ମାଲକାନଗିରି: ଆସନ୍ତାକାଲି(ମଙ୍ଗଳବାର) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ । ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର 23ଟି ପଞ୍ଚାୟତରେ ମତଦାନ ହେବ । ଭୋଟ ଗ୍ରହଣ ପାଇଁ ମୋଟ 374ଟି ମତଦାନ କେନ୍ଦ୍ର କରାଯାଇଛି । ସେଥି ମଧ୍ୟରୁ 91ଟି ସମ୍ବେଦନଶୀଳ ବୁଥ ଥିବାବେଳେ 15ଟି ଅତି ସମ୍ବେଦନଶୀଳ ବୁଥ ରହିଛି । ପଞ୍ଚାୟତରେ ସମୁଦାୟ 96624 ଜଣ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ ।
ନିର୍ବାଚନ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବୁଥରେ 3 ଜଣ ପୁଲିଙ୍ଗ କର୍ମଚାରୀଙ୍କ ସମେତ ଜଣେ ଲେଖାଏଁ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଅତି ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ BSF, SOG ଓ DVF ଅଧିକାରୀମାନେ ନିୟୋଜିତ ହୋଇଛନ୍ତି । ଏବଂ ସତର୍କତାର ସହିତ କୁମ୍ବିଂ ଅପରେସନ ଜାରି ରହିଥିବା ନେଇ ମାଲକାନଗିରି ଏଡିଏମ ସୂଚନା ଦେଇଛନ୍ତି ।
ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ