ETV Bharat / state

ଓଡି଼ଶାକୁ ବୁଡ଼ାଇଲା ଆନ୍ଧ୍ର ପ୍ରକଳ୍ପ, ବନ୍ୟା ଜଳରେ ଉବୁଟୁବୁ ମୋଟୁ ଅଞ୍ଚଳ - ବନ୍ୟା ଜଳରେ ଉବୁଟୁବୁ ମୋଟୁ ଅଞ୍ଚଳ

ଓଡ଼ିଶାକୁ ବୁଡ଼ାଇଲା ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ । ଗୋଦାବରୀ ନଦୀ ଉପରେ ଆନ୍ଧ୍ରର ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ପରେ ଅସ୍ବାଭାବିକ ଭାବରେ ଫୁଲୁଛି ଗୋଦାବରୀ ନଦୀ । ଫଳରେ ଚିନାଗୋଦାବରୀ ନଦୀରେ ଠିକ୍‌ ରୂପେ ହୋଇପାରୁନି ଜଳ ନିଷ୍କାସନ । ଯାହାର ପ୍ରଭାବ ମାଲକାନଗିରି ଜିଲ୍ଲାର ମୋଟୁ ଗାଁରେ ଦେଖିବାକୁ ମିଳିଛି । ଦେଖନ୍ତୁ ଏହି ରିପୋର୍ଟ

ଓଡି଼ଶାକୁ ବୁଡ଼ାଇଲା ଆନ୍ଧ୍ର ପ୍ରକଳ୍ପ, ବନ୍ୟା ଜଳରେ ଉବୁଟୁବୁ ମୋଟୁ ଅଞ୍ଚଳ

author img

By

Published : Jul 15, 2022, 8:55 PM IST

ମାଲକାନଗିରି: ସତ ହେଲା ଆଶଙ୍କା । ଓଡ଼ିଶାକୁ ବୁଡ଼ାଇଲା ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ । ଗୋଦାବରୀ ନଦୀ ଉପରେ ଆନ୍ଧ୍ରର ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ପରେ ଅସ୍ବାଭାବିକ ଭାବରେ ଫୁଲୁଛି ଗୋଦାବରୀ ନଦୀ । ଫଳରେ ଚିନାଗୋଦାବରୀ ନଦୀରେ ଠିକ୍‌ ରୂପେ ହୋଇପାରୁନି ଜଳ ନିଷ୍କାସନ । ଯାହାର ପ୍ରଭାବ ମାଲକାନଗିରି ଜିଲ୍ଲାର ମୋଟୁ ଗାଁରେ ଦେଖିବାକୁ ମିଳିଛି । ଡ୍ୟାମର ପଛୁଆ ଜଳ ଗାଁ ଭିତରେ ପ୍ରବେଶ କରିବା ପରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି ।

ଓଡି଼ଶାକୁ ବୁଡ଼ାଇଲା ଆନ୍ଧ୍ର ପ୍ରକଳ୍ପ, ବନ୍ୟା ଜଳରେ ଉବୁଟୁବୁ ମୋଟୁ ଅଞ୍ଚଳ

ପୋଲାଭରମ ପ୍ରକଳ୍ପ ଯୋଗୁଁ ମୋଟୁ ଅଞ୍ଚଳର ମୁଗି ପଏଣ୍ଟ୍ ଆଜି ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ଗୋଦାବରୀ ନଦୀ ଜଳସ୍ତର ଖସୁ ନଥିବାରୁ ଆଗକୁ ବଡ଼ ବିପଦ ଆଣିବ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଭଦ୍ରାଞ୍ଚଳମ ପ୍ରଶାସନ ପକ୍ଷରୁ ଗୋଦାବରୀ ନଦୀ କୂଳରେ ଥିବା ବନ୍ଧ ଉପରେ ୨୪ ଘଣ୍ଟିଆ ପୋଲିସ ପହରା ବ୍ୟବସ୍ଥା କରାଯାଇଛି । ନଦୀ ଆଖପାଖକୁ କାହାରିକୁ ଛଡ଼ାଯାଉନି । ସେହିପରି ଭଦ୍ରାଞ୍ଚଳମ ଠାରୁ ୫୦ କିଲୋମିଟର ଦୂରରେ ଥିବା କୁନାଲରମ ବ୍ଲକର ଅଧିକାଂଶ ଗାଁ ଗୋଦାବରୀ ବନ୍ୟାଜଳରେ ଉବୁଟୁବୁ ହେଉଛି । ତେଣୁ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

ଗୋଦାବରୀ ଫୁଲିବାରୁ ମୋଟୁ ନଦୀ ଅସ୍ବାଭାବିକ ଭାବେ ଫୁଲିବାରେ ଲାଗିଛି । ମୋଟୁ ନିକଟରେ ପ୍ରବାହିତ ଚିନାଗୋଦାବରୀ ନଦୀରେ ଜଳ ନିଷ୍କାସନ ଠିକ୍ ରୂପେ ହୋଇପାରୁନାହିଁ । ଏଣୁ ମୋଟୁ ଅଞ୍ଚଳର ମୁଗି ପଏଣ୍ଟ ସ୍ଥିତ ମଧୁସୂଦନ ପାର୍କ ବନ୍ୟା ପାଣିରେ ବୁଡ଼ି ରହିଛି । ସେହିପରି ମୋଟୁ ଠାରୁ ୧୦କିମି ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଚିନ୍ତୁର ବଜାର ମଧ୍ୟରେ ବନ୍ୟାଜଳ ପ୍ରବେଶ କରିଛି । ମୋଟୁ ଓ ଚିନ୍ତୁର ମଝିରେ ଥିବା କାଲେରୁ ଗ୍ରାମର ଅନେକ ଘର ବି ବୁଡ଼ି ସାରିଲାଣି । ଗୋଦାବରୀ ଉପର ମୁଣ୍ଡରେ ବର୍ଷାର ପ୍ରକୋପ ଲାଗି ରହିଥିବାରୁ ସ୍ବାଭାବିକ ସ୍ଥିତି ଏତେ ଶୀଘ୍ର ଫେରିବାର ନାହିଁ । ତେଣୁ ଆଗକୁ ବନ୍ୟା ଜଳ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି ।

ଯଦି ବନ୍ୟା ଜଳ ନିଷ୍କାସନ ନ ହେବ, ତେବେ ଏହି ଜଳ ଓଡ଼ିଶା ଆଡ଼କୁ ମାଡ଼ିଆସିବ ବୋଲି କୁହାଯାଉଛି । କିଛି ଘଣ୍ଟା ମଧ୍ୟରେ ଗୋଦାବରୀ ଜଳସ୍ତର ନ କମିଲେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ର ମୋଟୁ, ପୁରୁୁୁଶୁଗୁଡ଼ା ପଞ୍ଚାୟତର ଅନେକ ନଦୀ କୂଳିଆ ଗାଁ ବନ୍ୟା ଜଳ ଘେରକୁ ଆସିଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ଅନ୍ୟପଟେ ମାଲକାନଗିରି ଜିଲ୍ଲାରେ ବି ବର୍ଷା ଜାରୀ ରହିଛି । ତେଣୁ ଏମ୍‌ଭି-୫୬ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଯୋଗାଯୋଗ ଠପ୍ ହୋଇଯାଇଛି । ଏହି ପୋଲ ଉପରେ ପ୍ରାୟ ୨ରୁ ୩ ଫୁଟ୍ ଉଚ୍ଚରେ ବନ୍ୟା ଜଳ ଚାଲିଥିବାରୁ ସଂଗେଲ, ଉସକାପାଲୀ, ଏମଭି - ୫୬, ଏମ୍‌ଭି-୧୧୮, କେରିଆଗୁଡ଼ା ଆଦି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।

ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା । କାରଣ ଗତକାଲି ଠାରୁ ଆଜି ସକାଳ ପର୍ଯ୍ୟନ୍ତ କାଲିମେଳାରେ ୯୫ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିପରି ମାଲକାନଗିରି - ଆନ୍ଧ୍ରକୁ ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥର ଅନେକ ସ୍ଥାନରେ ରାସ୍ତା ବୁଡ଼ି ରହିଛି । ମୋଟୁ-ଚିନ୍ତୁର ମଧ୍ୟରେ ଥିବା କୁଇଗୁର ପୋଲ ଉପରେ ଆଜି ମଧ୍ୟ ପ୍ରାୟ ୬ରୁ ୭ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିଲା । ୩ ଦିନ ହେଲା ଏହି ପୋଲ ସଂପୂର୍ଣ୍ଣ ବୁଡ଼ି ରହିଥିବାରୁ ଆନ୍ଧ୍ରକୁ ଯାତାୟାତ ବନ୍ଦ ରହିଛି । ପୋଲର ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଛି । ଶ୍ରାବଣ ମାସ ଆରମ୍ଭରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଆଗକୁ ବର୍ଷା ବଢ଼ିଲେ ଭୟଙ୍କର ବିପଦ ମାଡିଆସିବ ବୋଲି ସ୍ଥାନୀୟ ବାସିନ୍ଦା ଏବେଠାରୁ ପ୍ରମାଦ ଗଣିଲେଣି ।

ମାଲକାନଗିରିରୁ ପଞ୍ଚାନନ ଦାଶଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.