ETV Bharat / state

ପରିବହନ ମନ୍ତ୍ରୀ ଓ ସଚିବଙ୍କ ମାଲକାନଗିରି ଗସ୍ତ, ଏୟାରଷ୍ଟ୍ରିପ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Feb 26, 2023, 9:34 AM IST

ଜଳସମ୍ପଦ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ପ୍ରମୁଖ ଶାସନ ସଚିବ ଉଷା ପାଢୀ ମାଲକାନଗିରି ଜିଲ୍ଲା ଗସ୍ତ କରି ନିର୍ମାଣାଧୀନ ଏୟାରଷ୍ଟ୍ରିପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧିକ ପଞନ୍ତୁ

tukuni sahoo and usha padhee visits malkangiri
ପରିବହନ ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କ ମାଲକାନଗିରି ଗସ୍ତ
tukuni sahoo and usha padhee visits malkangiri

ମାଲକାନଗିରି: ଜଳସମ୍ପଦ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ବାଣିଜ୍ୟ ଓ ପରିବହନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢୀ ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲାରେ ନିର୍ମାଣାଧୀନ ଏୟାରଷ୍ଟ୍ରିପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ ଓ ଶାସନ ସଚିବ ଉଷା ପାଢୀ । ଡିସେମ୍ବର ସୁଦ୍ଧା ଏୟାରଷ୍ଟ୍ରିପ କାର୍ଯ୍ୟ ସମାପ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଶାସନ ସଚିବ ।

ଏୟାରଷ୍ଟ୍ରିପ କାର୍ଯ୍ୟର ସମୀକ୍ଷା କରି ଉଷା ପାଢୀ କହିଛନ୍ତି,''ଜିଲ୍ଲାରେ ଏୟାରଷ୍ଟ୍ରିମ କାର୍ଯ୍ୟକ୍ଷମ ହେବା ଖୁସିର ବିଷୟ । ଏହାର ନିର୍ମାଣକାର୍ଯ୍ୟ ଜୋରସୋରରେ ଚାଲିଛି । ବର୍ଷା ଦିନ ଆରମ୍ଭ ହେବା ଆଗରୁ ମାଟି ଓ ପିଚୁ ତଥା ରନୱେ କାମ ଶେଷ ହେବ । ଡିସେମ୍ବରର ସୁଦ୍ଧା ଏୟାରଷ୍ଟ୍ରିପ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ।''

ମନ୍ତ୍ରୀ ଟୁକୁନି ସାହୁ କାର୍ଯ୍ୟର ସମୀକ୍ଷା କରି କହିଛନ୍ତି, ''ଉଡାନ ଯୋଜନାରେ ଦୂରତା କମ କରିବାକୁ ଜିଲ୍ଲାରେ ଏୟାରଷ୍ଟ୍ରିପ ନିର୍ମାଣ ହେଉଛି । ଜିଲ୍ଲାବାସୀଙ୍କ ସ୍ବପ୍ନ ପୂରଣ ହେବ । 2 ଶହ ଏକ ଜମିରେ ଏୟାରଷ୍ଟ୍ରିପ କାର୍ଯ୍ୟ ଜାରି ରହିଛି ।''

ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କୁ ଜିଲ୍ଲାପାଳ ବିଶାଲ ସିଂ ସ୍ବାଗତ ଜଣାଇଥିଲେ । ଏହାସହିତ ଏୟାରଷ୍ଟ୍ରିପ କାର୍ଯ୍ୟର ଅଗ୍ରଗତି ବିଷୟରେ ସମସ୍ତ ସୂଚନା ପ୍ରଦାନ କରିଥିଲେ । ପ୍ରମୁଖ ଶାସନ ସଚିବ ଉଷା ପାଢୀ ଗଉଡଗୁଡାସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଓ ସରକାରୀ ପଲିଟେକନିକ ଅନୁଷ୍ଠାନ ପରିଦର୍ଶନ କରିଥିଲେ । ସେଠାରେ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରି ଖୁସି ବ୍ୟକ୍ତ କରିଥିଲେ । ବର୍ତ୍ତମାନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଁ ଅଭିଯାନ ଚାଲିଛି । ଏହି ଅଭିଯାନରେ ମାଲକାନାଗିରି ଜିଲ୍ଲା ପାଇଁ ଉଷା ପାଢୀ ନୋଡାଲ ଅଧିକାରୀ ଅଛନ୍ତି । ସରକାରୀ ଆଇଟିଆଇକୁ ଚିତ୍ରକୋଣ୍ଡା ଏସଏସଡି ହାଇସ୍କୁଲ ଏବଂ ସରକାରୀ ପଲିଟେକନିକକୁ କରୁକୁଣ୍ଡା ହାଇସ୍କୁଲର ଛାତ୍ରୀମାନେ ପରିଦର୍ଶନରେ ଆସିଥିଲେ । ଉଷା ପାଢୀ ମଧ୍ୟ ଆଇଟିଆଇରେ ସିଟିଟିସି ମିନି ଟୁଲରୁମ୍ ମଧ୍ୟ ବୁଲି ଦେଖିଥିଲେ । କିଭଳି ଅଧିକରୁ ଅଧିକ ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷାରେ ଯୋଗଦାନ କରିବେ ସେଥିପ୍ରତି ଯତ୍ନବାନ ହେବାକୁ ସେ ଆହ୍ବାନ କରିଛନ୍ତି ।

ଏହା ବି ପଢନ୍ତୁ...ରାୟପୁରରେ କଂଗ୍ରେସ ମହାଅଧିବେଶନ, ଓଡ଼ିଶାରୁ ୬୦୦ ନେତୃବୃନ୍ଦ ସାମିଲ

ସେହିପରି ପରିବହନ ବିଭାଗ ସମୀକ୍ଷାରେ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତକୁ କିଭଳି ବିଜୁ ଗାଁ ଗାଡି ଚାଲିବ ସେନେଇ ମନ୍ତ୍ରୀ ଟୁକୁନୀ ସାହୁ ଗୁରୁତ୍ବାରୋପ କରିଛନ୍ତି । ଏହି ଗସ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଉପ ଜିଲ୍ଲପାଳ, ଜିଲ୍ଲା ନିୟୋଜନ ଅଧିକାରୀଙ୍କ ସମେତ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.