ମାଲକାନଗିରି: ବିଦ୍ୟୁତ ଆଘାତରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି ।
ମିଳିଥିବା ସୂଚନା ଅନୁସାରେ, SSB ଫୋର୍ଥ ବାଟାଲିୟାନ କ୍ୟାମ୍ପରେ ବିଦ୍ୟୁତ ସରାବରାହ କାର୍ଯ୍ୟରେ ଏହି ଦୁଇ ଜଣ ଯବାନ ନିୟୋଜିତ ଥିଲେ । ଏହି ସମୟରେ ଯବାନ ଦୁଇ ଜଣଙ୍କୁ ଇଲେକ୍ଟ୍ରିକ କରେଣ୍ଟ ଲାଗିବାରୁ ଏହି ଅଘଟଣ ଘଟିଛି ।
ମୃତ ଯବାନ ଜଣକ ହେଲେ ରାହୁଲ କୁମାର ବେହେରା ମୃତ । ଉଭୟଙ୍କୁ କୋରାପୁଟ ମେଡିକାଲକୁ ନିଆଯାଇ ଥିବାବେଳେ ମେଡିକାଲରେ ରାହୁଲଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଯବାନଙ୍କର ଚିକିତ୍ସା ଚାଲିଛି।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ