ETV Bharat / state

ପ୍ରଦୀପ ମାଝୀଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ, ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର କଲେ ସ୍ଥାପନ

author img

By

Published : Dec 15, 2022, 7:40 AM IST

ସ୍ୱାଭିମାନ ଅଞ୍ଚଳ ଧୁଲିପୁଟ ପଞ୍ଚାୟତର ମଣ୍ଡାପାଲି ଠାରେ ଗୋଟିଏ ବହୁମୁଖି ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଲେ ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ । ଅଧିକ ପଢନ୍ତୁ

ପ୍ରଦୀପ ମାଝୀଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ
ପ୍ରଦୀପ ମାଝୀଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ
ପ୍ରଦୀପ ମାଝୀଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ

ମାଲକାନଗିରି: ଗତକାଲି(ବୁଧବାର) ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଥିଲେ ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ (Special Development Council Advisor)। ସ୍ୱାଭିମାନ ଅଞ୍ଚଳ ଧୁଲିପୁଟ ପଞ୍ଚାୟତର ମଣ୍ଡାପାଲି ଠାରେ ଗୋଟିଏ ବହୁମୁଖି ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ସ୍ୱାଭିମାନ ଅଞ୍ଚଳରେ ଗୋଟିଏ ବହୁମୁଖି ବିଦ୍ୟାଳୟ ସ୍ଥାପନା କରିବାପାଇଁ ସ୍ୱାଭିମାନ ଅଞ୍ଚଳବାସୀଙ୍କର ବହୁଦିନରୁ ଦାବିଥିଲା । ଏହି ବହୁମୁଖି ବିଦ୍ୟାଳୟଟି ଚିତ୍ରକୋଣ୍ଡା ଠାରେ ଅବସ୍ଥିତ ଆର୍ସେଲର ମିତଲ ନିପନ ଷ୍ଟିଲ ଓ ଓଡ଼ିଶା ସରକାରଙ୍କର ମିଳିତ ଉଦ୍ୟମରେ ନିର୍ମିତ ହେବାକୁ ଯାଉଛି । ଏହି ବିଦ୍ୟାଳୟରେ ପିଲାମାନେ ପାଠପଢ଼ିବା ସହିତ ରହିବାର ବ୍ୟବସ୍ଥା ମଧ୍ୟ ରିହବା ନେଇ ପ୍ରଦୀପ ସୂଚନା ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ: Gen MM Naravane: ଚୀନ ପୋଲ ଖୋଲିଲେ, କହିଲେ ଭାରତୀୟ ସେନାକୁ ମିଳିଛି ସ୍ୱାଧୀନତା

ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରଦୀପ ମାଝୀ ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ବୁଲି ଦେଖିବା ସହ କିପରି କାମ ଗୁଡିକ ଯଥାଶୀଘ୍ର ସରିବ ସେ ବିଷୟରେ ତଦାରଖ କରିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଆର୍ସେଲର ମିତଲ ନିପନ ଷ୍ଟିଲର ମାନବ ସମ୍ବଳ ଅଧିକାରୀ ଡି.ଏସ.ବର୍ମା ଉପସ୍ଥିତ ଥିଲେ । ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ସହ ମାଲକାନଗିରି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାମାରୀ ତାଙ୍ଗୁଲୁ ଏବଂ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ଵରି ଖିଲ ଉପସ୍ଥିତ ଥିଲେ ।

ଏହି ସମୟରେ ପ୍ରଦୀପ ମାଝି କହିଥିଲେ," ମିତଲ ନିପନ ଷ୍ଟିଲ ଓ ଓଡ଼ିଶା ସରକାରଙ୍କର ମିଳିତ ଉଦ୍ୟମରେ ନିର୍ମିତ ହେବାକୁ ଯାଉଛି । ସ୍ବାଭିମାନ ଅଞ୍ଚଳରେ ବାସ କରୁଥିବା ହଜାର ହଜାର ଛାତ୍ରଛାତ୍ରୀ ଡ୍ରପ ଆଉଟ ହୋଇ ରହିଯାଉଥିଲେ । ଏମାନଙ୍କ ପାଇଁ ଆଗକୁ ପଢିବାର କୌଣସି ସୁବିଧା ନଥିଲା । ଜାତିଗତ ପ୍ରମାଣ ପତ୍ର ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଆର୍ସିଲେର ମିତଲ ନପୋନ ଷ୍ଟିଲ ଲିମିଟେଡ ନାମକ କମ୍ପାନୀ ଏହାକୁ ହାତକୁ ନେବା ପରେ ସ୍କୁଲ ଖୋଲିବା ପାଇଁ ଦାବି କରିବାକୁ ସେ ମଧ୍ୟ ଏକ କୋଟି ପ୍ରଦାନ କରିଥିଲେ।କମ୍ପାନି ପ୍ରତି ବର୍ଷ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ବାବଦକୁ ପ୍ରଦାନ କରିବାକୁ ଥିବା ବେଳେ ପ୍ରଶାସନ ଏହାର ଦେଖରେଖ କରିବ।"

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.