ETV Bharat / state

ମାଲକାନଗିରିରେ ସ୍ବାସ୍ଥ୍ୟସେବାର ନଗ୍ନଦୃଶ୍ୟ, ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ

author img

By

Published : Dec 12, 2020, 12:58 PM IST

ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୀଳାକାମ୍ବେରୁ ପଞ୍ଚାୟତର ମନ୍ତ୍ରିପୁଟ ଗ୍ରାମରେ ଦେଖିବାକୁ ମିଳିଛି ।

ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ
ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ମାଲକାନଗିରି: ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୀଳାକାମ୍ବେରୁ ପଞ୍ଚାୟତର ମନ୍ତ୍ରିପୁଟ ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ଗୋରୀ ମୁଦୁଲି(୫୨) ନାମକ ବୃଦ୍ଧା ଦୀର୍ଘ ୬ ମାସ ଧରି ଜ୍ବର ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ । ବୃଦ୍ଧା ମା' ଙ୍କର ଆଜି ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଆଜି ଏହି ଘଞ୍ଚ ଜଙ୍ଗଲ ଏବଂ ପଥୁରିଆ ରାସ୍ତା ଦେଇ ଷ୍ଟ୍ରେଚର ମାଧ୍ୟମରେ ପ୍ରାୟ 6କିମି ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ ।

ତେବେ ରାସ୍ତା ନଥିବାରୁ ଏପରି ସମସ୍ୟା ବାରମ୍ବାର ହେଉଥିବା ଦେଖିବାକୁ ମିଳିଛି । ଏନେଇ ଗ୍ରାମବାସୀ ପ୍ରଶାସନ ର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ।

ତେବେ ତୁରନ୍ତ ଗ୍ରାମର ରାସ୍ତା ନିର୍ମାଣ କରିବାକୁ ୱାର୍ଡମେମ୍ବର ଧନ ମୁଦୁଲି, ସହଦେବ ମୁଦୁଲି, ସୋମନାଥ ହନ୍ତାଳଙ୍କ ସମେତ ଗ୍ରାମବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.