ETV Bharat / state

ମାଲକାନଗିରିରୁ ମିଳିଲା ମାଓ ଚିଠି, କ୍ଷୋଭ ପ୍ରକାଶ କଲେ ଲାଲ ବାହିନୀ - ଲାଲ ବାହିନୀ ଚିଠି

ଚିଠି ଜାରି କରି ପୁଣିଥରେ ମାଲକାନଗିରିରେ ସ୍ଥିତି ଜାହିର କଲେ ମାଓବାଦୀ । ଆଦିବାସୀ ଅଞ୍ଚଳରେ ଦମନ ଲୀଳାକୁ ବନ୍ଦ କରିବା ସହ ଜନସାଧାରଣଙ୍କୁ ଲଢେଇ ପାଇଁ ଆମନ୍ତ୍ରିତ କରିଛନ୍ତି ମାଓ ସଙ୍ଗଠନ । ଅଧିକ ପଢନ୍ତୁ...

ପୁଣି ଚିଠି ମାଧ୍ୟମରେ ନିଜ କ୍ଷୋଭ ପ୍ରକାଶ କଲେ ଲାଲ ବାହିନୀ

author img

By

Published : Mar 12, 2021, 7:55 PM IST

ମାଲକାନଗିରି: ପୁଣି ଚିଠି ମାଧ୍ୟମରେ ନିଜ କ୍ଷୋଭ ପ୍ରକାଶ କଲେ ଲାଲ ବାହିନୀ । MKV ଡିଭିଜୋନାଲ କମିଟି ଚିଠି ଜାରି କରିଥିବା ବେଳେ ଆଦିବାସୀ ଅଞ୍ଚଳରେ ଚାଲୁଥିବା ଦମନ ଲୀଳାକୁ ବନ୍ଦ କରିବା ସହ ଜନସାଧାରଣଙ୍କୁ ଲଢେଇ ପାଇଁ ଆମନ୍ତ୍ରିତ କରିବା ନେଇ ଚିଠିରେ ପ୍ରକାଶ କରାଯାଇଛି । ଏହାସହ ମାଡକାପଦର ଏନକାଉଣ୍ଟରକୁ ତୀବ୍ର ବିରୋଧ କରିବା ସହ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ସହ ମାଓବାଦୀଙ୍କ କିଛି ସମ୍ପର୍କ ନଥିବା କଥା ଚିଠିରେ ଉଲ୍ଲେଖ କରିଛନ୍ତି ।

ପୁଣି ଚିଠି ମାଧ୍ୟମରେ ନିଜ କ୍ଷୋଭ ପ୍ରକାଶ କଲେ ଲାଲ ବାହିନୀ
ପୁଣି ଚିଠି ମାଧ୍ୟମରେ ନିଜ କ୍ଷୋଭ ପ୍ରକାଶ କଲେ ଲାଲ ବାହିନୀ

ଗତ 16 ତାରିଖରେ ଜନ୍ତ୍ରୀ ନିକଟସ୍ଥ ଧାକଡପଦର ଅଞ୍ଚଳରୁ ମାଛ ଧରିବାକୁ ଯାଇଥିବା ଯୁବକକୁ ପୋଲିସ ଉଠାଇ ନେଇ ଏକ ସପ୍ତାହ ପରେ ଗିରଫ କରିଥିବା ଦର୍ଶାଇଛି । ଯାହାକୁ ଲାଲ ବାହିନୀ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି । ଏହାସହ ସ୍ବାଭିମାନ ଅଞ୍ଚଳରେ ଗତ କିଛି ମାସ ଭିତରେ ମାଟିତଳେ ପୋତା ଯାଇଥିବା ମାଓ ସାମଗ୍ରୀ, ଯେଉଁ ସବୁକୁ ପୋଲିସ ଓ BSF ବାହିନୀ ଉଦ୍ଧାର କରିଥିଲା ସେସବୁ ମାଓବାଦୀଙ୍କ ନୁହେଁ ବୋଲି ଚିଠିରେ ଉଲ୍ଲେଖ କରିବା ସହ ମାଓବାଦୀଙ୍କ ବିରୋଧରେ ପୋଲିସ ମିଥ୍ୟା ପ୍ରଚାର କରୁଛି । ଏହାସହ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ମଧ୍ୟ ବିରୋଧ କରିଛନ୍ତି ଲାଲବାହିନୀ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.