ETV Bharat / state

ମାଲକାନଗିରିରୁ ମାଓବାଦୀଙ୍କ ଗୁପ୍ତ ସୁଡଙ୍ଗ ଠାବ ଓ ବିପୁଳ ଅସ୍ତ୍ରଶସ୍ତ୍ର ଜବତ - malkangiri kalimela

ମାଓବାଦୀଙ୍କ ବିପୁଳ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଉପକରଣ ଜବତ । ମାଲକାନଗିରି ଜିଲ୍ଲାର ଡିଭିଏଫ ଓ ବିଏସଏଫ୍ ଯବନଙ୍କ ମିଳିତ ଉଦ୍ୟମରେ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ମାଓବାଦୀଙ୍କ ଦ୍ଵାରା ଖୋଳା ଯାଇଥିବା ଏକ ଗୁପ୍ତ ସୁଡଙ୍ଗ ଠାବ ହୋଇଥିବା ବେଳେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ଅପରେସନ ବେଳେ ମାଓବାଦୀଙ୍କ ଗୁପ୍ତ ସୁଢଙ୍ଗ ଠାବ ଓ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

author img

By

Published : Aug 24, 2020, 4:01 PM IST

Updated : Aug 24, 2020, 4:54 PM IST

ମାଲକାନଗିରି: ମାଓବାଦୀଙ୍କ ବିପୁଳ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଉପକରଣ ଜବତ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କୁରୁବ, ସୁଧାକୋଣ୍ଡା, ଏଲକାନୁର ଗ୍ରାମରେ 2 ଦିନ ଆଗରୁ ଗୋଟିଏ ଜଏଣ୍ଟ ଅପରେସନ ହୋଇଥିଲା । ମାଲକାନଗିରି ଜିଲ୍ଲାର ଡିଭିଏଫ ଓ ବିଏସଏଫ୍ ଯବାନଙ୍କ ମିଳିତ ଉଦ୍ୟମରେ ଅପରେସନ ହୋଇଥିଲା ।

ମାଲକାନଗିରିରୁ ମାଓବାଦୀଙ୍କ ଗୁପ୍ତ ସୁଡଙ୍ଗ ଠାବ ଓ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଅପରେସନ ବେଳେ ମାଓବାଦୀଙ୍କ ଦ୍ଵାରା ଖୋଳା ଯାଇଥିବା ଏକ ଗୁପ୍ତ ସୁଡଙ୍ଗ ଠାବ ହୋଇଛି । ଗୁପ୍ତ ସୁଡଙ୍ଗରୁ 12 କ୍ୟାପ୍ ସହିତ ଖାଲି କାର୍ଟ୍ରିଜ୍ କେସ୍, 12 ବୋର ଗୁଳି, 93ଟି ଡିଟୋନେଟର, ଗ୍ୟାସ୍ ସିଲିଣ୍ଡର, ଲେଥ୍ ମେସିନ୍, କାର୍ବାଇଡ୍ ଗ୍ୟାସ୍ ୱେଲଡିଂ, ଲେଥ୍ ମେସିନ୍ ସାମଗ୍ରୀ, ଆଇରନ ସ୍କାର୍ପ, ମାଓ ପୁସ୍ତିକା ଜବତ ହୋଇଛି।

ଏହା ସନ୍ଦେହ କରାଯାଉଛି ଯେ ଜବତ ଉପକରଣ ବେଆଇନ ଉତ୍ପାଦନ, ଅସ୍ତ୍ରଶସ୍ତ୍ର ମରାମତି ଓ ଗୁଳିଗୋଳାକୁ ଜାତୀୟ ବିରୋଧୀ, ବିଦ୍ରୋହୀ କାର୍ଯ୍ୟକଳାପରେ ବ୍ୟବହୃତ କରାଯାଉ ଥିଲା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Aug 24, 2020, 4:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.