ETV Bharat / state

ବିଚାରଧୀନ ନକ୍ସଲର ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ମାଲକାନଗିରି ଉପକାରାଗାରରେ ବିଚାରଧୀନ ନକ୍ସଲର ମୃତ୍ୟୁ ନେଇ ସନ୍ଦେହ । କାରାଗାର ଭିତରେ କିଭଳି ଏଭଳି କାଣ୍ଡ ଘଟିଛି, ସେନେଇ ଉଠିଛି ପ୍ରଶ୍ନବାଚୀ । ସେପଟେ ଜେଲରଙ୍କ ଅବହେଳା ଯୋଗୁଁ ହିଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

author img

By

Published : Dec 27, 2020, 4:26 PM IST

Naxlas Death in malkangiri district sub jail
ବିଚାରଧୀନ ନକ୍ସଲର ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ମାଲକାନଗିରି: ଜିଲ୍ଲା ଉପକାରାଗାରରେ ବିଚାରଧୀନ ନକ୍ସଲର ମୃତ୍ୟୁକୁ ନେଇ ସନ୍ଦେହ। ବିଚାରଧୀନ ନକ୍ସଲ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ଉଠିଛି ପ୍ରଶ୍ନ। ଏହାକୁ ନେଇ କାରାଗାରରେ କଏଦୀଙ୍କୁ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ସ୍ବାଭିମାନ ଅଞ୍ଚଳର ଖଜୁରୀଗୁଡା ଗ୍ରାମର ସୁରେନ୍ଦ୍ର ଗଲୋରୀଙ୍କ ପୁଅ ତଥା ନକ୍ସଲ ଦାନୁ ଗୋଲରୀ ଗତ 2 ମାସ ତଳେ ଗିରଫ ହୋଇ ମାଲକାନଗିରି ଜେଲରେ ବିଚରାଧୀନ କଏଦୀ ଭାବରେ ଥିଲେ । ତେବେ ଗତକାଲି ସନ୍ଧ୍ୟାରେ ଦାନୁ ଗଲୋରୀକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କର ବେକକୁ କଟାଯାଇଛି। ବେକରେ ବିରାଟ ବଡ କ୍ଷତ ସୃଷ୍ଟି ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ଜେଲ ଭିତରକୁ ଏହି ଧାରୁଆ ଅସ୍ତ୍ର ଗଲା କିପରି। ଆଜି ମାଲକାନଗିରି ମେଡିକାଲରେ ନକ୍ସଲଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଗତ ଏକ ମାସରେ ଦୁଇ ଜଣ ବିଚାରଧୀନ କଏଦୀ ସମେତ 3 ଜଣଙ୍କର ମୃତ୍ୟୁ ହୋଇଛି ।

ସେପଟେ କାରାଗାରରେ ଜେଲରଙ୍କ ଖାମଖିଆଲ ମନୋଭାଵ ଏବଂ ପରିଚାଳନାରେ ଅଭିଜ୍ଞତା ଉପରେ ଉଠିଛି ପ୍ରଶ୍ନ । ଜେଲରଙ୍କ ଅବହେଳା ଯୋଗୁଁ ହିଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ତେବେ ପରିବାର ଲୋକଙ୍କୁ ଗତକାଲି ନଜଣାଇ ଆଜି ମୃତ୍ୟୁ ପରେ ଖବର ଦେଇଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ତୁରନ୍ତ ଜେଲରକୁ ହଟାଇବା ନେଇ ଦାବି ହୋଇଛି। ଏ ସମ୍ପର୍କରେ ଆମେ ଜେଲରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଜେଲରଙ୍କ ପକ୍ଷରୁ କୌଣସି ମତାମତ ମିଳିନାହିଁ । ଏହା ସହ ସାମ୍ବାଦିକଙ୍କୁ ମଧ୍ୟ ଜେଲ ଭିତରକୁ ପ୍ରବେଶ କରିବାକୁ ଛାଡିନଥିଲେ ।

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.