ETV Bharat / state

ନକ୍ସଲଙ୍କ ଶହୀଦ ସପ୍ତାହ: ଯବାନଙ୍କ ଗୁଳିରେ ଜଣେ ନକ୍ସଲ ମୃତ - ମାଲକାନଗିରି

ନକ୍ସଲପନ୍ଥୀଙ୍କ ପକ୍ଷରୁ ଶହୀଦ ସପ୍ତାହ ପାଳନ ଚାଲିଥିବାବେଳେ, ସେମାନଙ୍କୁ ଦମନ କରିବାକୁ ଫୁଲ୍ ଦମ ଲଗାଇଛନ୍ତି ଆନ୍ଧ୍ର, ଓଡିଶା, ତେଲେଙ୍ଗାନା ଓ ଛତିଶଗଡ ରାଜ୍ୟର ପୋଲିସ । ଏହି କ୍ରମରେ ସିଆରପିଏଫ୍ ଯବାନଙ୍କ ଗୁଳିରେ ଜଣେ ନକ୍ସଲ ପ୍ରାଣ ହରାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Aug 1, 2019, 2:52 PM IST

ମାଲକାନଗିରି: ସାରା ଦେଶରେ ଜୁଲାଇ 28ରୁ ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ଶହୀଦ ସପ୍ତାହ ଭାବେ ପାଳନ କରୁଛନ୍ତି ଲାଲବାହିନୀ । ଏହି ସମୟ ମଧ୍ୟରେ ନକ୍ସଲପନ୍ଥୀଙ୍କୁ ଦମନ କରିବାକୁ ଫୁଲ୍ ଦମ ଲଗାଇଛନ୍ତି ଆନ୍ଧ୍ର, ଓଡିଶା, ତେଲେଙ୍ଗାନା ଓ ଛତିଶଗଡ ରାଜ୍ୟର ପୋଲିସ ।

ସେପଟେ ସହିଦ ସପ୍ତାହ ଭିତରେ ଛତିଶଗଡ ପୋଲିସକୁ ଦୁଇ 2 ଥର ସଫଳତା ମିଳିଛି । ବୁଧବାର ପୁଣି ଥରେ ତେଲେଙ୍ଗାନା ପୋଲିସ କୋତ୍ତାଗୁଡେମ୍ ଜିଲ୍ଲାରେ ଆରମ୍ଭ କରିଥିଲା ନକ୍ସଲ ଅପରେସନ । ନିଉ ଡେମୋକ୍ରାସି ଦଳମ୍‌ ନାମରେ ଗଠିତ ନକ୍ସଲପନ୍ଥୀଙ୍କ ଏକ ନୂଆ ଦଳ ଜବାଲାପାଲ୍ଲୀ ଜଙ୍ଗଲରେ ସଭା କରୁଥିବା ସମୟରେ ସିଆରଫିଏଫ୍ ଯବାନ ଅତର୍କିତ ଚଢାଉ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଯବାନଙ୍କ ଅତର୍କିତ ଆକ୍ରମଣ ଫଳରେ ଜଣେ ନକ୍ସଲ ପ୍ରାଣ ହରାଇବା ପରେ ଗାଁ ଲୋକେ ଯବାନଙ୍କୁ ଘେରି ଯାଇଥିଲେ । ଏପରିକି ଗାଁର କିଛି ମହିଳା ଓ ପୁରୁଷ ଯବାନଙ୍କୁ ଉପରେ ଜୋରଦାର ଆକ୍ରମଣ କରି ବାଡି ଓ ଠେଙ୍ଗାରେ ପ୍ରହାର କରିଥିଲେ । ନିଜ ଜୀବନ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଯବାନ ଦୌଡି ପଳାଇଥିଲେ ।

ତେବେ ମୃତ ନକ୍ସଲପନ୍ଥୀଙ୍କ ନାମ ଲିଙ୍ଗାନା ଏବଂ ସେ ନିଉ ଡେମୋକ୍ରାସି ଦଳମ୍‌ର ସଭାପତି ଥିବା ଜଣାପଡିଛି । ଉକ୍ତ ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ପୋଲିସ ନିୟୋଜିତ କରାଯାଇଛି । ସଙ୍ଗଠନର ଅନ୍ୟ ସଦସ୍ୟଙ୍କୁ କାବୁ କରିବା ପାଇଁ ଯବାନ ଆଉ ଏକ ଅପରେସନ ଆରମ୍ଭ କରିଥିବା ଜଣାପଡିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ସମଗ୍ର ଦେଶରେ ନକ୍ସଲ ମାନେ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପାଳନ କରୁଛନ୍ତି ସହିଦ ସପ୍ତାହ । ତେବେ ଏହି ସମୟରେ ନକ୍ସଲ ପନ୍ଥିଙ୍କୁ ଦମନ କରିବା ଲାଗି ଫୁଲ୍ ଦମରେ ଲାଗି ପଡିଛନ୍ତି ଆନ୍ଧ୍ର, ଓଡିଶା, ତେଲେଙ୍ଗାନା ଓ ଛତିଶଗଡ ରାଜ୍ୟର ପୋଲିସ । ସହିଦ ସପ୍ତାହ ଭିତରେ ଛତିଶଗଡ ପୋଲିସକୁ ଦୁଇ ଦୁଇଟି ବଡ ସଫଳତା ମିଳିଥିବା ବେଳେ ତେଲେଙ୍ଗାନା ପୋଲିସ ଗତକାଲି କୋତ୍ତାଗୁଡେମ୍ ଜିଲ୍ଲାରେ ଆରମ୍ଭ କରିଥିଲା ବଡ ନକ୍ସଲ ଅପରେସନ । ନିଉ ଡେମୋକ୍ରାସି ଦଳମ ନାମରେ ଗଠିତ ନକ୍ସଲ ପନ୍ଥିଙ୍କ ଏକ ନୁଆ ଦଳ ଜବାଲାପାଲ୍ଲି ଜଙ୍ଗଲରେ ସଭା କରୁଥିବା ସମୟରେ ସି.ଆର.ପି.ଏଫ ଜବାନ ମାନେ ଚଢାଉ କରିଥିଲେ । ତେବେ ଜବାନଙ୍କ ଅତର୍କିତ ଆକ୍ରମଣ ଫଳରେ ଜଣେ ନକ୍ସଲ ପ୍ରାଣ ହରାଇବା ପରେ ଗାଁ ଲୋକେ ଜବାନଙ୍କୁ ଘେରି ଯାଇଥିଲେ । ଏମିତି କି କିଛି ମହିଳା ଓ ପୁରୁଷ ମିଶି ଜବାନଙ୍କୁ ଉପରେ ଜୋରଦାର ଆକ୍ରମଣ କରିଥିଲେ । ବାଡି ଓ ଠେଙ୍ଗାରେ ଜବାନଙ୍କ ଉପରେ ଜୋରଦାର ପ୍ରହାର ଚାଲିଥିବା ବେଳେ ଜବାନ ମାନେ ଜୀବନ ବଞ୍ଚାଇବା ଲାଗି ଘଟଣା ସ୍ଥଳରୁ ଦୌଡି ପଳାଇଥିଲେ । ମୃତ ନକ୍ସଲ ପନ୍ଥିଙ୍କ ନାମ ଲିଙ୍ଗାନା ଓ ସେ ନିଉ ଡେମୋକ୍ରାସି ଦଳମର ସଭାପତି ବୋଲି ଜଣା ପଡିଛି । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ପୋଲିସ ଛାଉଣି କରାଯାଇଛି । ସଂଗଠନର ଅନ୍ୟ ସଦସ୍ୟ ମାନଙ୍କୁ ଧରିବା ଲାଗି ଜବାନ ମାନେ ଆଉ ଏକ ଅପରେସନ ଆରମ୍ବ କରିଥିବା ଜଣା ପଡିଛି ।   

Sent from my Samsung Galaxy smartphone.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.