ETV Bharat / state

ମାଲକାନଗିରିରେ ଅଜଣା ରୋଗରେ ଗଲାଣି 13 ଜୀବନ, ଗୁଣେଗାରେଡି ଆଶ୍ରୟରେ ଗ୍ରାମବାସୀ - ଅଜଣା ରୋଗରେ ଗଲାଣି 13 ଜୀବନ

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଧିନସ୍ଥ କମରପଲ୍ଲୀ ପଞ୍ଚାୟତର ସୋଡିଗୁଡା ଗ୍ରାମରେ ବଢ଼ି ଚାଲିଛି ଏହି ଅଜଣା ରୋଗ । ଗତ ମାସକ ଭିତରେ ଏହି ଅଜଣା ରୋଗ ନେଲାଣି 13 ଜୀବନ । ତେବେ ଗୁଣିଗାରେଡିର ସହାୟତା ନେଉଛନ୍ତି ସ୍ଥାନୀୟ ବାସିନ୍ଦା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅଜଣା ରୋଗରେ ଗଲାଣି 13 ଜୀବନ
ଅଜଣା ରୋଗରେ ଗଲାଣି 13 ଜୀବନ
author img

By

Published : Sep 11, 2020, 5:38 PM IST

ମାଲକାନଗିରି: ଚିକିତ୍ସା ବିଜ୍ଞାନ ଆଜି ବହୁତ ଦୂରକୁ ପହଞ୍ଚିଲାଣି । ଉନ୍ନତ ବିଜ୍ଞାନ କୌଶଳରେ ରୋଗ ନିରୂପଣ କରାଯାଉଛି । ହେଲେ ଏବେବି ଆଦିମ ଅଧିବାସୀ ଛାଡି ପାରୁ ନାହାନ୍ତି ଅନ୍ଧ ବିଶ୍ୱାସର ଉପଚାର । ଅଜଣା ରୋଗରେ ଗଡି ଚାଲିଛି ମୁଣ୍ଡ । ଗ୍ରାମରେ ଦେଖାଦେଇଛି ଭୟର ବାତାବରଣ । ତଥାପି ମେଡିକାଲର ସାହାଯ୍ୟ ନନେଇ ଗୁଣିଗାରେଡିର ନେଉଛନ୍ତି ସହାୟତା । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଧିନସ୍ଥ କମରପଲ୍ଲୀ ପଞ୍ଚାୟତର ସୋଡିଗୁଡା ଗ୍ରାମରେ ବଢ଼ି ଚାଲିଛି ଏହି ଅଜଣା ରୋଗ ।

ଅଜଣା ରୋଗରେ ଗଲାଣି 13 ଜୀବନ

ଏହି ରୋଗରେ ପୀଡିତ ରୋଗୀଙ୍କ କହିବା ଅନୁଯାୟୀ ହାତ ଗୋଡ଼ ଫୁଲିଯିବା ସହିତ ଯନ୍ତ୍ରଣା ଅନୁଭବ କରୁଛନ୍ତି ଏବଂ ଖାଇବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି । ଲୋକଙ୍କ ଅକାରଣରେ ଚାଲିଯାଉଛି ଜୀବନ । ଗତ ମାସକ ଭିତରେ ଏହି ଅଜଣା ରୋଗ ନେଲାଣି 13 ଜୀବନ । ଦୂର୍ଗମ ଅଞ୍ଚଳର ଲୋକେ କୋରୋନା ଭୟରେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନଯାଇ ଗୁଣି ଗାରେଡିର ଆଶ୍ରୟ ନେଉଛନ୍ତି । ଜ୍ୱର ହେଲେ ଗୁଣିଆ ନିକଟରେ ଝଡା ଫୁଙ୍କାର ଉପଚାର କରୁଛନ୍ତି ।

ପ୍ରଶାସନ ନିକଟରେ ଏନେଇ କୌଣସି ଖବର ନଥିବା ବେଳେ ଗ୍ରାମରେ ଦେଖା ଦେଇଛି ଭୟର ବାତାବରଣ । ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ବାମନ ମାଢି, ଅଡ଼ମା ସୋଡି, ଲକ୍ଷ୍ମୀ ମାଡି, ଇଡିଆ ସୋଡି, ସଂମତି ମାଡି, ଏପରି 13 ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ପୀଡିତ ଅଛନ୍ତି କୋଷା ମାଡି ଓ ପଦ୍ମା ମାଡି । ବିଗତ ଦିନରେ ଜିଲ୍ଲା ପ୍ରଶାସନ ଗୁଣିଗାରେଡି ବିରୋଧୀ ସଚେତନ ରଥରେ ପ୍ରଚାର କରିଥିଲେ ମଧ୍ୟ ଲୋକଙ୍କ ମନରୁ ଅନ୍ଧବିଶ୍ବାସ ଦୁରକରି ପାରିନାହାଁନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.