ETV Bharat / state

ULB Poll: ମାଲକାନିଗିରିର 29ଟି ବୁଥରେ ସୁରୁଖୁରୁରେ ଚାଲିଛି ମତଦାନ - ମାଲକାନଗିରିରେ ଚାଲିଛି ଭୋଟ ଗ୍ରହଣ

ମାଲକାନଗିରି ଜିଲ୍ଲାର ୨୯ଟି ବୁଥରେ ସୁରୁଖୁରୁରେ ପୌର ନିର୍ବାଚନ ଲାଗି ଚାଲିଛି ଭୋଟ ଗ୍ରହଣ । ଅଧିକ ପଢନ୍ତୁ

ULB Poll: ମାଲକାନିଗିରିର 29ଟି ବୁଥରେ ସୁରୁଖୁରୁରେ ଚାଲିଛି ମତଦାନ

author img

By

Published : Mar 24, 2022, 1:24 PM IST

ମାଲକାନଗିରି: ଆଜି(ଗୁରୁବାର) ରାଜ୍ୟ ସମେତ ମାଲକାନଗିରି ଜିଲ୍ଲାରେ ମଧ୍ୟ ପୌର ନିର୍ବାଚନ ପାଇଁ ପଡୁଛି ଭୋଟ । ଜିଲ୍ଲାର ପୌର ପରିଷଦ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ସୁରୁଖୁରୁରେ ନିର୍ବାଚନ ଚାଲିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହେବା ସହ ଭୋଟରମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ULB Poll: ମାଲକାନିଗିରିର 29ଟି ବୁଥରେ ସୁରୁଖୁରୁରେ ଚାଲିଛି ମତଦାନ

ପୌର ପରିଷଦରେ 19ଟି ୱାର୍ଡ ରହିଥିବା ବେଳେ 25 ହଜାର 539 ଜଣ ଭୋଟର ରହିଛନ୍ତି । 29ଟି ବୁଥରୁ 3ଟି ପିଙ୍କ ବୁଥ ଏବଂ 5ଟି ମଡେଲ ବୁଥ କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ସବୁ ବୁଥରେ ପୋଲିସକୁ ନିୟୋଜିତ କରାଯାଇଛି । ସେହିପରି ବାଲିମେଳା ବିଜ୍ଞାପିତ ଅଞ୍ଚଳରେ 12ଟି ବୁଥ ରହିଥିବା ବେଳେ 8,497 ଜଣ ଭୋଟର ରହିଛନ୍ତି । 12ଟି ବୁଥରେ ଗୋଟିଏ ପିଙ୍କ ଏବଂ ଗୋଟିଏ ମଡେଲ ବୁଥର ବ୍ୟବସ୍ଥା କରାଯାଇଛି ।

ମାଲକାନଗିରିରେ ପ୍ରବଳ ଖରା ହେଉଥିବାରୁ ପ୍ରଶାସନ ପକ୍ଷରୁ ବହୁ ସ୍ଥାନରେ ଟେଣ୍ଟର ବ୍ୟବସ୍ଥା କରାଯାଇଛି । ଫଳରେ ଭୋଟର ମାନେ ଛାଇରେ ଅପେକ୍ଷା କରି ଭୋଟ ଦେଇପାରିବେ । ସେପଟେ ବହୁ ବୁଥ୍ ଗୁଡିକରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଏଥିସହ ଭିନ୍ନକ୍ଷମ ଓ ବୃଦ୍ଧ ଭୋଟରଙ୍କ ପାଇଁ ହ୍ବିଲ ଚେୟାରର ବ୍ୟବସ୍ଥା କରାଯାଇଥିବାରୁ ଏମାନେ ଚେୟାରରେ ଆସି ଭୋଟ ଦେଉଥିବା ଦେଖିବାକୁ ମିଳିଛି ।

ପର୍ଯ୍ୟବେକ୍ଷକ ରଘମଣି ଗମାଙ୍ଗ ବିଭିନ୍ନ ବୁଥ ବୁଲି ଦେଖି ମାଲକାନଗିରି ଜିଲ୍ଲାର ମତଦାନର ସ୍ଥିତି ପରଖିଥିଲେ । ଅନ୍ୟପଟେ 8, 15, 20 ଓ 9 ବୁଥ ନମ୍ବର ଗୁଡିକରେ ଇଭିଏମ ମେସିନ୍ ଖରାପ ଥିବାରୁ ଏକ ଘଣ୍ଟା ବିଳମ୍ବରେ ଭୋଟିଂ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.