ETV Bharat / state

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର , 4KM ଚାଲି ଜଙ୍ଗଲରେ Online Exam ଦେଲେ ଛାତ୍ରଛାତ୍ରୀ - Malkangiri network problem

ମୋଇବାଇଲ ନେଟୱର୍କ ସମସ୍ୟା (Mobile Network) । ଅନଲାଇନ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ଗଲେ ଜଙ୍ଗଲ । ଏଭଳି ଦୃଶ୍ୟ ଆସିଛି ସୀମାନ୍ତ ମାଲକାନଗିର ଜିଲ୍ଲା ପଡ଼ିଆ ବ୍ଲକରୁ । ଅଧିକ ପଢନ୍ତୁ

mobile network problem
ଅନଲାଇନ ପାଠପଢ଼ାର ବିକଳ ଚିତ୍ରଅନଲାଇନ ପାଠପଢ଼ାର ବିକଳ ଚିତ୍ର
author img

By

Published : Nov 22, 2021, 10:37 PM IST

ମାଲକାନଗିରି: ଜିଲ୍ଲାରେ ମୋବାଇଲ ଟାୱାର (Mobile Tower) ନ ଥିବାରୁ ଅନେକ ଅଞ୍ଚଳରେ ଅନଲାଇନ (Online Study) ପାଠ୍ୟକ୍ରମରେ ବାଧା ସୃଷ୍ଟି ହେଉଛି । ସୀମାନ୍ତ ପଡ଼ିଆ ବ୍ଲକରେ ନେଟୱର୍କ ଅଭାବରୁ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ବିଦ୍ୟାର୍ଥୀ ଚାରି କିମି ଦୂର ଚାଲିଚାଲି ଯାଇ ଜଙ୍ଗଲ ଭିତରେ ପରୀକ୍ଷା ଦେଇଛନ୍ତି । ଏହି ଘଟଣା ଅନଲାଇନ ମାଧ୍ୟମରେ ପାଠପଢ଼ାର ବିକଳ ଚିତ୍ରକୁ ପଦାରେ ପକାଇଛି ।

ଅନଲାଇନ ପାଠପଢ଼ାର ବିକଳ ଚିତ୍ର

ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଭିତରେ ଥିବା ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ବହୁତ ହନ୍ତସନ୍ତ ହେଉଛନ୍ତି । ମାଟେରୁ ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅନଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେବାକୁ ପଡ଼ୁଛି । ଫଳରେ ପିଲା ୪ କିଲୋମିଟର ଦୂର ଚାଲିଚାଲି ଜଙ୍ଗଲ ଭିତରକୁ ଯାଇ ଗଛ ମୂଳରେ ବସି ପଡୋଶୀ ରାଜ୍ୟର ନେଟୱର୍କ ଉପରେ ନିର୍ଭର କରି ପରୀକ୍ଷା ଦେଉଛନ୍ତି । ସରକାର କେବଳ ଅନଲାଇନ ପରୀକ୍ଷା ଉପରେ ଧ୍ୟାନ ଦେଇଛନ୍ତି , କିନ୍ତୁ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ଓ ନେଟୱର୍କ ସୁବିଧା ଅଛି କି ନାହିଁ ତାହା ଦେଖିବା ଜରୁରୀ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

ସରକାରଙ୍କ ନିୟମ ମୁତାବକ କାମ କରିବାକୁ ପଡୁଛି କହିଛନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ପରୀକ୍ଷା ଦବାକୁ ଯାଇଥିବା ଶିକ୍ଷକ। ପିଲାମାନଙ୍କ କହିବାନୁସାରେ ଚାଲି ଚାଲି ଆସିଥିବାରୁ କଷ୍ଟ ଲାଗୁଛି ଓ ଜଙ୍ଗଲ ଭିତରେ ସାପ ଓ ଜୀବଜନ୍ତୁ ଆକ୍ରମଣ କରିବାର ମଧ୍ୟ ଭୟ ରହୁଛି । ଏହାଛଡ଼ା ଅଦିନିଆ ବର୍ଷା ମୁଖ୍ୟ ସମସ୍ୟା ବୋଲି କହିଛନ୍ତି । ଏଥିପାଇଁ ମାଟେରୁ ପଞ୍ଚାୟତରେ ମୋବାଇଲ ଟାୱାର ଯୋଗାଇ ଦେବାକୁ କୁନି କୁନି ବିଦ୍ୟାର୍ଥି ସରକାରଙ୍କକୁ ନିବେଦନ କରିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.