ETV Bharat / state

ପୋଲିସ ଇନଫର୍ମର ସନ୍ଦେହ: ବଣ୍ଡା ଯୁବକଙ୍କୁ ନିସ୍ତୁକ ମାଡ଼

author img

By

Published : Sep 24, 2019, 12:45 PM IST

ମାଲକାନଗିରିରେ ବଣ୍ଡା ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ନିସ୍ତୁକ ମାଡ ମାରିଛନ୍ତି । ଯୁବକ ଜଣକ ଗୁରୁତର ହୋଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲାକାନଗିରି: କିଛି ଦିନର ନିରବତା ପରେ ପୁଣି ଥରେ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ଅତ୍ୟାଚାରର ଚିତ୍ର । ଖୈରପୁଟ ବ୍ଲକ ଅନ୍ତର୍ଗତ ପୁଜାରିଗୁଡା ଗ୍ରାମର ଜଣେ ବଣ୍ଡା ଯୁବକଙ୍କୁ ମାଓବାଦୀ ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ନିସ୍ତୁକ ମାଡ଼ ମାରି ଗୁରୁତର କରି ଦେଇଛନ୍ତି ।

ସୂଚନା ଅନୁସାରେ ବଣ୍ଡା ଯୁବକ ଘରେ ଶୋଇଥିବାବେଳେ ୧୦ରୁ ୧୫ ଜଣ ମାଓବାଦୀ ଗାଁକୁ ଆସି ତାଙ୍କୁ ଡାକି ନେଇଥିଲେ । ପରେ ଉକ୍ତ ଯୁବକଙ୍କୁ ନିର୍ଧୁମ ପିଟିଛନ୍ତି । ଜଙ୍ଗଲ ଭିତରେ ଯୁବକ ଜଣକ ଅଚେତ ଅବସ୍ଥାରେ ପଡିରହିଥିବାବେଳେ ଗାଁ ଲୋକେ ଉଦ୍ଧାର କରି ଖୈରପୁଟ ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ମାଲକାନଗିରି ସଦର ଡାକ୍ତରଖାନାରେ ଭାଷ୍କର କିର୍ଷାନୀଙ୍କ ଚିକିତ୍ସା ଚାଲିଛି । ମାଓବାଦୀଙ୍କ ମାଡ଼ରେ ଭାଷ୍କରଙ୍କର ଦେହର ଅନେକ ହାଡ ଭାଙ୍ଗିଯାଇଥିବାବେଳେ ମୁଣ୍ଡରେ ମଧ୍ୟ ଶକ୍ତ ଆଘାତ ଲାଗିଛି । ଆବଶ୍ୟକ ପଡ଼ିଲେ ଅନ୍ୟତ୍ର ସ୍ଥାନାନ୍ତର ହୋଇପାରନ୍ତି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:କିଛି ଦିନର ନିରବତା ପରେ ପୁଣି ଥରେ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ଅତ୍ୟାଚାରର ଚିତ୍ର ।Body:ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ ପୁଜାରିଗୁଡା ଗ୍ରାମର ଜଣେ ବଣ୍ଡା ଯୁବକଙ୍କୁ ନକ୍ସଲ ମାନେ ନିସ୍ତୁକ ଭାବେ ପିଟିଛନ୍ତି । ଭାଷ୍କର କିର୍ଷାନି ନାମକ ଏହି ଯୁବକ ଘରେ ଶୋଇଥିବା ବେଳେ ୧୦ ରୁ ୧୫ ଜଣ ଶସନ୍ତ୍ର ନକ୍ସଲ ଗାଁରେ ଆସି ତାଙ୍କୁ ଡାକି ନେଇଥିଲେ । ପରେ ପୋଲିସ ଇନଫରମର ସନ୍ଦେହରେ ନକ୍ସଲ ମାନେ ଯୁବକଙ୍କୁ ନିର୍ଧୁମ ପିଟିଛନ୍ତି । ଜଙ୍ଗଲ ଭିତରେ ଯୁବକ ଜଣକ ଅଚେତ ଅବସ୍ତାରେ ପଡିରହିଥିବା ବେଳେ ଗାଁ ଲୋକେ ଉଦ୍ଧାର କରି ଖୈରପୁଟ ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ ତେବେ ତାଙ୍କ ଅବସ୍ତା ଗୁରୁତର ରହିଥିବାରୁ ଜିଲ୍ଲା ସଦର ଚିକିତ୍ସାଳୟକୁ ସ୍ତାନନ୍ତର କରାଯାଇଛି । ବର୍ତ୍ତମାନ ମାଲକାନଗିରି ସଦର ଡାକ୍ତର ଖାନାରେ ଭାଷ୍କର କିର୍ଷାନିଙ୍କ ଚିକିତ୍ସା ଚାଲିଛି । ଭାଶ୍କରଙ୍କ ଦେହର ଅନେକ ହାଡ ଭାଙ୍ଗିଥିବା ବେଳେ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ତେଣୁ ଆବଶ୍ୟକ ହେଲେ ତାଙ୍କୁ ଅଧିକା ଚିକିତ୍ସା ଲାଗି ବାହାରକୁ ମଧ୍ୟ ପଠାଯାଇ ପାରେ ବୋଲି ଡାକ୍ତର କହିଛନ୍ତି Conclusion:ବାଇଟ – ଅନିଲ କୁମାର ଦାଶ, ଏ.ଡି.ଏମ.ଓ, ମାଲକାନଗିରି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.