ETV Bharat / state

ନାଗସାପକୁ ଅଶୁଂଘାତ, ଅକ୍ସିଜେନ ଦେବା ପରେ ହେଲା ସୁସ୍ଥ - Snake helpline members rescued the snake

ମାଲକାନଗିରିରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଖାଦ୍ୟ ଅନ୍ବେଷଣରେ ବାହାରିଥିବା ଗୋଟିଏ ନାଗସାପ ଅସହ୍ୟ ଗରମ କାରଣରୁ ଚେତା ହରାଇ ପଡ଼ିଥିବା ବେଳେ ଅକ୍ସିଜେନ ଦେଇ ସାପକୁ ବଞ୍ଚାଇଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ । ଅଧିକ ପଢନ୍ତୁ...

ଅଂଶୁଘାତରେ ନାଗସାପ ଅଚେତ, ଅକ୍ସିଜେନ ଦେଇ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ

author img

By

Published : May 29, 2021, 12:52 PM IST

ମାଲକାନଗିରି: ଜିଲ୍ଲାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରି । ଯାହାର ସିଧାସଳଖ ପ୍ରଭାବ ମଣିଷ ସହ ସରୀସୃପଙ୍କ ଉପରେ ବି ପଡ଼ିଛି । ଏପରି ଏକ ଉଦାହରଣ ମାଲକାନଗିରିରେ ଦେଖିବାକୁ ମିଳିଛି । ଖାଦ୍ୟ ଅନ୍ବେଷଣରେ ବାହାରିଥିବା ଗୋଟିଏ ନାଗସାପ ଅସହ୍ୟ ଗରମ କାରଣରୁ ଚେତା ହରାଇଥିଲା । ଖବରପାଇ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପହଞ୍ଚି ଚିକିତ୍ସା କରିଥିଲେ ।

ଅଂଶୁଘାତରେ ନାଗସାପ ଅଚେତ, ଅକ୍ସିଜେନ ଦେଇ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ

ସୂଚନା ଅନୁଯାୟୀ, ସ୍ଥାନୀୟ ନୂଆଗୁଡ଼ା ସାହିରେ ଜଣେ ବ୍ୟକ୍ତିଙ୍କ ଗୋଟିଏ ସାପ ନିସ୍ତେଜ ହୋଇ ପଡ଼ିଥିବା ଦେଖି ତୁରନ୍ତ ସାପକୁ ଉଦ୍ଧାର ପାଇଁ ସ୍ନେକ ହେଲପ ଲାଇନ ସଦସ୍ୟଙ୍କୁ ଡାକିଥିଲେ । ହେଲ୍ପ ଲାଇନ ସଦସ୍ୟ ସ୍ନେହାଶିଷ ନାୟକ ଏବଂ ତାକ ଟିମ ନୂଆଗୁଡାରେ ପହଞ୍ଚି ସାପକୁ ଉଦ୍ଧାର କରିବା ବେଳେ ସାପଟି ଅଚେତ ହୋଇଯାଇଥିବା ଜଣାପଡ଼ିଥିଲା । ତେଣୁ ଚେତା ଫେରାଇବା ନିମନ୍ତେ ସାପଟିକୁ ଓଲଟ ପାଲଟ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଖାନଯିବାରୁ ଶେଷରେ ସ୍ନେହାଶିଷ ଗୋଟିଏ ଛୋଟ ପାଇପ ଆଣି ସାପର ପାଟିରେ ଭର୍ତ୍ତି କରି ବାରମ୍ବାର ଫୁଙ୍କିଥିଲେ । ଏହାପରେ ସାପ ସଂପୂର୍ଣ୍ଣ ଠିକ୍ ହୋଇଯାଇଥିଲା ।

ସ୍ନେହାଶିଷ ନାଗସାପକୁ ସୁସ୍ଥ କରିବା ଦେଖି ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ । ଏଭଳି କାର୍ଯ୍ୟ ପାଇଁ ଏବେ ସ୍ନେହାଶିଷ ବେଶ ଚର୍ଚ୍ଚାରେ । ତେବେ ସାପ ସୁସ୍ଥ ହେବା ପରେ ତାକୁ ନେଇ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡ଼ିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.