ETV Bharat / state

ସେନା ସୁରକ୍ଷା ଦାୟିତ୍ବରେ ଲାଲବାହିନୀ

ଆଇନକୁ ହାତକୁ ନେଉଥିବା ମଣିଷ ଏବେ ଆଇନ ସୁରକ୍ଷାରେ । ଆତ୍ମସମର୍ପଣ କରୁଥିବା ନକ୍ସଲ ସାମିଲ ହେବେ ସୁରକ୍ଷା ବାହିନୀରେ । ରକ୍ତମୁଖା ଲାଲବାହିନୀକୁ ଅନୁତାପର ସୁଯୋଗ ଦେଇ ଇତିହାସ ରଚିବାକୁ ଯାଉଛି ମାଲକାନଗିରି ଜିଲ୍ଲା ପ୍ରଶାସନ ।

author img

By

Published : Jun 6, 2019, 7:11 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ହତ୍ୟାକାରୀ ଏବେ ବଞ୍ଚାଇବେ ଜୀବନ । ବନ୍ଧୁକ ଧରି ଭୟଭୀତ କରୁଥିବା ମାଓବାଦୀ ଏବେ ସେହି ବନ୍ଧୁକ ସହାୟତାରେ ନିଜ ପୂର୍ବ ସାଥୀଙ୍କୁ ଦେବେ ଶାସ୍ତି । ଏଭଳି ଭାବେ ରକ୍ତମୁଖା ଲାଲବାହିନୀକୁ ଅନୁତାପର ସୁଯୋଗ ଦେଇ ଇତିହାସ ରଚିବାକୁ ଯାଉଛି ମାଲକାନଗିରି ଜିଲ୍ଲା ପ୍ରଶାସନ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ଆତ୍ମସମର୍ପଣ କରିଥିବା ୧୦ ମାଓବାଦୀଙ୍କୁ ସୁରକ୍ଷାବାହିନୀରେ ଚାକିରି ପାଇଁ ପୋଲିସ ବିଭାଗ ପକ୍ଷରୁ ସ୍ବତନ୍ତ୍ର ତାଲିମ ଦିଆଯାଉଛି । ସେହିପରି ଓଠରେ ଲିପଷ୍ଟିକ ଓ ପାଦରେ ଅଳତା ପିନ୍ଧି ସମାଜର ଘୃଣ୍ୟ ଚକ୍ଷୁରେ ଥିବା କିନ୍ନରଙ୍କୁ ବି ମିଳିବ ଏହି ସୁଯୋଗ । ଜିଲ୍ଲାର ୧୫ ଜଣ କିନ୍ନରଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ କରିବାକୁ ସୁରକ୍ଷା ବାହିନୀରେ ଦିଆଯିବ ନିଯୁକ୍ତି । ଯାହାକୁ ନେଇ ବେଶ ଖୁସି ଅଛନ୍ତି ଏମାନେ ।

ଏଥିପାଇଁ ପ୍ରତିଦିନ ସକାଳେ ମାଲକାନଗିରି ପୋଲିସ ପଡିଆରେ ଏମାନେ ୨ ଘଣ୍ଟାର ତାଲିମ ନେଉଛନ୍ତି । ଯାହାକୁ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଏସପିଙ୍କୁ ଧନ୍ୟବାଦ ଦେଇଛନ୍ତି ଆତ୍ମ ସମର୍ପିତ ନକ୍ସଲ ।

ସମାଜର ମୁଖ୍ୟ ଧାରାଠାରୁ ବହୁ ଦୂରରେ ଏଇ ଆତ୍ମସମର୍ପଣ କରିଥିବା ମାଓବାଦୀ । ସେମିତି ଆତ୍ମସମ୍ମାନର ସହିତ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି କିନ୍ନର । ଆଉ ଏମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାରେ ପ୍ରଶାସନର ଏହି ପ୍ରୟାସ , ସେମାନଙ୍କୁ ନିଶ୍ଚିତ ଭାବେ ମୁଣ୍ଡ ଉଠାଇ ବଞ୍ଚିବାକୁ ଦେବ ସାହାସ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

DC

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.