ETV Bharat / state

ଚିତ୍ରକୋଣ୍ଡାରେ ଗଣଶିକ୍ଷା ମନ୍ତ୍ରୀ, ବୁଲିବୁଲି ପିଲାଙ୍କୁ ପଚାରିଲେ ପାଠ - minister samir das

ସ୍ବାଭିମାନ ଅଞ୍ଚଳରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେ ଏଠାରେ ପହଞ୍ଚିବା ପରେ ତାଙ୍କୁ ଫୁଲ ମାଳା ପିନ୍ଧାଇ ପାରମ୍ପରିକ ଲୋକନୃତ୍ୟରେ ପାଛୋଟି ନେଇଛନ୍ତି ଆଦିବାସୀ । ଏହି ଅବସରରେ ସେ ବଡପଦର, ବଡପଡା, ଯନ୍ତ୍ରୀ ଓ ଜୋଡାଆମ୍ବ ପଞ୍ଚାୟତର ଗୋଟିଏ ପରେ ଗୋଟିଏ ବିଦ୍ୟାଳୟକୁ ଯାଇ ପିଲାଙ୍କ ପାଠ ବାବଦରେ ପଚାରି ବୁଝିଛନ୍ତି ।

ଡିଜାଇନ ଫଟୋ
author img

By

Published : Oct 31, 2019, 10:07 PM IST

ମାଲକାନଗିରି: ବିଚ୍ଛିନ୍ନାଞ୍ଚଳ ନାମରେ ଜଣାଶୁଣା ଥିବା ମାଲକାନଗିରି ଚିତ୍ରକୋଣ୍ଡାରେ ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ପାଦ ପଡିଛି । ସ୍ବାଭିମାନ ଅଞ୍ଚଳରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପାଦ ଥାପିବା ପରେ ତାଙ୍କୁ ଫୁଲ ମାଳା ପିନ୍ଧାଇ ପାରମ୍ପରିକ ଲୋକନୃତ୍ୟରେ ପାଛୋଟି ନେଇଛନ୍ତି ଆଦିବାସୀ । ବଡପଦର, ବଡପଡା, ଯନ୍ତ୍ରୀ ଓ ଜୋଡାଆମ୍ବ ପଞ୍ଚାୟତର ଗୋଟିଏ ପରେ ଗୋଟିଏ ବିଦ୍ୟାଳୟକୁ ଯାଇ ପିଲାଙ୍କ ପାଠ ବାବଦରେ ପଚାରି ବୁଝିଛନ୍ତି ମନ୍ତ୍ରୀ । କେବଳ ଏତିକି ନୁହେଁ ସ୍ବାଭିମାନ ଅଞ୍ଚଳର ଆଦିବାସୀ ପିଲାଙ୍କ ସହ ବସି ମଧ୍ୟାନ୍ନ ଭୋଜନ ମଧ୍ୟ କରିଛନ୍ତି ସେ ।

ଚିତ୍ରକୋଣ୍ଡାରେ ଗଣଶିକ୍ଷା ମନ୍ତ୍ରୀ, ବୁଲି ବୁଲି ପିଲାଙ୍କୁ ପଚାରିଲେ ପାଠ

ନକ୍ସଲଙ୍କ ଭୟରେ ପୂର୍ବରୁ କୌଣସି ମନ୍ତ୍ରୀ ଚାରି ଚକିଆ ଯାନରେ ଚିତ୍ରକୋଣ୍ଡା ଅଞ୍ଚଳକୁ ଯାଇନଥିବାବେଳେ ମନ୍ତ୍ରୀ ଏକା ଥରକେ ସ୍ବାଭିମାନ ଅଞ୍ଚଳର ସବୁ ଗାଁ ବୁଲିଥିବାରୁ ଏହାକୁ ନେଇ ଖୁସି ଅଛନ୍ତି ଲୋକେ । ମନ୍ତ୍ରୀ ସମୀର ଦାସ ପ୍ରଥମ ଥର ଗସ୍ତ କରିବାର ଗୌରବ ଅର୍ଜନ କରିଥିବାବେଳେ ଏଠାରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବାରେ ଜୋର ଦେଇଛନ୍ତି । ଆଦିବାସୀ ଲୋକେ ସ୍ବାଭିମାନୀ ହେବାକୁ ହେଲେ ପ୍ରଥମେ ତାଙ୍କୁ ଶିକ୍ଷିତ ହେବାକୁ ପଡିବ ବୋଲି ମନ୍ତ୍ରୀ ଗସ୍ତ ଅବସରରେ କହିଛନ୍ତି ।

ସ୍ବାଭିମାନ ଅଞ୍ଚଳରେ ମନ୍ତ୍ରୀଙ୍କ ପାଦ ପଡିବା ପରେ ଖୁସି ହୋଇଥିବା ଆଦିବାସୀ, ପ୍ରକୃତରେ ଖୁସି ସେତେବେଳେ ହେବେ ଯେତେବେଳେ ଶିକ୍ଷା କ୍ଷେତ୍ରରେ ଏଠାକାର ଚିତ୍ର ବଦଳିବ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.