ମାଲକାନଗିରି: ପୁଣି ଦେଖିବାକୁ ମିଳିଲା ମାଓ ତାଣ୍ଡବ। ସରକାରଙ୍କୁ ବିରୋଧ କରି ଗୋଟିଏ କି ଦୁଇଟି ନୁହେଁ ଏକା ଥରକେ 10ରୁ ଉର୍ଦ୍ଧ୍ବ ଗାଡି ପୋଡିଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ଚେରପାଲ୍ଲୀ ନଦୀ ମୁହାଣରେ ମାଓବାଦୀମାନେ 10ରୁ ଅଧିକ ଗାଡି ପୋଡିଛନ୍ତି ।
ନଦୀ ପଠାରୁ ବାଲି ଉଠାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଏହି ଗାଡିକୁ 40ରୁ ଅଧିକ ମାଓବାଦୀ ପୋଡିଥିବା ସୂଚନା ମିଳିଛି । ପୂର୍ବରୁ ମାଓବାଦୀ ମାନେ ବାଲି ଉଠାକୁ ବିରୋଧ କରିବା ସହ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ କରୁଥିଲେ । ହେଲେ ମାଓବାଦୀଙ୍କ ଧମକ ସତ୍ତ୍ବେ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ଚାଲୁଥିବାରୁ ମାଓବାଦୀମାନେ ଗାଡି ପୋଡିଥିବା କୁହାଯାଉଛି ।
ଗାଡି ପୋଡା ଯିବା ପରେ ଘଟଣାସ୍ଥଳରେ ଭୟର ବାତାବରଣ ଦେଖାଦେଇଛି। ସେପଟେ ବିଜାପୁର ପୋଲିସ ପକ୍ଷରୁ ସୁରକ୍ଷା କର୍ମୀଙ୍କୁ ଘଟଣାସ୍ଥଳକୁ ପଠା ଯାଇଥିବା ଜଣାପଡିଛି।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ