ETV Bharat / state

ପିଲାଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ: ଶିକ୍ଷକ ଅଭାବକୁ ଶ୍ରେଣୀଗୃହ ନାହିଁ, ବାରଣ୍ଡାରେ ଗଢାଚାଲିଛି ଭବିଷ୍ୟତ - ଗୋଟିଏ କ୍ଲାସ ରୁମରେ ପ୍ରଥମରୁ ଅଷ୍ଟମ

ଅନ୍ଧାରମୁହାଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଗୋଟିଏ ଶ୍ରେଣୀରେ ଚାଲିଛି ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢା । ଶ୍ରେଣୀଗୃହ ସହ ଶିକ୍ଷକଙ୍କ ଅଭାବରୁ ପୁସପାଲ୍ଲୀ ଗାଁରେ ଥିବା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର(Pushpalli Higher Secondary School) ଏପରି ସ୍ଥିତି । ଦେଖନ୍ତୁ ଏହି ରିପୋର୍ଟ

ଅନ୍ଧାରମୁହାଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
ଅନ୍ଧାରମୁହାଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
author img

By

Published : Nov 1, 2022, 10:35 AM IST

ମାଲକାନଗିରି: ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦେବା ସହ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ସରକାର । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ସ୍ମାର୍ଟ କ୍ଲାସରୁମ । ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଟାଣିବା ପାଇଁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଜୋତା ପୋଷକ ମିଳୁଛି । ତେବେ ମାଲକାନଗିରିରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । କୋରକୋଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତ ଅନ୍ତର୍ଗତ ପୁସପାଲ୍ଲୀ ଗାଁରେ ଥିବା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ(Pushpalli Higher Secondary School) ଶିକ୍ଷା ବ୍ୟବସ୍ଥାର ନଗ୍ନଚିତ୍ର ଦେଖିବାକୁ ମିଳିଛି । ବାହାର ସୁନ୍ଦର ଭିତର ଫମ୍ପା ଭଳି ଏଠାରେ ଗୋଟିଏ ଶ୍ରେଣୀଗୃହରେ ବସି ପାଠପଢୁଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ।

ଅନ୍ଧାରମୁହାଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
ମାଲକାନଗିରି ଜିଲ୍ଲା ଏବଂ ବ୍ଲକ ସଦର ମହକୁମାକୁ ଛାଡିଦେଲେ ଅନ୍ୟ ଦୁର୍ଗମ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଶୋଚନୀୟ ହୋଇପଡିଛି । ଶିକ୍ଷକ ଥିଲେ ସ୍କୁଲ ନଥିବା ବେଳେ ସ୍କଲଗୃହ ଥିଲେ ଶିକ୍ଷକ ନାହାନ୍ତି । ସରକାର ସ୍କୁଲ ଖୋଲି ଦେଉଛନ୍ତି ସତ କିନ୍ତୁ ଶିକ୍ଷକ ନିଯୁକ୍ତି କରିବାରେ ଭୁଲି ଯାଉଛନ୍ତି । ତାସହ ଗୋଟିଏ ଶ୍ରେଣୀଗୃହରେ ବସୁଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ । ଯାହାଫଳରେ ପିଲାମାନେ ଶିକ୍ଷା ଗ୍ରହଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବିଦ୍ୟାଳୟରେ ମୋଟ ୨୭୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହି ବିଦ୍ୟାଳୟ ପୂର୍ବରୁ ଏମଇ ସ୍କୁଲ ରହିଥିଲା । ୨୦୧୯ ମସିହାରେ ଏହାକୁ ହାଇସ୍କୁଲରେ ପରିଣତ କରିଲେ ସରକାର । ତେବେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିଲେ ମଧ୍ୟ ଶିକ୍ଷକ ମାତ୍ର ୫ ଜଣ ରହିଛନ୍ତି । ସେଥିରୁ ଚାରି ଜଣ ପ୍ରାଥମିକ ଶିକ୍ଷକ ହୋଇଥିବାବେଳେ, ଜଣେ ମାତ୍ର ହିନ୍ଦୀ ଶିକ୍ଷକ ହାଇସ୍କୁଲ ପାଇଁ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିକାଶ ଅପେକ୍ଷାରେ 12ବର୍ଷ: ଆଦର୍ଶ ଗ୍ରାମକୁ ଭୁଲିଗଲେ ସରକାର, ନାହିଁ ନାହିଁରେ ପାହାଡ ଉପରେ କଟୁଛି ଜୀବନ

ନବମ ଓ ଦଶମ ଶ୍ରେଣୀରେ ପ୍ରାୟ ୪୦ ଲେଖାଏଁ ପିଲା ପାଠ ପଢୁଥିବାବେଳେ, ହିନ୍ଦୀକୁ ଛାଡିଦେଲେ ଅନ୍ୟ ବିଷୟରେ କୌଣସି ଶିକ୍ଷକ ନାହାନ୍ତି । ଯାହାଫଳରେ ପିଲାମାନେ ପାଠ ପଢିବାରେ ବହୁ ଅସୁବିଧା ହେଉଥିବା କହିଛନ୍ତି ଛାତ୍ରଛାତ୍ରୀ । ତେବେ ପ୍ରାଥମିକ ଶିକ୍ଷକମାନେ କାମ ଚଳାରେ ଏହି ହାଇସ୍କୁଲର ପିଲାଙ୍କୁ ପାଠ ପଢାଉଥିବା ଦେଖିବାକୁ ମିଳିଛି । ସେହିପରି ସ୍କୁଲରେ ଶ୍ରେଣୀ ଗୃହ ନଥିବାରୁ ଗୋଟିଏ ଛାତ ତଳେ ପ୍ରଥମରୁ ତୃତୀୟ ପର୍ଯ୍ୟନ୍ତ ପିଲାମାନେ ବାରଣ୍ଡାରେ ପାଠ ପଢୁଥିବା ବେଳେ ଚତୁର୍ଥରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାମାନେ ଗୋଟିଏ ହଲ୍‌ରେ ବସି ପାଠ ପଢୁଛନ୍ତି ।

ସେହି ହଲରେ ଦୁଇ ଜଣ ଶିକ୍ଷକ ଦୁଇପଟେ ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି । ଯାହା ଫଳରେ ପିଲାମାନେ କେଉଁ ଶ୍ରେଣୀର ପାଠ ପଢାଯାଉଛି ବୁଝିପାରୁନଥିବା କହିଛନ୍ତି ଛାତ୍ରଛାତ୍ରୀ । ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ କେମିତି ଦଶମ ପାସ୍‌ ହେବେ ସେନେଇ ଚିନ୍ତାରେ ରହିଛନ୍ତି ଅଭିଭାବକ । ସ୍କୁଲ୍ କମିଟି ଏବଂ ପ୍ରଧାନ ଶିକ୍ଷକ ବାରମ୍ବାର ବିଭାଗକୁ ଏନେଇ ଗୁହାରି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ କହନ୍ତି ।

ଏହି ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ଅଧିକାରୀ ବାଳମୁକୁନ୍ଦ ଭୂୟାଁ କହିଛନ୍ତି, "ଏହି ବିଦ୍ୟାଳୟର ଶ୍ରେଣୀଗୃହ ପାଇଁ ଟେଣ୍ଡର ହୋଇଯାଇଛି ବହୁଶୀଘ୍ର କାମ ଆରମ୍ଭ କରାଯିବ । ଏହାସହ ଆବଶ୍ୟକତା ଅନୁସାରେ ଶିକ୍ଷକ ନିଯୁକ୍ତି ଦିଆଯିବ । ଅଧିକ ପିଲା ରହିଥିବା ନେଇ ଆମ ପାଖରେ ସୂଚନା ରହିଛି । କଣ ପଦକ୍ଷେପ ନିଆଯାଇପାରିବ ଆମେ ଆଲୋଚନା କରି ପଦକ୍ଷେପ ନେବୁ ।"

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.