ETV Bharat / state

ଦୟନୀୟ ଅବସ୍ଥାରେ ସ୍କୁଲ୍‌: ଶ୍ରେଣୀଗୃହ ଛାତରୁ ଗଳୁଛି ପାଣି, ଓଦା ବାରଣ୍ଡାରେ ଚାଲିଛି ପିଲାଙ୍କ ପାଠପଢା - ଶ୍ରେଣୀଗୃହ ଛାତରୁ ଗଳୁଛି ପାଣି

ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା 2ଟି ସରକାରୀ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି । ବର୍ଷା ହେଲେ ଛାତରୁ ପାଣି ଝରୁଥିବାରୁ କ୍ଲାସରୁମ ପରିବର୍ତ୍ତେ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଶ୍ରେଣୀଗୃହ ଛାତରୁ ଗଳୁଛି ପାଣି
ଶ୍ରେଣୀଗୃହ ଛାତରୁ ଗଳୁଛି ପାଣି
author img

By

Published : Jul 26, 2023, 10:19 PM IST

ଶ୍ରେଣୀଗୃହ ଛାତରୁ ଗଳୁଛି ପାଣି

ମାଲକାନଗିରି: ଜିଲ୍ଲା ସଦର ମହକୁମାରେ ଥିବା 2ଟି ସରକାରୀ ବିଦ୍ୟାଳୟରେ ଅବ୍ୟବସ୍ଥା। ୮ନମ୍ବର ୱାର୍ଡରେ ଥିବା ଆଶୀର୍ବାଦ କଲୋନି ସ୍ଥିତ ବିଦ୍ୟାଳୟରେ 2ଟି ଶ୍ରେଣୀ ଗୃହ ରହିଛି । ଯେଉଁଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ୧୧୦ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ବର୍ଷା ହେଲେ ଛାତରୁ ପ୍ରବଳ ପାଣି ପଡ଼ିଥାଏ। ଫଳରେ ପିଲାଙ୍କ ପାଠପଢାରେ ବାଧା ଉପୁଜିଥାଏ । ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଗୁଡିକରେ ବିଭିନ୍ନ ଯୋଜନାମାନ କରିଥିବାବେଳେ ଅବ୍ୟବସ୍ଥା ଘେରରେ ରହିଛି ଆଶୀର୍ବାଦ କଲୋନି ଓ ଚିଦାନନ୍ଦ ସାହିର 2ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ।

ମାଲକାନଗିରି ମ୍ୟୁନସିପାଲଟି ୮ନମ୍ବର ୱାର୍ଡରେ ଥିବା ଆଶୀର୍ବାଦ କଲୋନିର ବିଦ୍ୟାଳୟରେ 2ଟି ଶ୍ରେଣୀଗୃହରେ ପ୍ରଥମରୁ ପଞ୍ଚମ ଯାଏଁ ୧୧୦ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କିନ୍ତୁ ବର୍ଷା ଦିନ ଆସିଲେ ଏହି ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଦୁଃଖ ଦୁଇ ଗୁଣ ହୋଇଯାଏ । ଏନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି,"ବର୍ଷା ହେଲେ ସ୍କୁଲରେ ଥିବା 2ଟି ଶ୍ରେଣୀଗୃହ ଛାତରୁ ପ୍ରବଳ ପାଣି ପଡ଼େ । ଯାହା ଫଳରେ ପିଲାମାନଙ୍କ ପାଠପଢାରେ ବାଧା ସୃଷ୍ଟି ହୁଏ । ସେହିଭଳି ସ୍କୁଲକୁ ମଧ୍ଯାହ୍ନ ଭୋଜନ ପାଇଁ ଆସିଥିବା ଚାଉଳ, ଡାଲି ଓ ଆସବାବପତ୍ର ପାଣି ପଡ଼ି ନଷ୍ଟ ହୁଏ । ଖାଲି ଶ୍ରେଣୀଗୃହ ନୁହେଁ, ସ୍କୁଲ କାର୍ଯ୍ୟାଳୟ ଓ ରୋଷେଇ ଘରେ ବି ପାଣି ଗଳୁଛି । ଯାହା ଫଳରେ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ନଷ୍ଟ ହୋଇ ଖରାପ ହେଉଛି ।"

ସେହିପରି ଚିଦାନନ୍ଦ ସାହିରେ ଥିବା ପ୍ରାଥମିକ ବିଦ୍ୟାଳୟର ସମାନ ଅବସ୍ଥା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ 5ଟି ଶ୍ରେଣୀଗୃହ ଥିବାବେଳେ ଗୋଟିଏ ବି ଗୃହ ଠିକ୍ ନଥିବା ଦେଖିବାକୁ ମିଳିଛି । ଏଠାରେ ମଧ୍ଯ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ୬୬ ଜଣ ଛାତ୍ରଛାତ୍ରୀ ଦୁଇଟି ଗୃହରେ ବସି ପାଠ ପଢୁଥିଲେ । ହେଲେ ସେହି 2ଟି ଶ୍ରେଣୀଗୃହର ଛାତରୁ ପାଣି ଗଳୁଥିବାରୁ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି । ସେମାନଙ୍କ ଶ୍ରେଣୀଗୃହକୁ ଶୀଘ୍ର ମରାମତି କରିବା ପାଇଁ ଛାତ୍ରଛାତ୍ରୀ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଉଦଘାଟନର ଦୁଇ ମାସରେ 5T ସ୍କୁଲ କାନ୍ଥ ଫାଟି ଆଁ
ଘଟଣା ସମ୍ପର୍କରେ ସ୍ଥାନୀୟ କାଉନସିଲର ଓ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଉଭୟ ଉପ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି । ଏହାସହ ମରାମତି ନେଇ ମ୍ୟୁନିସିପାଲଟି ଅଧିକାରୀ ଓ ସ୍ଥାନୀୟ କାଉନ୍‌ସିଲରଙ୍କୁ ଅନୁରୋଧ କରିଥିବା ମଧ୍ୟ କହିଛନ୍ତି । ଏହି ଘଟଣା ନେଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲିନାହାନ୍ତି । ତେବେ BEO ପରୋକ୍ଷରେ କହିଛନ୍ତି, "ସ୍କୁଲ ଗୁଡିକ ମ୍ୟୁନସିପାଲଟିକୁ ହସ୍ତାନ୍ତର କରାଯାଇଥିବାରୁ ଏହାର ମରାମତି ଓ ଅନ୍ଯାନ୍ଯ ଉନ୍ନତିକରଣ କାମ ମ୍ୟୁନସିପାଲଟି କରିବ ।" ସେପଟେ ମ୍ୟୁନସିପାଲଟି ଅଧିକାରୀଙ୍କ ଏ ବାବଦରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.