ETV Bharat / state

ମାଓ ଦମନ ସତ୍ତ୍ବେ ଲାଲବାହିନୀର ବିଜୟ ଦିବସ ପାଳିତ - ମାଲକାନଗିରି ଲାଟେଷ୍ଟ ନ୍ୟୁଜ୍‌

ଦିନକୁ ଦିନ ବଢି ଚାଲିଥିବା ମାଓ ହିଂସାକୁ ନଜରରେ ରଖି ସାରା ଦେଶରେ ଜାରି ରହିଛି ମାଓ ଦମନ କାର୍ଯ୍ୟକ୍ରମ । ତଥାପି କାନ୍ଧରେ ଅତ୍ୟାଧୁନିକ ବନ୍ଧୁକ ଓ ହାତରେ ବାଜା ବଜେଇ ନାଚଗୀତରେ ମସଗୁଲ ଲାଲବାହିନୀ । ଅଧିକ ପଢନ୍ତୁ...

maoist victory day, mao victory day, malkangiri latest news, maoists celebration in malkangiri, ମାଓବାଦୀଙ୍କ ବିଜୟ ଦିବସ, ମାଓ ବିଜୟ ଦିବସ, ମାଲକାନଗିରି ଲାଟେଷ୍ଟ ନ୍ୟୁଜ୍‌, ମାଲକାନଗିରିରେ ମାଓବାଦୀଙ୍କ ଉତ୍ସାହ
ମାଓ ଦମନ ସତ୍ତ୍ବେ ଲାଲବାହିନୀର ବିଜୟ ଦିବସ ପାଳନ
author img

By

Published : Aug 11, 2020, 12:36 PM IST

Updated : Aug 11, 2020, 1:38 PM IST

ମାଲକାନଗିରି: ଦିନକୁ ଦିନ ବଢି ଚାଲିଥିବା ମାଓ ହିଂସାକୁ ନଜରରେ ରଖି ସାରା ଦେଶରେ ଜାରି ରହିଛି ମାଓ ଦମନ କାର୍ଯ୍ୟକ୍ରମ । ତଥାପି କାନ୍ଧରେ ଅତ୍ୟାଧୁନିକ ବନ୍ଧୁକ ଓ ହାତରେ ବାଜା ବଜେଇ ନାଚଗୀତରେ ମସଗୁଲ ଲାଲବାହିନୀ । ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ଛତିଶଗଡରେ ନିଜ ସ୍ଥିତି ଜାହିର କରିଛି ମାଓ ସଙ୍ଗଠନ । ବିଜୟ ଦିବସ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ଅନୁମାନ କରାଯାଉଛି ।

ମାଓ ଦମନ ସତ୍ତ୍ବେ ଲାଲବାହିନୀର ବିଜୟ ଦିବସ ପାଳିତ

ଗତ ଜୁଲାଇ 28ରୁ ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ମାଓବାଦୀ ପାଳିଥିଲେ ଶହୀଦ ସପ୍ତାହ । ଆଉ ଏହା ସଫଳ ହେବ ପରେ ମାଓବାଦୀ ପାଳୁଛନ୍ତି ବିଜୟ ଉତ୍ସବ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମା, ଦନ୍ତେୱାଡା ଏବଂ ବିଜାପୁରର ସୀମାବର୍ତ୍ତି ଜଙ୍ଗଲରେ । ମାଓବାଦୀଙ୍କ ଏହି କାର୍ଯ୍ୟକ୍ରମ 3 ଦିନ ଧରି ଚାଲିଥିଲା । ଏହାକୁ ଦକ୍ଷିଣ ବସ୍ତର ବ୍ୟୁରୋ ମାଓ ସଙ୍ଗଠନ ପକ୍ଷରୁ ଆୟୋଜିତ କରାଯାଇଥିଲା ।

ତେବେ ଏତେ ସଂଖ୍ୟକ ମାଓ ସମର୍ଥକ ସହ ଏତେ ବଡ଼ ମାଓବାଦୀଙ୍କ କାର୍ଯ୍ୟକ୍ରମ ଦେଖି ମାଓବାଦୀ ସଙ୍ଗଠନର ସ୍ଥିତି ସ୍ପଷ୍ଟ ଅନୁମେୟ ହେଉଥିବା ବେଳେ ଏଭଳି କାର୍ଯ୍ୟକ୍ରମର ଟେର ମଧ୍ୟ ପାଇ ପାରିନଥିଲା ପୋଲିସ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Aug 11, 2020, 1:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.