ETV Bharat / state

ମଶାରି ଭିତରେ ପଶି ଦଂଶିଲା ବିଷଧର, ଚାଲିଗଲା ଛାତ୍ରୀଙ୍କ ଜୀବନ

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ସାପ ଆତଙ୍କ । ଶୋଇଥିବା ଅବସ୍ଥାରେ ମଶାରି ଭିତରେ ପଶି ସାପ ନେଲା ଜୀବନ । ଅଧିକ ପଢନ୍ତୁ

author img

By

Published : Jul 27, 2023, 8:01 PM IST

Updated : Jul 27, 2023, 8:38 PM IST

ଶୋଇଥିବା ଅବସ୍ଥାରେ ମଶାରି ଭିତରେ ପଶି ସାପ ନେଲା ଜୀବନ

ମାଲକାନଗିରି: ଆତଙ୍କ ରଚିବାରେ ଲାଗିଛି ସାପ । ଦିନକୁ ଦିନ ବଢିବାରେ ଲାଗିଛି ସାପ କାମୁଡ଼ା ଘଟଣା । ତେବେ ପୁଣି ବିଷାକ୍ତ ସାପ କାମୁଡାରେ ଗଲା ଛାତ୍ରୀର ଜୀବନ । ଏପରି ଅଭିବନୀୟ ଘଟଣା ସାମ୍ନକୁ ଆସିଛି ମାଲକାନଗିରି ଜିଲ୍ଲା ଏମ୍‌ଭି ୭୯ ଥାନା ଅନ୍ତର୍ଗତ ଏମ୍‌ଭି-୭୧ ଗ୍ରାମରୁ ।

ସୂଚନା ଅନୁଯାୟୀ, ଏମ୍‌ଭି-୭୧ ଥାନା ଅନ୍ତର୍ଗତ ଏମ୍‌ଭି-୭୧ ଗ୍ରାମର ନାଥିରାମ୍ ମଣ୍ଡଳଙ୍କ ଅଷ୍ଟମ ଶ୍ରେଣୀରେ ପଢୁଥିବା ଝିଅ ଉର୍ମିଳା ମଣ୍ଡଳ ନିଜ ଘରେ ମଶାରି ଟାଙ୍ଗି ଶୋଇଥିବା ବେଳେ ରାତି ପ୍ରାୟ ୧୦ଟା ସମୟରେ ନିଜ ଶଯ୍ୟାରେ ଦୁଇଟି ବିଷାକ୍ତ ସାପ ଦେଖି ପାଟି କରିଥିଲା । ଘରଲୋକ ପହଞ୍ଚିବା ପୂର୍ବରୁ ବିଷାକ୍ତ ସାପ ଦ୍ବୟ ତାକୁ କାମୁଡ଼ି ଦେଇଥିଲେ । ଉର୍ମିଳାଙ୍କ ମା ଓ ବାପାଙ୍କୁ ଏହି ବିଷୟରେ ଜଣାଇବା ପରେ ପରିବାର ଲୋକଙ୍କ ସହାୟତାରେ ତୁରନ୍ତ କାଲିମେଳା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ କାଲିମେଳା ଡାକ୍ତର ଉର୍ମିଳାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ଯଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ରାତି ପ୍ରାୟ ୧.୩୦ ସମୟରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ପହଞ୍ଚିବା ପରେ ଉର୍ମିଳାଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା । ହେଲେ ଗୁରୁବାର ସକାଳେ ଚିକିତ୍ସାଧିନ ଅବସ୍ତାରେ ଉର୍ମିଳାଙ୍କ ମୃତ୍ଯୁ ହୋଇଥିବା ଡାକ୍ତର କହିଛନ୍ତି ।

ଏହି ବି ପଢନ୍ତୁ: ମୟୂରଭଞ୍ଜରେ ସାପ ଆତଙ୍କ, ଦୁଇ ଦିନରେ ଗଲାଣି ଦୁଇ ଜୀବନ

ଜିଲ୍ଲା ମୁଖ୍ଯଚିକିତ୍ସାଳୟ ଡାକ୍ତର ସିଦ୍ଧାର୍ଥ ଭୋଳ କହିଛନ୍ତି, "ଗୁରୁତର ଆବସ୍ଥାରେ ନାବାଳିକା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଯଥା ସମ୍ଭବ ଚିକିତ୍ସା କରାଯାଇଥିଲା । ମାତ୍ର ଶରୀରରେ ବହୁମାତ୍ରାରେ ବିଷ ପ୍ରଭାବରେ ତାଙ୍କର ମୃତ୍ଯୁ ଘଟିଛି । କେଉଁ ବିଷାକ୍ତ ସାପ କାମୁଡିଛି ତାହା ପୋଷ୍ଟମର୍ଟମ ପରେ ଜଣା ପଡିବ ।"

ଖବର ପାଇ ମାଲକାନଗିରି ଜିଲ୍ଲା ମୁଖ୍ଯଚିକିତ୍ସାଳୟରକୁ ଏମ୍‌ଭି-୭୧ ଥାନା ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇଛି । ବର୍ଷା ଦିନ ଆସିଲେ ସାପ କାମୁଡାରେ ବହୁତ ଲୋକଙ୍କ ମୃତ୍ଯୁ ଖବର ସାମ୍ନାକୁ ଆସେ ତେଣୁ ମାଲକାନଗିରି ଜିଲ୍ଲା ମୁଖ୍ଯଚିକିତ୍ସାଳୟରେ ସମସ୍ତ ପ୍ରକାର ସାପକାମୁଡ଼ା ଔଷଧ ଓ ଇଞ୍ଜେକ୍ସନ ଉପଲବ୍ଧ ରହିଥିବା ଓ ସାପ କାମୁଡ଼ା ରୋଗୀଙ୍କୁ ସମସ୍ତ ପ୍ରକାର ଚିକିତ୍ସା କରାଯାଉଥିବା ଜିଲ୍ଲା ମୁଖ୍ଯଚିକିତ୍ସାଳୟର ଡାକ୍ତର କହିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

Last Updated : Jul 27, 2023, 8:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.