ମାଲକାନଗିରି: ଜିଲ୍ଲାରେ ପ୍ଲାଷ୍ଟିକ ଅଣ୍ଡା ବାହାରିବା ପରେ ପ୍ରଶାସନ ଏବେ ତତ୍ପର । ଦୋକାନ ଦୋକାନ ବୁଲି ଅଣ୍ଡା ଚଢ଼ାଉ ଅଭିଯାନ ଆରମ୍ଭ କରିଛି ପ୍ରଶାସନ । ବଜାରରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ଘଟଣା ଖବର ପ୍ରକାଶ ପରେ ମାଲକାନଗିରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।
ଜିଲ୍ଲାର ବିଭିନ୍ନ ଅଣ୍ଡା ଦୋକାନ ଉପରେ ଚଢ଼ାଉ କରିଛି ସ୍ବାସ୍ଥ୍ୟ ବିଭାଗ । ଚଢ଼ାଉ କରିବା ସହ ଅଣ୍ଡାର ସାମ୍ପଲ ମଧ୍ୟ ସଂଗ୍ରହ କରି ପରୀକ୍ଷା ନିମନ୍ତେ ନେଇଛନ୍ତି ।
ଆଜି ସକାଳୁ ମାଲକାନଗିରିରେ ଜଣେ ଗ୍ରାହକ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ କରିଥିଲେ । ଏହାପରେ ପ୍ରଶାସନ ଚେତିବା ପରେ ଚଢାଉ ଆରମ୍ଭ କରିଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ