ETV Bharat / state

ବରିଷ୍ଠ ନାଗରିକଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ପରିଚୟ ପତ୍ର ପ୍ରଦାନ - POLICE

ପ୍ରଥମଥର କରି ଲାଗି ବରିଷ୍ଠ ନାଗରିକମାନଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ପରିଚୟପତ୍ର ପ୍ରଦାନ । ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ପରିଚୟ ପତ୍ର ଦିଆଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ମାଲକାନଗିରି
author img

By

Published : Jun 16, 2019, 11:35 AM IST

Updated : Jun 16, 2019, 12:10 PM IST

ମାଲକାନଗିରି: ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ପ୍ରଥମଥର କରି ଲାଗି ବରିଷ୍ଠ ନାଗରିକମାନଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାଗୃହରେ ଆୟୋଜିତ ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଏସପି ଜଗମୋହନ ମିନା ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ମାଲକାନଗିରି

ଜିଲ୍ଲାର 85 ଜଣ ବରିଷ୍ଟ ନାଗରିକ ମାନଙ୍କୁ ପ୍ରଥମ ଥର ଲାଗି ଚିହ୍ନଟ କରା ଯାଇ ଆଜି ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି ପରିଚୟ ପତ୍ର ପ୍ରଦାନ କରିବା ଦ୍ୱାରା ସେମାନେ ଉପକୃତ ହୋଇ ପାରିବେ । ବିଶେଷ କରି ବରିଷ୍ଠ ନାଗରିକମାନଙ୍କୁ ପରିବାର ଲୋକେ କିମ୍ବା ରାସ୍ତା ଘାଟରେ କୌଣସି ପ୍ରକାର ଅସୁବିଧା ହେଲେ ଏହି ପରିଚୟ ପତ୍ରରେ ଥିବା ନମ୍ବରକୁ ଫୋନ କଲେ ପୋଲିସ ତୁରନ୍ତ ତାଙ୍କ ପାଖରେ ପହଞ୍ଚି ସମସ୍ତ ସୁବିଧା ଯୋଗାଇ ଦେବ ।

ଏହାସହ ରାଜ୍ୟ ବାହାରକୁ ଯଦି ବରିଷ୍ଠ ନାଗରିକ ବୁଲିବାକୁ ଯାଇଥିବା ସ୍ଥାନରେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ସେଠାରେ ପୋଲିସ ପହଞ୍ଚି ତାଙ୍କୁ ସମସ୍ତ ସୁବିଧା ଯୋଗାଇବ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଏସଡିପିଓ ହୃଷିକେଶ ଡି ଖିଲାରିଙ୍କ ସହ ମାଲକାନଗିରି ମଡେଲ ଥାନା ଅଧିକାରୀ ରଞ୍ଜନ କୁମାର ସାହୁ ଉପସ୍ଥିତ ଥିଲେ ।

ମାଲକାନଗିରିରୁ ଜୟନ୍ତ ତିଆଡି,ଇଟିଭି ଭାରତ

Intro:ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ  ପ୍ରଥମଥର କରି ଲାଗି ବରିଷ୍ଟ ନାଗରିକ ମାନଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯାଇଛି ।Body:ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ  ପ୍ରଥମଥର କରି ଲାଗି ବରିଷ୍ଟ ନାଗରିକ ମାନଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ସଭାଗୃହରେ ଅୟଜିତ ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଏସପି ଜଗମୋହନ ମିନା ଯୋଗ ଦେଇଥିଲେ । ଜିଲ୍ଲାର 85 ଜଣ ବରିଷ୍ଟ ନାଗରିକ ମାନଙ୍କୁ ପ୍ରଥମ ଥର ଲାଗି ଚିହ୍ନଟ କରା ଯାଇ ଆଜି ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି ପରିଚୟ ପତ୍ର ପ୍ରଦାନ କରିବା ଦ୍ୱାରା ସେମାନେ ଉପକୃତ ହୋଇ ପାରିବେ । ବିଶେଷ କରି  ବରିଷ୍ଟନାଗରିକ ମାନଙ୍କୁ ପରିବାର ଲୋକେ କିମ୍ବା ରାସ୍ତା ଘାଟରେ କୌଣସି ପ୍ରକାର ଅସୁବିଧା ହେଲେ ଏହି ପରିଚୟ ପତ୍ର ରେ ଥିବା ନମ୍ବରକୁ ଫୋନ କଲେ ପୋଲିସ ତୁରନ୍ତ ତାଙ୍କ ପାଖରେ ପହଞ୍ଚି ସମସ୍ତ ସୁବିଧା ଯୋଗାଇ ଦେବ । ଏହା ସହ ରାଜ୍ୟ ବାହାରକୁ ଯଦି ବରିଷ୍ଟ ନାଗରିକ ବୁଲିବାକୁ ଯାଇଥାନ୍ତି ଏବଂ ସେଠାରେ ଯଦି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତାହା ହେଲେ ମଧ୍ୟ ସେଠାରେ ପୋଲିସ ପହଞ୍ଚି ତାଙ୍କୁ ସମସ୍ତ ସୁବିଧା ଯୋଗାଇବ। ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ଏସଡିପିଓ ହୃଷିକେଶ ଡି ଖିଲାରିଙ୍କ ସହ ମାଲକାନଗିରି ମଡେଲ ଥାନା ଅଧିକାରୀ ରଞ୍ଜନ କୁମାର ସାହୁ ଉପସ୍ଥିତ ଥିଲେ । ଜିଲ୍ଲାରେ ପ୍ରଥମ କରି ବରିଷ୍ଟ ନାଗରିକଙ୍କ ଲାଗି ଏଭଳି ପଦକ୍ଷେପ ଜିଲ୍ଲା ପୋଲିସ ନେଇଥିବାରୁ ଜିଲ୍ଲାର ବରିଷ୍ଟ ନାଗରିକ ମାନେ ଜିଲ୍ଲା ପୋଲିସକୁ ଧନ୍ୟବାଦ ଦେଇଛନ୍ତି ।

Conclusion:ବାଇଟ: ଜଗମୋହନ ମିନା, ଏସପି, ମାଲକାନଗିରି
Last Updated : Jun 16, 2019, 12:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.