ମାଲକାନଗିରି: ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହି ଅବସରରେ ମାଲକାନଗିରି ଜିଲ୍ଲାରେ ରେଗୁଲାର ଓ ଏକ୍ସ ରେଗୁଲାର ମିସି ସମୁଦାୟ ୭୨୭୧ ଛାତ୍ରଛାତ୍ରୀ ଦେବେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ଯାହାକୁ ନେଇ ମାଲକାନଗିରି ଜିଲ୍ଲାରେ ଗଣ ଶିକ୍ଷା ବିଭାଗର ପକ୍ଷରୁ ହୋଇଛି ଜୋରଦାର ପ୍ରସ୍ତୁତି । ଜିଲ୍ଲାରେ ସମୁଦାୟ ୪୪ଟି ସେଣ୍ଟର ଥିବାବେଳେ ୧୦ଟି ନୋଡାଲ୍ ସେଣ୍ଟର ହୋଇଥିବା କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।
ସେହିପରି ଜିଲ୍ଲ୍ଲାକୁ ଆସିଥିବା ପ୍ରଶ୍ନ ପତ୍ର ଗୁଡିକୁ ୮ଟି ଥାନା ଏମ୍ ଭି 79, କାଲିମେଳା ,ପଡିଆ , ମାଲକାନଗିରି , ମାଥିଲି , ମୁଦୁଲିପଡା , ଓରକେଲ୍ , ଚିତ୍ରକୁଣ୍ଡା ଓ ବଡପଡା ଥାନା ସହ ୨ଟି ଫାଣ୍ଡି ପଟେରୁ ଓ କୁଡୁମୁଲୁଗୁମ୍ମା ଫାଣ୍ଡିରେ କଡା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍ ମଧ୍ୟରେ ରଖାଯାଇଛି ପ୍ରଶ୍ନ ପତ୍ର । ସେହିଭଳି ଜିଲ୍ଲାରେ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ଜିଲ୍ଲା ପ୍ରଶାସନ , ଜିଲ୍ଲାଶିକ୍ଷା ବିଭାଗ ଓ ରାଜ୍ୟ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ସମସ୍ତ ସେଣ୍ଟରର ସୁପରିଟେଣ୍ଡ ମାନେ ସକାଳ ୫ଟା ସମୟରେ ଷ୍ଟ୍ରଙ୍ଗ ରୁମ୍ ଯାଇ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନ ପତ୍ର ଆଣିବେ କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ମାନସ ରଞ୍ଜନ ଜେନା । ଏଥି ସହ ଛାତ୍ରଛାତ୍ରୀ ମାନଙ୍କୁ ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ସୂଚନା ଯୋଗ୍ୟ ଯେ, ଗତ ଓଟିଇଟି ପରୀକ୍ଷା ସମୟରେ ମାଲକାନଗିରିରେ ହିଁ ପ୍ରଶ୍ନ ପତ୍ର ଲିକ୍ ହୋଇ ଉତ୍ତର ମୋବାଲ୍ ଠୁ ମୋବାଇଲ ଘୁରି ବୁଲିଥିଲା ।
ଏହା ମଧ୍ୟ ପଢନ୍ତୁ- 'ନବ ଦାସ ନିଆଁ ଲିଭିବ ନାହିଁ, ବଢୁଥିବା ସନ୍ଦେହକୁ ଦୂର କରନ୍ତୁ ସରକାର'
ପ୍ରକାଶ ଥାଉକି, ଆସନ୍ତା କାଲି ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଓପନ ସ୍କୁଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ସକାଳ 8ଟା ରୁ 10ଟା ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷ ପରୀକ୍ଷା ଦେବେ 5 ଲକ୍ଷ 41 ହଜାର 247 ପିଲା। ଏଥିପାଇଁ 3218 ପରୀକ୍ଷା କେନ୍ଦ୍ର ସହ 316 ନୋଡାଲ ସେଣ୍ଟର କରାଯାଇଛି । ମାଓ ଅଞ୍ଚଳରେ 22ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ଏଥି ମଧ୍ୟରେ କନ୍ଧମାଳ ରେ 7 ଟି, କୋରାପୁଟ ରେ 5 ଟି ଏବଂ ମାଲକାନଗିରି ରେ 10 ଟି ପୋଲିସ ଷ୍ଟେସନ ରେ ନୋଡାଲ ସେଣ୍ଟର କରାଯାଇଛି।
ଇଟିଭି ଭାରତ, ମାଲକାନଗିରି