ETV Bharat / state

ସତିଗୁଡା ଇକୋପାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ

Satiguda Eco Park : ପର୍ଯ୍ୟଟନ ଋତୁରେ ମାଲକାନଗିରି ଜିଲ୍ଲାର ସତିଗୁଡା ଇକୋପାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ବୋଟିଂ, ଭିୟୁ ପଏଣ୍ଟ, ସେଲ୍ଫି ପଏଣ୍ଟ, ଆଦିବାସୀ ମାନଙ୍କ ମୂର୍ତ୍ତି, କୃତ୍ରିମ ଫାଉଣ୍ଟେନ ଓ ଇକୋ କଟେଜ୍ କରୁଛି ପର୍ଯ୍ୟଟକଙ୍କୁ ଆକୃଷ୍ଟ । ଅଧିକ ପଢନ୍ତୁ

ସତିଗୁଡା ଇକୋପାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ
ସତିଗୁଡା ଇକୋପାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ
author img

By ETV Bharat Odisha Team

Published : Jan 3, 2024, 8:10 PM IST

ସତିଗୁଡା ଇକୋପାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ

ମାଲକାନଗିରି : ଚାଲିଛି ପର୍ଯ୍ୟଟନର ଋତୁ । ଶୀତ ଋତୁ ଆରମ୍ଭ ସାଙ୍ଗକୁ ନୂଆ ବର୍ଷରେ ଲୋକ ମାନେ ନୂଆ ନୂଆ ସ୍ଥାନକୁ ପିକନିକ କରିବାକୁ ଯାଇଥାନ୍ତି । ଏହି କ୍ରମରେ ବର୍ତ୍ତମାନ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନରେ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ମାଲକାନଗିରି ଜିଲ୍ଲାରେ ବଣ ଜଙ୍ଗଲ ଭରା ପ୍ରାକୃତିକ ପରିବେଶ ସହ ଦୁଇଟି ଜଳଭଣ୍ଡାର ରହିଛି । ଜିଲ୍ଲାରେ ବନବିଭାଗ ପକ୍ଷରୁ ଚିତ୍ରକୋଣ୍ଡା ଇକୋପାର୍କ, ଜଦୁଗୁଡା ଇକୋପାର୍କ ସତିଗୁଡା ଇକୋପାର୍କ ଓ ନୂତନ ଭାବେ କରାଯାଇଥିବା ଧନୁର୍ଜୟଗୁଡା ଇକୋପାର୍କ ରହିଛି । ସେଥି ମଧ୍ୟରୁ ମାଲକାନଗିରି ସହର ଉପକଣ୍ଠ ଠାରୁ ୫ କିମି ଦୂରରେ ସତିଗୁଡା ଜଳଭଣ୍ଡାରକୁ ଲାଗି ରହିଛି ବନବିଭାଗର ସତିଗୁଡା ଇକୋପାର୍କ । ଯାହାର ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଲାଗୁଛି ଭିଡ ।

ବନବିଭାଗ ପକ୍ଷରୁ ଛୋଟଛୋଟ ପିଲାମାନଙ୍କର ଖେଳକୁଦ ପାଇଁ ଦୋଳି , ଖସଡା ଭଳି ସରଞ୍ଜାମ ରୁ ଆରମ୍ଭ କରି ସତିଗୁଡା ଜଳଭଣ୍ଡାରରେ ବୋଟିଂ ସହ ସମସ୍ତ ପ୍ରକାର ପିକନିକ ସୁବିଧା ରହିଛି । ଏହା ସହ ଭିୟୁ ପଏଣ୍ଟ ଓ ସେଲ୍ଫି ପଏଣ୍ଟ ଖାସ କରି ଯୁବ ପିଢିର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି । ଏଠାକାର ଉଦ୍ୟାନ ରେ ଭଳି କି ଭଳି ପଶୁ, ପକ୍ଷୀ, ସରୀସୃପ, ରାକ୍ଷସ ମାନଙ୍କ ଷ୍ଟାଚ୍ୟୁ ସହିତ ମାଲକାନଗିରିର ଆଦିବାସୀ ମାନଙ୍କ ମୂର୍ତ୍ତି ଅତ୍ୟନ୍ତ ସୁନ୍ଦର ହୋଇଛି ।

ଏହା ମଧ୍ୟ ପଢନ୍ତୁ ... ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ଘଣ୍ଟେଶ୍ୱରୀ ପୀଠ, ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ବିଶେଷ କରି ଏଠାକାର ସୂର୍ଯ୍ୟାସ୍ତ କାଳୀନ ଦୃଶ୍ୟ ଓ ରାତିରେ ରଙ୍ଗାରଙ୍ଗ ଆଲୋକସଜ୍ଜା ସହ କୃତ୍ରିମ ଫାଉଣ୍ଟେନ ବେଶ ଆକର୍ଷଣୀୟ ଲାଗୁଛି । ଯାହାକୁ ଦେଖିବାକୁ ରାଜ୍ଯ ଓ ରାଜ୍ଯ ବାହାର ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଲାଗୁଛି । ପୁର୍ବରୁ ଏଠାରେ ରହଣି ପାଇଁ ଚାରୋଟି ଇକୋ କଟେଜ୍ କରାଯାଇଥିବା ବେଳେ ଏବେ ନୁଆ କରି ନିର୍ମାଣ କରାଯାଇଛି ଚାରୋଟି ଉଡେନ୍ କଟେଜ୍ । ଏଠାରେ ରେଷ୍ଟୁରାଣ୍ଟ ଠାରୁ ଆରମ୍ଭ କରି ସୁଇମିଂପୁଲ୍ ଓ କ୍ୟାମ୍ପ ଫାୟର ଯାଏଁ ସବୁ ପ୍ରକାର ଅତି ଆଧୁନିକ ସୁବିଧା ରହିଛି । ଯାହା ଫଳରେ ପଡୋଶୀ ଛତିଶଗଡ ଓ ଆନ୍ଧ୍ରପ୍ରଦେଶର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି ସତିଗୁଡା ଇକୋପାର୍କ । ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ଗ୍ରହଣ କରିଛି ଏହି ସତିଗୁଡା ଇକୋପାର୍କ । ମାଲକାନଗିରିରେ ରହିଥିବା ଏହି ଇକୋପାର୍କ କୁ ଆହୁରି ଉନ୍ନତ ମାନର କରିବା ଲାଗି ଉଦ୍ୟମ ଜାରି ରଖିଛି ବନବିଭାଗ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.