ETV Bharat / state

ଗାଁ ଗାଁ ବୁଲି ଲୋକଙ୍କୁ ନୂତନ ଟ୍ରାଫିକ ନିୟମ ବୁଝାଇଲେ ଥାନା ଅଧିକାରୀ

ଗାଁ ଗାଁ ବୁଲି ଲୋକଙ୍କୁ ନୂତନ ଟ୍ରାଫିକ ନିୟମ ବୁଝାଉଛନ୍ତି ଥାନା ଅଧିକାରୀ । ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଏହି କାମକୁ ବର୍ତ୍ତମାନ ସ୍ଥାନରେ ପ୍ରଶଂସା କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିିରି
author img

By

Published : Sep 16, 2019, 3:11 PM IST

ମାଲକାନଗିରି: ମାଓ ଗଡ଼ରେ ପୋଲିସର ନିଆରା ଅନ୍ଦାଜ । ଗାଁ ଗାଁ ବୁଲି ଲୋକଙ୍କୁ ନୂତନ ଟ୍ରାଫିକ ନିୟମ ବୁଝାଉଛନ୍ତି ଥାନା ଅଧିକାରୀ । କିଛି ଏମିତି ଚିତ୍ର ଦେଖିବାକୁ ମିଳିଛି ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରେ । ଚାରି ଚକିଆ ତଥା ବାଇକ ଚାଳକଙ୍କ ନିମନ୍ତେ ନୂତନ ନିୟମ ଲାଗୁ ହେବା ପରେ ସୋମବାର ମାଲକାନଗିରି ଜିଲ୍ଲା ମାଥିଲି ଥାନା ପୋଲିସ ତରଫରୁ ଏକ ରାଲୀର ଆୟୋଜନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିିରି

ଏହି କାର୍ଯ୍ୟକ୍ରମରେ ମାଥିଲି ଥାନା ଅଧିକାରୀଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ମୁଣ୍ଡରେ ହେଲମେଟ ପିନ୍ଧି ଗାଁ ଗାଁ ବୁଲି ରାସ୍ତାରେ ଯାଉଥିବା ସମସ୍ତ ମୋଟର ସାଇକେଲ ଚାଳକଙ୍କୁ ଅଟକାଇ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ଏହା ସହ ନୂତନ ବାହନ ନିୟମର ପାମ୍ପ୍ଲେଟ ବଣ୍ଟନ କରି ଜନ ସଚେତନତା କରିଥିଲେ ।

ଆଗାମୀ ଦିନରେ ଏହିପରି ଆଇନ ଅମାନ୍ୟ କଲେ ସରକାରଙ୍କ ନୂତନ ନିୟମ ଅନୁଯାୟୀ ଚାଲାଣ କଟାଯିବ ବୋଲି କହିଥିଲେ ଥାନା ଅଧିକାରୀ ଜନ ଖୁଜୁର। ଏହାସହ ଗାଡି ଚାଳକଙ୍କୁ ସମସ୍ତ ନିୟମ ବୁଝାଇଥିଲେ । ପୋଲିସର ଏହି ପ୍ରକାର ପ୍ରୟାସକୁ ଜନ ସାଧାରଣରେ ପ୍ରଶଂସା କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଓ ଗଡ଼ରେ ପୋଲିସ ର ନିଆରା ଅନ୍ଦାଜ । ଗାଁ ଗାଁ ବୁଲି ଲୋକଙ୍କୁ ନୂତନ ଟ୍ରାଫିକ ନିୟମ ବୁଝାଉଛନ୍ତି ନିଜେ ଥାନା ଅଧିକାରୀ ।Body:କିଛି ଏମିତି ଚିତ୍ର ଦେଖିବାକୁ ମିଳିଛି ମାଓ ଅଧ୍ୟସିତ ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରେ । ଚାରି ଚକିଆ ତଥା ବାଇକ ଚାଳକଙ୍କ ନିମନ୍ତେ ନୂତନ ନିୟମ ଲାଗୁ ହେବା ପରେ ଆଜି ମାଲକାନଗିରି ଜିଲ୍ଲା ମାଥିଲି ଥାନା ପୋଲିସ ତରଫରୁ ଏକ ରାଲୀର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମାଥିଲି ଥାନା ଅଧିକାରୀ
ଜନ ଖୁଜୁରଙ୍କ ସହିତ ଥାନାର ସମସ୍ତ କର୍ମଚାରୀ ମୁଣ୍ଡରେ ହେଲମେଟ ପିନ୍ଧି ଗାଁ ଗାଁ ବୁଲି ରାସ୍ତାରେ ଯାଉଥିବା ସମସ୍ତ ମୋଟର ସାଇକେଲ ଚାଳକଙ୍କୁ ଅଟକାଇ ହେଲମେଟ ପିନ୍ଧିବାକୁ କହିବା ସହ ନୂତନ ବାହନ ନିୟମର ପାମ୍ପ୍ଲେଟ ବଣ୍ଟନ କରି ଜନ ସଚେତନତା କରିଥିଲେ । Conclusion:ଆଗାମୀ ଦିନରେ ଏହିପରି ଆଇନ ଅମାନ୍ୟ କରିଲେ ସରକାରଙ୍କ ନୂତନ ନିୟମ ଅନୁଯାୟୀ ଚାଲାଣ କଟାଯିବ ବୋଲି ଥାନା ଅଧିକାରୀ ଜନ ଖୁଜୁର କହିଥିଲେ ଏବଂ ଗାଡି ଚାଳକଙ୍କୁ ସମସ୍ତ ନିୟମ ବୁଝାଇଥିଲେ। ପୋଲିସର ଏହି ପ୍ରକାର ପ୍ରୟାସକୁ ଜଣ ସାଧାରଣରେ ପ୍ରଶଂସା କରାଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.