ETV Bharat / state

ଉପାସର ତାତି, ରାଜରାସ୍ତାରେ ଛାତ୍ରୀ

ଗୋଟେପଟେ ବିଦ୍ୟାଳୟରେ ଦୁଗ୍ଧଜାତୀୟ ଖାଦ୍ୟ ଦେବାକୁ ସରକାର ଯୋଜନା ଚଳାଉଥିବା ବେଳେ, ଅନ୍ୟପଟେ 10 ଦିନ ହେବ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ଶତାଧିକ ଛାତ୍ରୀ । ଏମିତିକି ଓଳିଏ ଖାଇଲେ ଆର ଓଳିକୁ ଉପାସ । ଏଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ।

author img

By

Published : Sep 13, 2019, 5:54 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: କାମ କରୁନି ସରକାରଙ୍କ ଯୋଜନା । ଖାଦ୍ୟ ନଖାଇ ଉପାସରେ ଅଧ୍ୟୟନ କରୁଛନ୍ତି ସ୍କୁଲର ଛାତ୍ରୀ । ଓଳିଏ ଖାଇଲେ ରହୁଛନ୍ତି ଓଳିଏ ଉପାସ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଶତାଧିକ ଛାତ୍ରୀ । ପ୍ରତିବାଦ ସ୍ବରୁପ ରାସ୍ତାରୋକ କରିବା ସହ ଧାରଣା ମଧ୍ୟ ଦେଇଛନ୍ତି ଅନୁଷ୍ଠାନର ଛାତ୍ରୀ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ନାୟକ ଗୁଡା ଠାରେ ରହିଛି କସ୍ତୃବା ଗାନ୍ଧୀ ବାଳିକା ବିଦ୍ୟାଳୟ । ବିଗତ ୧୦ ଦିନ ଧରି ଠିକ ଭାବରେ ଖାଇବାକୁ ବିଦ୍ୟାଳୟରେ ଦିଆଯାଉ ନାହିଁ । ଫଳରେ ପ୍ରତିବାଦ କରି ୩୨୬ ନଂ ଜାତୀୟ ରାଜପଥରେ ବସିରହିଛନ୍ତି ଶତାଧିକ ଛାତ୍ରୀ ।

ସୂଚନା ମୁତାବକ ବିଦ୍ୟାଳୟରେ ଗତ ୨ ତାରିଖ ରୁ ଠିକ ଭାବରେ ଖାଇବାକୁ ଦିଆଯାଉ ନାହିଁ । ଏମିତି କି ଗତ ତିନି ଦିନ ଧରି ପ୍ରାୟ ୨୦୦ ଛାତ୍ରୀ ଓଳିଏ ଖାଇଲେ ଆଉ ଓଳିଏ ଉପାସ ରହୁଛନ୍ତି । ଏମିତିକି ଗତ ତିନି ଦିନ ଧରି ମଧ୍ୟାହ୍ନ ଭୋଜନ ମିଳି ନଥିବା କାରଣରୁ ଏହି ପ୍ରତିବାଦ ଜାରି ରଖିଛନ୍ତି ନାୟକଗୁଡା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ ।

ମାଲକାନାଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ରାଜ ରାସ୍ତାକୁ ଆସିଲେ ଆବାସିକ ବିଦ୍ଯାଳୟର ଶତାଧିକ ଛାତ୍ରୀ। Body:ମାଲକାନଗିରି ଜିଲ୍ଲା ନାୟକ ଗୁଡା ଠାରେ ଥିବା କସ୍ତୃବା ଗାନ୍ଧୀ ବାଳିକା ବିଦ୍ଯାଳୟ ରେ ଗତ ୧୦ ଦିନ ଧରି ଠିକ ଭାବରେ ଖାଇବାକୁ ପାଉ ନ ଥିବା ପ୍ରତିବାଦ ରେ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କଲେ ଶତାଧୀକ ଛାତ୍ରୀ। ସୂଚନା ମୁତାବକ ବିଦ୍ଯାଳୟ ରେ ଗତ ୨ ତାରିଖ ରୁ ଠିକ ଭାବରେ ଖାଇବାକୁ ଦିଆ ଯାଉ ନାହିଁ, ଏମିତି କି ଗତ ତିନି ଦିନ ଧରି ପ୍ରାୟ ୨୦୦ ଛାତ୍ରୀ ଅଳିଏ ଖାଇ ଅଳିଏ ଭୋକରେ ରହିଥିବା ଅଭିଯୋଗ ହୋଇଛି। ଏମିତିକି ଗତ ତିନ ଦିନ ଧରି ପିଲାଙ୍କୁ ମଧ୍ଯାନ୍ନ ଭୋଜନ ମିଳି ନ ଥିବା କାରଣରୁ ଏହି ପ୍ରତିବାଦ ଯାରି ରଖିଛନ୍ତି ନାୟକଗୁଡା କସ୍ତୃବା ଗାନ୍ଧୀ ବାଳିକା ବିଦ୍ଯାଳୟ ର ଛାତ୍ରୀ ମାନେ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.