ETV Bharat / state

ସ୍ବାଭିମାନ ଅଞ୍ଚଳ ଗସ୍ତରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ - ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା

ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା । ଅଧିକ ପଢନ୍ତୁ....

aa
ସ୍ବାଭିମାନ ଅଞ୍ଚଳ ଗସ୍ତରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ
author img

By

Published : Feb 10, 2020, 11:17 PM IST

ମାଲକାନଗିରି: ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା । ମନ୍ତ୍ରୀ ଆଜି ସ୍ବାଭିମାନ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ଆବାସିକ ବିଦ୍ୟାଳୟକୁ ମଧ୍ୟ ଗସ୍ତ କରିଥିଲେ।

ସ୍ବାଭିମାନ ଅଞ୍ଚଳ ଗସ୍ତରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ

ପ୍ରଥମେ ବଡ଼ପଡା ଆବାସିକ ବିଦ୍ୟାଳୟକୁ ଯାଇ ସେଠାରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହ ଶିକ୍ଷା ହାରର ଉନ୍ନତି ଦିଗରେ ଛାତ୍ରଛାତ୍ରୀଙ୍କ ସହ କଥା ହେବା ସହ ଶିକ୍ଷାର ମାନ ବୃଦ୍ଧିକୁ ନେଇ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ପରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଗଣିତ ଓ ଇଂରାଜୀରେ ପାଠ ପଢାଇଥିଲେ । ସ୍ବାଭିମାନ ଅଞ୍ଚଳର ଜୀବନ ରେଖା ପାଲଟିଥିବା ଗୁରୁପ୍ରିୟା ସେତୁକୁ ମଧ୍ୟ ପରିଭ୍ରମଣ କରଥିଲେ ମନ୍ତ୍ରୀ ସାରକା ।

ପରବର୍ତ୍ତୀ ସମୟରେ ମନ୍ତ୍ରୀ ଚିତ୍ରକୋଣ୍ଡା ସ୍ଥିତ ଆବାସିକ ବିଦ୍ୟାଳୟକୁ ଯାଇଥିଲେ । ସେଠାରେ ହଷ୍ଟେଲର ଉନ୍ନତି ଦିଗରେ ଆଲୋଚନା କରିଥିଲେ ଓ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଖାଦ୍ୟର ମାନଦଣ୍ଡକୁ ପରଖିବା ପାଇଁ ନିଜେ ପିଲାଙ୍କ ସହ ଭୋଜନ କରିଥିଲେ । ଏହାସହ ବିନା ଜାତିଗତ ପ୍ରମାଣ ନ ଥିବାରୁ ସ୍ବାଭିମାନ ଅଞ୍ଚଳର ପିଲାଏ ପାଠ ପଢାରୁ ବଞ୍ଚିତ ହେଉଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ । କହିଛନ୍ତି ସରକାର ଜାତିଗତ ପ୍ରମାଣ ପତ୍ର ଦେବାକୁ ତତ୍ପର କିନ୍ତୁ ଲୋକମାନେ ଜାତିଗତ ପ୍ରମାଣ ପାଇଁ ଆବେଦନ କରିବାରେ କେଉଁଠି ଭୁଲ ରହୁଛି ତାହାର ତଦନ୍ତ କରାଯାଇ ଯୁଦ୍ଧ କାଳିନ ଭିତ୍ତିରେ ପିଲାଙ୍କୁ ବିଦ୍ୟାଳୟ ମୁହାଁ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ମାଲକାନଗିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା । Body:ମନ୍ତ୍ରୀ ଆଜି ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ଆବାସିକ ବିଦ୍ୟାଳୟ କୁ ମଧ୍ୟ ଗସ୍ତ କରିଥିଲେ। ପ୍ରଥମେ ବଡ଼ପଡା ଆବାସିକ ବିଦ୍ୟାଳୟ କୁ ଯାଇ ସେଠାରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସହ ଶିକ୍ଷା ହାରର ଉନ୍ନତି ଦିଗରେ ଛାତ୍ର ଛାତ୍ରୀଙ୍କ ସହ କଥା ହେବା ସହ ଶିକ୍ଷାର ମାନ ବୃଦ୍ଧିକୁ ନେଇ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ପରେ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ଗଣିତ ଓ ଇଂରାଜୀ ଉପରେ ପାଠ ପଢାଇଥିଲେ । ସ୍ୱାଭିମାନ ଅଞ୍ଚଳର ଜୀବନ ରେଖା ପାଲଟିଥିବା ଗୁରୁପ୍ରିୟା ସେତୁକୁ ମଧ୍ୟ ପରିଭ୍ରମଣ କରଥିଲେ ମନ୍ତ୍ରୀ ସାରକା । ପରବର୍ତ୍ତୀ ସମୟରେ ମନ୍ତ୍ରୀ ଚିତ୍ରକୋଣ୍ଡା ସ୍ଥିତ ଆବାସିକ ବିଦ୍ୟାଳୟ କୁ ଯାଇଥିଲେ । ସେଠାରେ ହଷ୍ଟେଲର ଉନ୍ନତି ଦିଗରେ ଆଲୋଚନା କରିଥିଲେ ଓ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଖାଦ୍ୟ ର ମାନଦଣ୍ଡକୁ ପରଖିବା ପାଇଁ ନିଜେ ପିଲାଙ୍କ ସହ ଭୋଜନ କରିଥିଲେ । ଏହା ସହ ବିନା ଜାତିଗତ ପ୍ରମାଣ ନ ଥିବାରୁ ସ୍ୱାଭିମାନ ଅଞ୍ଚଳର ପିଲାଏ ପାଠ ପଢାରୁ ବଞ୍ଚିତ ହେଉଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ସରକାର ଜାତିଗତ ପ୍ରମାଣ ପତ୍ର ଦେବାକୁ ତତ୍ପର କିନ୍ତୁ ଲୋକମାନେ ଜାତିଗତ ପ୍ରମାଣ ପାଇଁ ଆବେଦନ କରିବାରେ କେଉଁଠି ଭୁଲ ରହୁଛି ତାହାର ତଦନ୍ତ କରାଯାଇ ଯୁଦ୍ଧ କାଳିନ ଭିତ୍ତିରେ ପିଲାଙ୍କୁ ବିଦ୍ୟାଳୟ ମୁହାଁ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ବାଇଟ- ଜଗନ୍ନାଥ ସାରକା, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀConclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.