ETV Bharat / state

ଗୁଣି ଗାରେଡି ସନ୍ଦେହରେ ବାପ-ପୁଅଙ୍କୁ ହତ୍ୟା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

author img

By

Published : Nov 2, 2019, 8:58 AM IST

Updated : Nov 2, 2019, 6:04 PM IST

ମାଲକାନଗିରି ମାଳିଗୁଡା ଗାଁରେ ଅଘଟଣ । ଗୁଣି ଗାରେଡି ସନ୍ଦେହରେ ବାପା-ପୁଅଙ୍କୁ ପିଟି ପିଟି ହତ୍ୟା କରାଯାଇଛି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ପୁଣି ଅନ୍ଧବିଶ୍ବାସ ନେଲା ଜୀବନ । ଗୁଣିଗାରେଡି ପାଇଁ ବାପା ଓ ପୁଅଙ୍କୁ ପିଟି ପିଟି ମାରିଦେଲେ ଗାଁଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ସେପଟେ ହତ୍ୟା କରିବା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଅଭିଯୁକ୍ତ । ମୃତକ ମାନେ ହେଲେ ମାଥିଲି ଥାନା ଅନ୍ତର୍ଗତ ମାଳିଗୁଡା ଗାଁର ବାପା ସଦନ ଖିଲ ଓ ପୁଅ ନିଳାନ୍ଦ୍ରୀ ଖିଲ ।

ଗୁଣି ଗାରେଡି ସନ୍ଦେହରେ ବାପା-ପୁଅଙ୍କୁ ପିଟି ପିଟି ହତ୍ୟା

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ଗୋବିନ୍ଦପାଲ୍ଲି ବଜାରରୁ ମୋଟର ସାଇକଲେ ଯୋଗେ ଦୁହେଁ ଘରକୁ ଫେରୁଥିବା ବେଳେ ଗାଁ ନିକଟରେ କିଛି ଯୁବକ ସେମାନଙ୍କୁ ଅଟକାଇ ନିସ୍ତୁକ ପିଟିଥିଲେ । ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ପୂର୍ବରୁ ଗୁଣିଗାରେଡି ସନ୍ଦେହରେ ଏହି ପରିବାରକୁ ଗାଁରୁ ବାସନ୍ଦ କରାଯାଇଥିଲା ।

ତେବେ ଖବର ପାଇ ମାଥିଲି ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଗାଁର ତିନି ଜଣ ଯୁବକ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛନ୍ତି । ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ମାନଙ୍କୁ ମଧ୍ୟ ପୋଲିସ ଖୋଜୁଛି । ଗତ 10 ବର୍ଷ ଧରି ଗୁଣିଗାରେଡି ସନ୍ଧେହରେ ଗାଁରୁ ବାସନ୍ଦ ହୋଇ ରହିଥିଲେ ମୃତକଙ୍କ ପରିବାର । ହେଲେ ବାପା ପୁଅଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଯିବା ପରେ ଆଗକୁ ଆସିଛନ୍ତି ଆଖ ପାଖ ୧୦ଟି ଗାଁର ଆଦିବାସି ଲୋକେ । ଗାଁରେ ବୈଠକ କରି ମୃତକଙ୍କ ପରିବାକୁ ନ୍ୟାୟ ପ୍ରଦାନ କରିବା ଲାଗି ପୋଲିସ ପାଖରେ ଦାବି କରିଛନ୍ତି ୧୦ଟି ଗାଁର ଆଦିବାସି ନେତା ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

sample description
Last Updated : Nov 2, 2019, 6:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.