ETV Bharat / state

ବିପୁଳ ପରିମାଣର ଶାଗୁଆନ କାଠ ଜବତ କଲା ବନବିଭାଗ

author img

By

Published : Oct 23, 2020, 2:47 PM IST

ରାଜ୍ୟରେ ବଢୁଛି ବେଆଇନ ଚାଲାଣ । ମାଲକାନଗିରିର ଏକ ଗାଁରେ ବନ ବିଭାଗର ଚଢାଉ କରିଛି । ବିପୁଳ ପରିମାଣର ଶାଗୁଆନ କାଠ ଜବତ କରିଛି । ଅଧିକ ପଢନ୍ତୁ...

ବନ ବିଭାଗର ଚଡାଉ : ବିପୁଳ ପରିମାଣର ଶାଗୁଆନ କାଠ ଜବତ

ମାଲକାନଗିରି: ରାଜ୍ୟରେ ବଢୁଛି ବେଆଇନ କାରବାର । ମାଲକାନାଗିରି ଜିଲ୍ଲା ଏମ-ଭି 50 ଗ୍ରାମରେ ଶୁକ୍ରବାର ବନ ବିଭାଗ ପୋଲିସ ଚଡାଉ କରିଛି । ଚଢାଉରେ ବିପୁଳ ପରିମାଣର ଶାଗୁଆନ କାଠ ଜବତ କରିଛି ବନ ବିଭାଗ ।

ସୂଚନାଅନୁସାରେ କୋରୁକୋଣ୍ଡା ବନଖଣ୍ଡ ଅଧିନସ୍ଥ ଏମମ୍ ଭା ଗାଁରେ ଚୋରା କାଠ କାରବାର ହେଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ବନବିଭାଗ । ଖବର ପାଇ ଶୁକ୍ରବାର ଉକ୍ତ ଗ୍ରାମରେ ଚଢାଉ କରିଥିଲା । ଚଢାଉରେ ଗାଁର ମୋତି ହାଲଦାର(୪୫) ନାମକ ଜଣେ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର ଶାଗୁଆନ କାଠ ସହ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଥିଲେ । ଜବତ କାଠର ଆନୁମାନିକ ମୂଲ୍ୟ ତିରିଶ ହଜାର ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଚଢାଉ ନେଇ ମୋତିଲାଲ ଆଗରୁ ଜାଣିପାରି ଘରୁ ଫେରାର ହୋଇଯାଇଥିଲା । ଏହି ଚଢାଉ ସମୟରେ ରେ଼ଞ୍ଜ ଅଫିସର ବାସୁଦେବ ନାୟକଙ୍କ ସମେତ ଅନ୍ୟ 6ଜଣ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.