ETV Bharat / state

ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା, ଅଭିଯୁକ୍ତ ଅଟକ - ମାଲକାନଗିରିରେ ଗୁଣିଆ ସନ୍ଦେହରେ ହତ୍ୟା

ଯୁଗ ଯେତେ ଆଗକୁ ବଢିଲେ ବି ଲୋକଙ୍କ ମନରେ ବସା ବାନ୍ଧି ବସିଛି ଗୁଣି ଗାରେଡି ଭୟ । ଏନେଇ ମାଲକାନଗିରିରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଜଣା ପଡିଛି । ଅଧିକ ପଢନ୍ତୁ...

old man murdered, malkangiri latest news, old man murdered in malkangiri, murder for superstition in malkangiri, old man murdered for superstition, ବୃଦ୍ଧଙ୍କୁ ହତ୍ୟା, ମାଲକାନଗିରି ଲାଟେଷ୍ଟ ନ୍ୟୁଜ୍‌, ମାଲକାନଗିରିରେ ବୃଦ୍ଧଙ୍କୁ ହତ୍ୟା, ମାଲକାନଗିରିରେ ଗୁଣିଆ ସନ୍ଦେହରେ ହତ୍ୟା, ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା
ଗୁଣିଆ ସନ୍ଦେହରେ ବୃଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା, ଅଭିଯୁକ୍ତ ଅଟକଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଅଟକ
author img

By

Published : Aug 10, 2020, 1:22 PM IST

ମାଲକାନଗିରି: ଯୁଗ ଯେତେ ଆଗକୁ ବଢିଲେ ବି ଲୋକଙ୍କ ମନରେ ବସା ବାନ୍ଧି ବସିଛି ଗୁଣି ଗାରେଡି ଭୟ । ଏନେଇ ମାଲକାନଗିରିରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଜଣା ପଡିଛି । ମାଲକାନଗିରି ସଦର ମହକୁମା ଥାନା ତମସାପାଲ୍ଲୀ ଗାଁରେ ଉଙ୍ଗା ପଡିଆମୀ ନାମକ ବୃଦ୍ଧ ନିଜ ଘରେ ଶୋଇଥିବା ବେଳେ ତାଙ୍କୁ ପ୍ରଥମେ ଆକ୍ରମଣ କରାଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଖବର ପାଇ ଅଭିଯୁକ୍ତକୁ ଅଟକ ରଖିଛି ମାଲକାନଗିରି ପୋଲିସ ।

ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା, ଅଭିଯୁକ୍ତ ଅଟକ

ଗତ 6 ମାସ ତଳେ ଗାଁରେ ରାମ ସୋଡି ନାମକ ବ୍ୟକ୍ତିଙ୍କ ପୁଅର ଅଜଣା ରୋଗରେ ମୃତ୍ୟୁ ହେବା ପରେ ଏଥିରେ ଉଙ୍ଗା ଗୁଣି ଗାରେଡି କରିଥିବା ସେ ସନ୍ଦେହ କରିଥିଲେ । ଏନେଇ ଗ୍ରାମ ପଞ୍ଚାୟତରେ ଆଲୋଚନା ମଧ୍ୟ ହୋଇଥିଲା । ହେଲେ ଏଥିରୁ କୌଣସି ସୁଫଳ ନମିଳିବାରୁ ରାଗ ରଖି ସେ ଉଙ୍ଗାଙ୍କୁ ଶୋଇଥିବା ଅବସ୍ଥାରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ତେବେ ଘଟଣାସ୍ଥଳରେ ହିଁ ଉଙ୍ଗାଙ୍କ ମୃତ୍ୟୁ ହୋଇଥିବା ବେଳେ ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଖବର ପାଇ ମାଲକାନଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.