ETV Bharat / state

ପୌରପରିଷଦର ଖାମ ଖିଆଲି ମନୋଭାବ, ସହର ମଝିରେ ତିଆରି ହୋଇଛି କୃତ୍ରିମ ଡମ୍ପିଂୟାର୍ଡ

author img

By

Published : Jun 5, 2021, 10:05 PM IST

ଜିଲ୍ଲାରେ ଠପ୍ ହୋଇଛି ସ୍ୱଚ୍ଛ ଭାରତ ମିଶନ । ସହର ମଝିରେ କୃତ୍ରିମ ଡମ୍ପିଂୟାର୍ଡ ତିଆରିକୁ କେନ୍ଦ୍ର କରି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତାେଷ । ଅଧିକ ପଢନ୍ତୁ...

ପୌରପରିଷଦର ଖାମ ଖିଆଲି ମନୋଭାବ, ସହର ମଝିରେ ତିଆରି ହୋଇଛି କୃତ୍ରିମ ଡମ୍ପିଂୟାର୍ଡ
ପୌରପରିଷଦର ଖାମ ଖିଆଲି ମନୋଭାବ, ସହର ମଝିରେ ତିଆରି ହୋଇଛି କୃତ୍ରିମ ଡମ୍ପିଂୟାର୍ଡ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପୌରପରିଷଦର ଖାମ ଖିଆଲି ମନୋଭାବ । ଜିଲ୍ଲାରେ ପ୍ରଧାନୀଗୁଡା ଠାରେ ସ୍ୱତନ୍ତ୍ର ଡମ୍ପିଂୟାର୍ଡ ବ୍ୟବସ୍ଥା ଥାଇ ମଧ୍ୟ ସହରର ମଧ୍ୟ ଭାଗରେ ଥିବା ବ୍ଲକ କଲୋନୀ ପଡିଆ ଠାରେ ମନକୁ ମନ ତିଆରି କରିଛନ୍ତି କୃତ୍ରିମ ଡମ୍ପିଂୟାର୍ଡ । ଆଉ ଦିନକୁ ଦିନ ସହରର କୁଢ଼କୁଢ଼ ଅଳିଆ ଆଣି ଜମା କରୁଛନ୍ତି ଏହି ବ୍ଲକ କଲୋନୀ ପଡିଆ ଠାରେ ।

ଆଉ ଏହି ଅଳିଆ ଗଦାକୁ ଦେଖିଲେ ଲାଗୁଛି ସ୍ୱଚ୍ଛ ଭାରତ ମିଶନକୁ ମାଲକାନଗିରି ଜିଲ୍ଲାରେ ଠିକ୍ ଭାବେ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ତ୍ରିଶୂଳ ମାର୍ଡି ସୂଚାରୁରୂପେ ତୁଲାଇ ପାରୁନାହାଁନ୍ତି ।

ଅନ୍ୟପଟେ ସ୍ୱଚ୍ଛ ଭାରତ ମିଶନ ପ୍ରହସନ ପାଲଟିଥିବାବେଳେ ସ୍ୱଚ୍ଛ ଭାରତ ମିଶନ ସେବା ଏକ ପ୍ରକାର ଠପ୍ ହୋଇପଡିଛି । ଅଳିଆ ଗଦା ପାଖରେ ଅଙ୍ଗନଓ୍ବାଡି ବିଦ୍ୟାଳୟ ଓ ଲୋକଙ୍କ ଘର ଥିବାରୁ ସ୍ଥାନୀୟ ବାସିନ୍ଦା ଅନେକ ଥର ପୌରପରିଷଦ ଅଫିସରେ ଅଭିଯୋଗ କଲେ ମଧ୍ୟ ଉପରିସ୍ଥ ଅଧିକାରୀ ଏ ସଂକ୍ରାନ୍ତୀୟ ଅଭିଯୋଗକୁ ଶୁଣିବାକୁ ନାରାଜ ।

ଫଳରେ ଏହି ଅଳିଆ ଗଦାରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି । ଆଉ ମଧ୍ୟ କହିଛନ୍ତି କି ଏ ବିଷୟରେ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ତ୍ରିଶୂଳ ମାର୍ଡିଙ୍କୁ ଯୋଗାଯୋଗ କରିଥିଲୁ ଆଉ ସେ କହିଛନ୍ତି ଏହି ଅଳିଆ ଗଦା ଉପରେ ଅବଗତ ଅଛନ୍ତି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.