ମାଲକାନଗିରି: ପୁଣି ଗର୍ଜିଲେ ବିଚ୍ଛିନ୍ନାଞ୍ଚଳବାସୀ । କୋରୋନା କଟକଣାକୁ ଉଲ୍ଲଂଘନ କରି ପୁଣି ଶନିବାର ଗର୍ଜିଛନ୍ତି ବିଚ୍ଛିନ୍ନ ଅଞ୍ଚଳର ଅଧିବାସୀ। ବିଛିନ୍ନ ଅଂଚଳର ପଣସପୁଟ,ଅଣ୍ଡରାପାଲି,ଯୋଡାମ୍ଭ,ଗାଜଳମାମୁଡ଼ି ଓ ନାକାମାମୁଡ଼ି ପଞ୍ଚାୟତର ହଜାର ହଜାର ଅଧିବାସୀମାନେ ମାଲକାନଗିରି ଜିଲ୍ଲାର ବିଛିନ୍ନା ଅଞ୍ଚଳରେ ଥିବା ପଣସପୁଟ ଗ୍ରାମରେ ଏକଜୁଟ ହୋଇ ସରକାର ଓ ପ୍ରଶାସନର ବିରୋଧରେ ସ୍ଵର ଉତ୍ତୋଳନ କରିଥିଲେ।
ସେମାନେ ଆଜି ୯ଦଫା ନେଇ ସରକାରଙ୍କ ପାଖରେ ଦାବି ରଖିଛନ୍ତି। ମୁଖ୍ୟ ଦାବି ହେଉଛି କୋରୋନା ଯୋଗୁଁ ବିଚ୍ଛିନ୍ନା ଅଞ୍ଚଳରେ ଆର୍ଥିକ ସ୍ଥିତିକୁ ବହୁତ ଖରାପ ହୋଇଛି। ସେମାନଙ୍କୁ ୨୦୦ଦିନର MGNREGA କାର୍ଯ୍ୟ ପ୍ରଦାନ କରାଯାଉ ଏବଂ ଦିନମଜୁରିଆଙ୍କୁ ୫୦୦ ଦୈନିକ ମଜୁରୀ ଦେବା ସହ ଡାଲି, ଚାଉଳ, ଆଳୁ ପିଆଜ, ତେଲ ଓ ପନିପରିବା ସରକାର ଯୋଗାଇ ଦିଆଯିବ ଉଚିତ ବୋଲି କହିଛନ୍ତି।
ଆହୁରୀ ମଧ୍ୟ ସେମାନେ ଦାବି କରିଛନ୍ତି ୬ଟି ପଞ୍ଚାୟତରେ ମେଡିକାଲ ସହ ଏମବିବିଏସ ଡାକ୍ତର ଦରକାର। ବିଚ୍ଛିନ୍ନା ଅଂଚଳରେ ଥିବା ଶିକ୍ଷିତ ଯୁବକଯୁବତୀ ମାନକୁ ଚାକରି ଯୋଗାଇ ଦିଆଯାଉ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ