ମାଲକାନଗିରି: ରାଜ୍ୟରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ କୋରୋନାରେ ସଂକ୍ରମିତ ହେଉଛନ୍ତି।
ଏହାରି ମଧ୍ୟରେ ମାଲକାନଗିରି ବିଜେପି ବିଧାୟକ ଆଦିତ୍ୟ ମାଢିଙ୍କୁ କୋରୋନା ହୋଇଥିବା ସୂଚନା ମିଳିଛି। ପଜିଟିଭ ଚିହ୍ନଟ ପରେ ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି ।
ଯେଉଁମାନେ ଗତ କିଛି ଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କୋରୋନା ପରୀକ୍ଷା କରାଇ ନିଅନ୍ତୁ ବୋଲି ବିଧାୟକ ଆଦିତ୍ୟ ମାଢି ତାଙ୍କ କର୍ମୀମାନଙ୍କୁ ସୂଚନା ଦେଇଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ