ETV Bharat / state

ଗଣମାଧ୍ୟମକୁ ନେଇ ପାତରଅନ୍ତର ନୀତି ଛାଡନ୍ତୁ ସରକରା: ମନମୋହନ ସାମଲ

author img

By ETV Bharat Odisha Team

Published : Sep 17, 2023, 9:54 PM IST

ସରକାର ଗଣମାଧ୍ୟମରେ ବିଜ୍ଞାପନ ପ୍ରସାରଣରେ ପାତରଅନ୍ତର ନିତୀକୁ ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଅଧିକ ପଢନ୍ତୁ

ବିଜ୍ଞାପନ ପ୍ରସାରଣରେ ପାତରଅନ୍ତର ନିତୀକୁ ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ମାଲକାନଗିରି: ମାଲକାନଗିରି ଗସ୍ତ କାଳରେ ସରକାରୀ ବିଜ୍ଞାପନକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସରକାରଙ୍କ ଗୁଣଗାନ କରୁଥିବା ପ୍ରିଣ୍ଟ ଓ ଇଲେଟ୍ରୋନିକ୍ ମିଡିଆକୁ ବିଜ୍ଞାପନ ଦେବା ବଦଳରେ ଟିଆରପି ଥିବା ମିଡିଆରେ ବିଜ୍ଞାପନ ଦେଉ ସରକାର । ସରକାର ଗଣମାଧ୍ୟମରେ ପାତରଅନ୍ତର ନିତୀକୁ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ବିଜେପି ସଭାପତି ମନମୋହନ ସାମଲ ।

ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ପାତରଅନ୍ତ ନୀତି ଛାଡ଼ନ୍ତୁ ସରକାର । ଲୋକ ଅଧିକ କିଣୁଥିବା ଦେଖୁଥିବା ମିଡିଆ ସାଇଟରେ ସରକାରୀ ବିଜ୍ଞାପନ ଦେବା ଉଚିତ୍ । ମାତ୍ର ସରକାର ତାଙ୍କ ଗୁଣଗାନ କରୁଥିବା ଇଲେକ୍ଟ୍ରୋନିକ୍‌ ଓ ପ୍ରିଣ୍ଟ ଗଣମାଧ୍ୟମ ସଂସ୍ଥାଗୁଡିକୁ ବିଜ୍ଞାପନ ଦେଉଛନ୍ତି । କିନ୍ତୁ ଯେଉଁ ଇଲେକ୍ଟ୍ରୋନିକ୍ ମିଡିଆର TRP ସର୍ବାଧିକ ରହୁଛି ଓ ଯେଉଁ ପ୍ରିଣ୍ଟ୍‌ ମିଡିଆଗୁଡିକର ସର୍ବାଧିକ ନ୍ୟୁଜ୍‌ ପେପର ବିତରଣ ହଉଛି ସେହି ସଂସ୍ଥାଗୁଡ଼ିକୁ ସରକାର ଅଣଦେଖା କରୁଛନ୍ତି । ବ୍ୟବସ୍ଥା ଅନୁଯାୟୀ ଯେଉଁ ଇଲେକ୍ଟ୍ରୋନିକ୍ ମିଡିଆର TRP ସର୍ବାଧିକ ସେହି ସଂସ୍ଥାଗୁଡିକୁ ସରକାର ବିଜ୍ଞାପନ ପ୍ରଦାନ କରାଯିବା କଥା । ଆଗରୁ ଯାହା ନିୟମ ରହିଛି ସେହି ନିୟମ ଲାଗୁହବା ଦରକାର । ଏଥିରେ ପାତର ଅନ୍ତର ନୀତି ଉଚିତ୍ ନୁହେଁ । ଯଦି ସରକାର ଏଭଳି କରୁଛନ୍ତି ତେବେ ସରକାର ଏଥିରୁ ନିଜକୁ ନିବୃତ୍ତ ରଖନ୍ତୁ । ସରକାରଙ୍କ ଦୋଷକୁ ଦେଖାଇବା ଗଣମାଧ୍ୟମର କାମ । ତେଣୁ ଯେଉଁ ଗାଣମାଧ୍ୟମ ଏପରି କରୁଛନ୍ତି ସରକାର ତାଙ୍କୁ ପ୍ରୋତ୍ସାହନ ଦିଅନ୍ତୁ । ଯେପରି ସେମାନେ ନିର୍ଭୟରେ ଓ ନିରପକ୍ଷ ସମ୍ବାଦ ପରିବେଷଣ କରିପାରିବେ ।"

ମାଲକାନଗିରି ଗସ୍ତ ସମୟରେ ସରକରାଙ୍କୁ ପରାମର୍ଶ ଦେଇଛନ୍ତି ମନମୋହନ ସାମଲ । ଏହାସହ ମାଲକାନଗିରି ଜିଲ୍ଲାରେ ବିଜେପି ପାଇଁ ଏକ ଅଗ୍ରଣି ଜିଲ୍ଲା କହିଛନ୍ତି ମନମୋହନ ସାମଲ । ୧୯୯୨ ମସିହାରେ ହୋଇଥିବା ବାଇ ଇଲେକ୍ସନଠାରୁ ବିଜେପି ଏଠାରେ ସୁଦୃଢ଼ ରହିଛି । ଏହାକୁ ନେଇ ମାଲକାନଗିରି ଜିଲ୍ଲା କର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହ ଆଗକୁ ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି । ଏହାସହ ମାଲକାନଗିରିକୁ ରେଳଲାଇନ୍ ଦବା, ଭାରତ ମାଳା ଯୋଜନାରରେ ରାଞ୍ଚି, ବିଜୟୱାଡା କରିଡର୍ ଜାତୀୟ ରାଜପଥକୁ ଅନ୍ତର୍ଭୁକ୍ତ କରି ୧୫ହଜାର କୋଟି ଟଙ୍କା ବିନିମୟ କରି ରାସ୍ତା ନିର୍ମାଣର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସଭାପତି ।

ଏହା ମଧ୍ୟ ପଢନ୍ତୁ..ପାନବରଜ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି ଖବର, ‘ରାଜ୍ୟ ଯୋଜନା’ରେ ମିଳିବ ଆର୍ଥିକ ସହାୟତା

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.