୍ତ ନାୟକ ପ୍ରକାଶ କରିଛନ୍ତି । ଶ୍ରୀ ନାୟକଙ୍କ ନେତୃତ୍ବରେ ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ, ବନପାଳ ମୋହନ ଗୁଡିଆ ସମେତ ଅନେକ ତାଲିମ ପ୍ରାପ୍ତ ବନ କର୍ମଚାରୀମାନେ ସତୀଗୁଡା ଜଳଭଣ୍ଡାରରେ 4ଟି ଦଳରେ ବିଭକ୍ତ କରାଯାଇ ବାଇନୋକୁଲାର, ଜିପିଏସ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଯନ୍ତ୍ରପାତି ସହ ଗଣନା କାର୍ଯ୍ୟ କରିଥିଲେ ।

ମାଲକାନଗିରିରେ ପକ୍ଷୀ ଗଣନା ଆରମ୍ଭ
ମାଲକାନଗିରିରେ ପକ୍ଷୀ ଗଣନା ଆରମ୍ଭ

ଏଥିରେ ପାଣି ଡୁବୁକ 223, ମାଟିଆ ଡୁବୁକି 574, ବଡପାଣି କୁଆ 49, ପାଣି କୁଆ 177, ଛୋଟ ପାଣି କୁଆ 40, ଦୁବ ହଂସ 1, ହଂସରାଳି 323, ବଗ 114, ଖଇରାବଗ 7, ବଡ ବଗ 11, ପାଣି ବଗ 2, ସାରସ 67ଟି ଥିବା ଗଣନାରୁ ଜଣାପଡିଛି । ଚଳିତ ବର୍ଷ ପାଣି ଡୁବୁକି, ବଡ ପାଣିକୁଆ ଦୁବ ହଂସ, ହଂସରାଳି, ଖଇରାବଗ, ବଡବଗ ଓ ସାରସ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ, ଅନ୍ୟାନ୍ୟ ପକ୍ଷୀଙ୍କ ସଂଖ୍ୟା ହ୍ରାସ ଘଟିଛି ।

ମାଲକାନଗିରିରେ ପକ୍ଷୀ ଗଣନା ଆରମ୍ଭ
ମାଲକାନଗିରିରେ ପକ୍ଷୀ ଗଣନା ଆରମ୍ଭ

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାର ବିଭିନ୍ନ ଜଳ ଭଣ୍ଡାରରେ ଆଜିଠାରୁ ବନ ଖଣ୍ଡ ପକ୍ଷରୁ ବିଭିନ୍ନ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। Body:ବିଶେଷ କରି ଜିଲ୍ଲା ସଦର ମହକୁମାସ୍ଥିତ ସତୀଗୁଡ଼ା ଜଳ ଭଣ୍ଡାରରେ ମାଲକାନଗିରି ବନାଂଚଳ ପକ୍ଷରୁ ପକ୍ଷୀଗଣନା କରାଯାଇଛି। ଆଜିର ପକ୍ଷୀ ଗଣନା ଅନୁଯାୟୀ ଗତବର୍ଷ ୨୦୧୯ରେ ସତୀଗୁଡା ଜଳଭଣ୍ଡାରରେ ମୋଟ ୨୧୧୭ ଗୋଟି ବିଭିନ୍ନ ପ୍ରଜାତିର ପକ୍ଷୀ ଥିବାବେଳେ ଆଜିର ଗଣନାରେ ୧୫୮୮ଟି ବିଭିନ୍ନ ପ୍ରଜାତିର ପକ୍ଷୀ ଚିହ୍ନଟ କରାଯାଇଛି। ଗଣନାରୁ ଚଳିତବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି। କେଉଁ କାରଣରୁ ପକ୍ଷୀଙ୍କ ସଂଖ୍ୟା ହ୍ରାସପାଉଛି ସେ ସମ୍ବନ୍ଧରେ ବନବିଭାଗ ସମୀକ୍ଷା କରିଥିବା ସହକାରୀ ବନସଂରକ୍ଷକ ଶ୍ରୀକାନ୍ତ ନାୟକ ପ୍ରକାଶ କରିଛନ୍ତି । ଶ୍ରୀ ନାୟକଙ୍କ ନେତୃତ୍ୱରେ ବନାଂଚଳ ଅଧିକାରୀ ବାସୁଦେବ ନାୟକ, ବନପାଳ ମୋହନ ଗୁଡିଆ ସମେତ ଅନେକ ତାଲିମ ପ୍ରାପ୍ତ ବନ କର୍ମଚାରୀ ମାନେ ସତୀଗୁଡା ଜଳଭଣ୍ଡାରରେ ଚାରୋଟି ଦଳରେ ବିଭକ୍ତ ହୋଇ ବାଇନୋକୁଲାର, ଜିପିଏସ୍ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଯନ୍ତ୍ରପାତି ସହ ଗଣନା କାର୍ଯ୍ୟ କରିଥିଲେ । ଏଥିରେ ପାଣି ଡୁବୁକ ୨୨୩, ମାଟିଆ ଡୁବୁକି ୫୭୪, ବଡପାଣି କୁଆ ୪୯, ପାଣି କୁଆ ୧୭୭, ଛୋଟ ପାଣି କୁଆ ୪୦, ଦୁବ ହଂସ ୧, ହଂସରାଳି ୩୨୩, ବଗ ୧୧୪, ଖଇରାବଗ ୭, ବଡ ବଗ ୧୧, ପାଣି ବଗ ୨, ସାରସ ୬୭ ଟି ଥିବା ଗଣନାରୁ ଜଣାପଡ଼ିଛି। ଚଳିତ ବର୍ଷ ପାଣି ଡୁବୁକି ,ବଡ଼ ପାଣିକୁଆ ଦୁବ ହଂସ, ହଂସରାଳି, ଖଇରାବଗ, ବଡ଼ ବଗ ଓ ସାରସ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅନ୍ୟାନ୍ୟ ପକ୍ଷୀଙ୍କ ସଂଖ୍ୟା ହ୍ରାସ ଘଟିଛି।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.