ମାଲକାନଗିରି: ଓଡିଶାରେ ଜାରି ରହିଛି ବର୍ଷା । ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ଏପରିସ୍ଥଳରେ ବୁଧବାର ସାଂସଦ ରମେଶ ମାଝୀ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ମାଲାଭରମ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଡ଼ିଆମିଗୁଡା ଗ୍ରାମକୁ ଗସ୍ତ କରିଛନ୍ତି । ଏଠାରେ ଥିବା ବାପାମା’ ଛେଉଣ୍ଡ 4 ପିଲାଙ୍କୁ ଭେଟିଛନ୍ତି ରମେଶ ମାଝୀ ।
![ବାପା-ମାଆ ଛେଉଣ୍ଡ ୪ ପିଲାଙ୍କ ପାଖରେ ପହଞ୍ଚିଲେ ସାଂସଦ ରମେଶ ମାଝୀ](https://etvbharatimages.akamaized.net/etvbharat/prod-images/od-mkg-49-mp-visit-malkangiri-dry-od10013_12082020175131_1208f_1597234891_444.jpg)
ସୂଚନା ଅନୁସାରେ ଗତ କିଛି ଦିନ ତଳେ ପଡିଆମୀ ଗୁଡା ଗ୍ରାମରେ ଗୋଟିଏ ପରିବାରର ବାପା ଓ ମାଆ ସାପ କାମୁଡାରେ ପ୍ରାଣ ହରାଇଥିଲେ । ଫଳରେ ସେମାନଙ୍କ ୪ ( ତିନି ଝିଅ ଏବଂ ଜଣେ ପୁଅ ) ଛୁଆ ଅସହାୟ ହୋଇଯାଇଛନ୍ତି । ଏହି ହୃଦୟବିଦାରକ ଖବର ପାଇ ସାଂସଦ ରମେଶ ଚନ୍ଦ୍ର ମାଝୀ ତୁରନ୍ତ ଉକ୍ତ ପରିବାର ନିକଟରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ବିଚାର ବିମର୍ଷ କରିଛନ୍ତି ।
![ବାପା-ମାଆ ଛେଉଣ୍ଡ ୪ ପିଲାଙ୍କ ପାଖରେ ପହଞ୍ଚିଲେ ସାଂସଦ ରମେଶ ମାଝୀ](https://etvbharatimages.akamaized.net/etvbharat/prod-images/od-mkg-49-mp-visit-malkangiri-dry-od10013_12082020175131_1208f_1597234891_795.jpg)
ଉକ୍ତ ଅସହାୟ ପିଲାଙ୍କୁ ଭୁବନେଶ୍ୱର କିସ୍ ବିଦ୍ୟାଳୟରେ ପାଠ ପଢ଼ାଇବା ବ୍ୟବସ୍ଥା କରିବା ସହିତ ପରିବାରକୁ ପ୍ରଶାସନ ପକ୍ଷରୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ନିର୍ଭର ପ୍ରତିଶୃତି ଦିଆଯିବ ବୋଲି ସାଂସଦ କହିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହାରା, ଇଟିଭି ଭାରତ