ମାଲକାନଗିରି: ପାଠ ପଢିନଥିବା ଏବଂ ଉତ୍ତର ଖାତା ବିଦ୍ୟାଳୟକୁ ଆଣିନଥିବାରୁ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିଲେ ଶିକ୍ଷକ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି କାଲିମେଳା ବ୍ଲକ୍ ମାନଯମକୋଣ୍ଡା ଗାଁରେ ।
ରାଜଗିରି ଆଶ୍ରମ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ର ବର୍ଜିତ ରାୟ ସାହିତ୍ୟ ପାଠର ଉତ୍ତର ଖାତା ବିଦ୍ୟାଳୟକୁ ଆଣିନଥିବାରୁ ଶିକ୍ଷକ ବିଦ୍ୟାଧର ସାମଲ ତାଙ୍କୁ ମାଡ ମାରିଥିଲେ । ଏସମ୍ପର୍କରେ ବର୍ଜିତଙ୍କ ମା' ଓ ମାମୁଁ ଜାଣିବା ପରେ ଘଟଣା ସମ୍ପର୍କରେ ଆଶ୍ରମ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଓ ସଦସ୍ୟ ଏବଂ ରାଜଗିରି ଗାଁ କମିଟିର ସଭାପତିଙ୍କ ନଜରକୁ ଆଣିଥିଲେ ।
ପରେ ବିଦ୍ୟାଳୟ କମିଟି ସମ୍ମୁଖରେ ଛାତ୍ରଙ୍କୁ ପାଠ ପଢ଼ିନଥିବା ଓ ଉତ୍ତର ଖାତା ବିଦ୍ୟାଳୟକୁ ଆଣିନଥିବା ଘଟଣାକୁ ସ୍ବୀକାର କରିଥିଲେ । ଏଯାବତ୍ ଘଟଣାକୁ ନେଇ ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ