ETV Bharat / state

ଆମାକୁଣ୍ଡ ପର୍ବତରେ ବେଆଇନ ପଥର ଖନନ କମ୍ପାନୀକୁ ବିରୋଧ

author img

By

Published : Oct 7, 2020, 2:43 PM IST

ଆମାକୁଣ୍ଡ ପର୍ବତ ଠାରେ ବେଆଇନ ପଥର ଖନନ କମ୍ପାନୀକୁ ଅଞ୍ଚଳବାସୀଙ୍କ ବିରୋଧ । ଏନେଇ ଖଇରପୁଟ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ ।

ବେଆଇନ ପଥର ଖନନ କମ୍ପାନୀକୁ ବିରୋଧ
ବେଆଇନ ପଥର ଖନନ କମ୍ପାନୀକୁ ବିରୋଧ

ମାଲକାନାଗିରି: ଆମାକୁଣ୍ଡ ପର୍ବତ ଠାରେ ବେଆଇନ ପଥର ଖନନ କମ୍ପାନୀକୁ ବିରୋଧ । ମାଲକାନାଗିରି ଜିଲ୍ଲା ଖଇରପୁଟ ବ୍ଲକ ଆମାକୁଣ୍ଡ ନିକଟରେ ରହିଥିବା ପ୍ରାୟ 6 ଶହ ଏକର ପାହାଡ଼ରୁ ପଥର ଖନନ କରାଯିବା ନେଇ ଲିଜ୍ ପାଇଁ ଷଡ଼ଯନ୍ତ୍ର ଚାଲୁଥିବାରୁ ଏଠାକାର ଅଞ୍ଚଳବାସୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରକାଶ ପାଇଛି । ଏନେଇ ବୁଧବାର ଖଇରପୁଟ ତହସିଲଦାରଙ୍କୁ ଭେଟି ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

କିଛି ଦଲାଲ ଆନ୍ଧ୍ର କମ୍ପାନୀ ସହ ମିଶି ଆମାକୁଣ୍ଡ ପାହାଡ଼ର ଲିଜ୍ କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଖଇରପୁଟ, କଦମଗୁଡ଼ା, କୁଡୁମୁଲୁଗୁମ୍ମା, ପଡାଘାଟ ଓ ରାବେଡ଼ା ପଞ୍ଚାୟତ ଅଧିବାସୀମାନେ ଅଭିଯୋଗ କରିଛନ୍ତି । ଲଗାତାର ପହାଡ଼ ଅଞ୍ଚଳର ଲୋକଙ୍କୁ ଏକତ୍ରିତ କରି ପଲ୍ଲୀସଭା କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । ଏହି ପାହାଡ଼ରେ ଆମାକୁଣ୍ଡ ଶୈବପୀଠ ଓ ଦାମଲଦେଇ ଭଳି ପ୍ରସିଦ୍ଧ ଶକ୍ତିପୀଠ ରହିଛି । ପଥର ଖନନ ହେଲେ ଏସବୁ ନଷ୍ଟ ହୋଇଯିବ । ଏହାସହିତ ପ୍ରାକୃତିକ ସବୁଜ ବନାନୀ ମଧ୍ୟ ଉଜୁଡ଼ିଯିବ ବୋଲି ଅଞ୍ଚଳବାସୀ କହିଛନ୍ତି । ଏହି ଅଞ୍ଚଳରେ 5 ଟି ଚିରସ୍ରୋତା ନଦୀ ରହିଛି । ଯାହାଦ୍ବାରା ଲୋକେ ଚାଷ କରିପାରୁଛନ୍ତି । ପଥର ଖନନ ହେଲେ ନଦୀଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ବେଆଇନ ପଥର ଖନନ କମ୍ପାନୀକୁ ବିରୋଧ
ବେଆଇନ ପଥର ଖନନ କମ୍ପାନୀକୁ ବିରୋଧ

ପାହାଡ଼ ଉପରେ ଆଦିମ ଜନଜାତି ଯଥା- ବଣ୍ଡା, ଦିଦାଇ ଓ ଗଣ୍ଡ ଜାତିର ଲୋକେ ବସବାସ କରୁଛନ୍ତି । ସେମାନଙ୍କ ପାଇଁ ଜଙ୍ଗଲ ହେଉଛି ଦେବତା । ଏହି ଠାରୁ ହିଁ ସେମାନେ ନିଜ ପେଟ ପୋଷନ୍ତି । ତେଣୁ ଯଦି କୌଣସି ପ୍ରକାର ଖନନ ହୁଏ, ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଅଞ୍ଚଳବାସୀ ଚ଼େତାବନୀ ଦେଇଛନ୍ତି ।

ମାଲକାନାଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.