ETV Bharat / state

ଏମଭି-11 ଧାନମଣ୍ଡିରେ ଚଢାଉ, ମଣ୍ଡି ମାଲିକ ଅଟକ - ମାଲକାନଗିିରି ଏମଭି11 ଧାନମଣ୍ଡିରେ ଚଢାଉ

ମାଲକାନଗିରି ଏମଭି-11 ଧାନମଣ୍ଡିରେ ଚଢାଉ । 119 ପ୍ୟାକେଟ ଧାନ ଜବତ ହେବା ସହ ମଣ୍ଡି ମାଲିକଙ୍କୁ ଅଟକ ରଖି ଜିଲ୍ଲା ଯୋଗାଣ ବିଭାଗର ତଦନ୍ତ ଜାରି । ଅଧିକ ପଢନ୍ତୁ...

ଏମଭି-11 ଧାନମଣ୍ଡିରେ ଚଢାଉ, ମଣ୍ଡି ମାଲିକ ଅଟକ

author img

By

Published : Jan 7, 2021, 3:31 PM IST

Updated : Jan 7, 2021, 3:38 PM IST

ମାଲକାନଗିରି: ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମଭି-11 ଧାନମଣ୍ଡିରେ ଚଢାଉ । ଚଢାଉ ସମୟରେ 119 ପ୍ୟାକେଟ ଧାନ ଜବତ କରିଛି ଯୋଗାଣ ବିଭାଗ । ସ୍ଥାନୀୟ ଚାଷୀଙ୍କ ପକ୍ଷରୁ ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ଅଭିଯୋଗ ହେବାପରେ ଚଢାଉ କରାଯାଇଥିଲା ।

ଏମଭି-11 ଧାନମଣ୍ଡିରେ ଚଢାଉ, ମଣ୍ଡି ମାଲିକ ଅଟକ

ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମଭି-11 ଧାନମଣ୍ଡିରେ ଦଲାଲଗିରିକୁ ନେଇ ସ୍ଥାନୀୟ ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଅଜୟ କୁମାର ରଥଙ୍କ ନେତୃତ୍ବରେ ଏକ ଟିମ୍ ମଣ୍ଡିକୁ ଗସ୍ତକରି ମଣ୍ଡିର ଅବ୍ୟବସ୍ଥା ଉପରେ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ମଣ୍ଡିରୁ 119 ପ୍ୟାକେଟ ଧାନ ଅର୍ଥାତ୍ ୫୦ କ୍ୟୁଣ୍ଟାଲ ଧାନ ଜବତ ହୋଇଛି ।

ଏଥିସହ ଗୋଦାମ ମାଲିକଙ୍କୁ ମଧ୍ୟ ଅଟକ ରଖି ପଚରା ଉଚରା କରାଯାଉଛି । ଅନ୍ୟପଟେ ଜିଲ୍ଲାର ଅନ୍ୟାନ୍ୟ ମଣ୍ଡିରେ ମଧ୍ୟ ଦଲାଲଙ୍କ ରାଜ ଚାଲିଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି ହୋଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jan 7, 2021, 3:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.