ETV Bharat / state

ସରିଲା ପରିକ୍ରମା ଲୋକାର୍ପଣ, ପୁରୀରେ ପହଞ୍ଚିଲାନି ଗୁଆ-ଚାଉଳ!

Question raised by people on Arpan rath: ସରିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ହେଲେ ଶ୍ରୀକ୍ଷେତ୍ରରେ ପହଞ୍ଚିଲାନି ଜଗନ୍ନାଥ ପ୍ରେମୀ ମାନଙ୍କ ଗୁଆ-ଚାଉଳ । ମାଲକାନଗିରିରେ ପଞ୍ଚାୟତ ଅଫିସ ଓ ମନ୍ଦିରରେ ପଡ଼ି ରହିଛି ବସ୍ତା ବସ୍ତା ଚାଉଳ ଓ ଗୁଆ । ଅଧିକ ପଢନ୍ତୁ

ସରିଲା ପରିକ୍ରମା ପ୍ରକଳ୍ପ ଲୋକାର୍ପଣ, କିନ୍ତୁ ପୁରୀରେ ପହଞ୍ଚିଲାନି ଭକ୍ତଙ୍କ ଗୁଆ-ଚାଉଳ

author img

By ETV Bharat Odisha Team

Published : Jan 18, 2024, 6:04 PM IST

ସରିଲା ପରିକ୍ରମା ପ୍ରକଳ୍ପ ଲୋକାର୍ପଣ, କିନ୍ତୁ ପୁରୀରେ ପହଞ୍ଚିଲାନି ଭକ୍ତଙ୍କ ଗୁଆ-ଚାଉଳ

ମାଲକାନଗିରି : ସରିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ହେଲେ ଶ୍ରୀକ୍ଷେତ୍ରରେ ପହଞ୍ଚିଲାନି ଜଗନ୍ନାଥ ପ୍ରେମୀ ମାନଙ୍କ ଗୁଆ-ଚାଉଳ । ସରକାରୀ ଅର୍ଥ ରେ ଗାଁ ଗାଁ ବୁଲିଲା ଅର୍ପଣ ରଥ , ଏପରିକି ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଆଉ ଚାଉଳ ସଂଗ୍ରହ ବି ହେଲା । କିନ୍ତୁ ଶ୍ରୀମନ୍ଦିରକୁ ଯିବା ବଦଳରେ ଭକ୍ତଙ୍କ ଭକ୍ତି ଅର୍ଘ୍ୟ ପଡିରହିଛି ପଞ୍ଚାୟତ ଅଫିସ ଓ ମନ୍ଦିରରେ । ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ।

ଏହା ମଧ୍ୟ ପଢନ୍ତୁ ... ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଉତ୍ସବମୁଖର ପୁରୀ, ସରକାରଙ୍କ ପଦକ୍ଷେପଙ୍କୁ ଭକ୍ତଙ୍କ ପ୍ରଶଂସା

ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ୧୧୧ଟି ପଞ୍ଚାୟତ ଥିବାବେଳେ ସଦର ବ୍ଲକ ରେ ରହିଛି ୧୯ଟି ପଞ୍ଚାୟତ । ସଦର ବ୍ଲକ କାର୍ଯାଳୟ ନିକଟରେ ଥିବା ତ୍ରିନାଥ ମନ୍ଦିରରେ ଅର୍ପଣ ରଥକୁ ମିଳିଥିବା ଗୁଆ-ଚାଉଳ ବସ୍ତାରେ ଭର୍ତ୍ତି କରି ରଖାଯାଇଛି । ସେହିଭଳି ମାଲକାନଗିରି ମୁନିସିପାଲଟିର ୧୯ଟି ୱାର୍ଡ ର ଭକ୍ତ ମାନେ ଅର୍ପଣ କରିଥିବା ଗୁଆ-ଚାଉଳକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ରଖାଯାଇଛି । ସ୍ଥାନୀୟ ବାସିନ୍ଦା ଏ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ସରକାର ଜଗନ୍ନାଥ ଭକ୍ତଙ୍କ ଭାବବେଗ ସହ ଖେଳୁଛନ୍ତି କହଛନ୍ତି ବୁଦ୍ଧିଜୀବୀ । ମାଲକାନଗିରି ଜିଲ୍ଲାରେ ରହୁଥିବା ଆଦିବାସୀ ଓ ବଙ୍ଗୀୟ ସମ୍ପ୍ରଦାୟର ଲୋକମାନେ ଉଷୁନା ଚାଉଳ ଓ କିଣା ଚାଉଳ ବ୍ୟବହାର କରୁଥିବା ବେଳେ ଏହାକୁ ଅର୍ପଣ ରଥକୁ ଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ .... ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ, ପ୍ରସ୍ତୁତି ସମୀକ୍ଷା ସହ ଭକ୍ତଙ୍କ ସହ ସେଲଫି ନେଲେ ପାଣ୍ଡିଆନ

ଶ୍ରୀମନ୍ଦିରରେ ଅରୁଆ ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ହୁଏ, ଏ ସମ୍ପର୍କରେ ସେମାନେ ଅଜ୍ଞ ଅଛନ୍ତି । କିନ୍ତୁ ସରକାର ଏଠି ପ୍ରଶାସନିକ କଳକୁ ଲଗାଇ ସରଳ ଭକ୍ତମାନଙ୍କ ଭାବ ଓ ବିଶ୍ବାସ ସହ ବିଶ୍ବାସଘାତ କରିଥିବା ବୁଦ୍ଧିଜୀବୀ କହିଛନ୍ତି । ଏଥିନେଇ ମାଲକାନଗିରି ମ୍ୟୁନିସିପାଲିଟିର ଅର୍ପଣ ରଥ ଦାୟିତ୍ବରେ ଥିବା ଅଧିକାରୀ ପରୋକ୍ଷରେ କହିଛନ୍ତି ଏଥିନେଇ ସରକାରଙ୍କ କୌଣସି ପ୍ରକାର ଏସଓପି ବା ନିର୍ଦେଶାବଳୀ ଆସିନାହିଁ । ସେହିଭଳି ମାଲକାନଗିରି ସଦର ବ୍ଲକ ଜିପିଓ କହିଛନ୍ତି ଯେ ସ୍ଥାନୀୟ ତ୍ରିନାଥ ମନ୍ଦିରରେ ବ୍ଲକର ସମସ୍ତ ଗୁଆ-ଚାଉଳ ଗଛିତ ରଖାଯାଇଛି । ସରକାରଙ୍କ ନିର୍ଦେଶ ଆସିଲେ ସମସ୍ତ ଗୁଆ-ଚାଉଳ ପୁରୀ ଶ୍ରାମନ୍ଦିରକୁ ପଠାଇବାର ବ୍ୟବସ୍ଥା କରାଯିବ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.