ମାଲକାନଗିରି: ନିଜେ ଗାତରେ ନିଜେ ଫସିଛନ୍ତି ମାଓବାଦୀ । ଜିଲ୍ଲାର ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାର ଆମାବେଡା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜିଥିବା IED ବୋମା ବିସ୍ଫୋରଣରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ଆମାବେଡାରେ ଜଗିଥିବା ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ IED ବୋମା ଖଞ୍ଜିଥିଲେ । କିନ୍ତୁ ସୁରକ୍ଷାକର୍ମୀଙ୍କ ବଦଳରେ ଏହି ବୋମା ବିସ୍ଫୋରଣର ଶିକାର ହୋଇଛନ୍ତି ମାଓବାଦୀ । ତେବେ ବୋମା ବିସ୍ଫୋରଣର ଶିକାର ହୋଇ ଜଣେ ମାଓବାଦୀର ମୃ୍ତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ଏନେଇ ମାଓ ସଙ୍ଗଠନ ପୋଷ୍ଟର ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । କମ୍ରେଡ଼ ସହଦେଵ ବେଡ଼ଦା ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ଉତ୍ତର ବସ୍ତର ଡିଭିଜନ କମ୍ମିଟି ପ୍ରବକ୍ତା ସୁଖଦେଵ କାବଡେ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ