ETV Bharat / state

ନୂଆପଡାରେ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ

author img

By

Published : Aug 19, 2023, 1:57 PM IST

ନୂଆପଡା ଜିଲ୍ଲା ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଅଧିକ ପଢନ୍ତୁ

ନୂଆପଡାରେ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ
ନୂଆପଡାରେ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ

ନୂଆପଡା: ନୂଆପଡାରେ ଠାବ ହେଲା ମାଓ କ୍ୟାମ୍ପ । ନୂଆପଡା ଜିଲ୍ଲା ପାଟଧରା ସଂରକ୍ଷିତ ଜଙ୍ଗଲରେ ମିଳିତ କମ୍ବିଂ ଅପରେସନ ବେଳେ ଯବାନମାନେ ଏକ ମାଓ କ୍ୟାମ୍ପ ଠାବ କରିଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଯବାନ ମାଓ କ୍ୟାମ୍ପ ଦଖଲ କରି ଡିଟୋନେଟର, ରେଡ଼ିଓ, ବ୍ୟାଟେରୀ, ମୋବାଇଲ ଚାର୍ଜର, ଟର୍ଚ୍ଚ ଲାଇଟ, ପାଣି ବୋତଲ, ମାଓ ପୋଷାକ, ମାଓ ଜୋତା, ମାଓ ପୁସ୍ତିକା, ଧାରୁଆ ଅସ୍ତ୍ର ଭଳି ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛନ୍ତି । ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ନୂଆପଡା ଏସପି ଜି ରାଘବେନ୍ଦ୍ର ରେଡ୍ଡି ।

ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓ ଗତିବିଧି ନେଇ ଗତ ୧୭ ତାରିଖରେ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଛତିଶଗଡ଼ ଓଡ଼ିଶା ସୀମାନ୍ତ ନୂଆପଡା ଜିଲ୍ଲା ପାଟଧରା ସଂରକ୍ଷିତ ଜଙ୍ଗଲର ଝୋଲାପଡା ନିକଟସ୍ଥ ଜଙ୍ଗଲରେ ମାଓ କ୍ୟାମ୍ପ ରହିଛି । ମାଓବାଦୀମାନେ କିଛି ଅଘଟଣ ଘଟାଇବା ପାଇଁ ଯୋଜନା କରୁଥିବା ନେଇ ସୂଚନା ପାଇ ନୂଆପଡା ଏସପି ଜି ରାଘବେନ୍ଦ୍ର ରେଡ୍ଡିଙ୍କ ନିର୍ଦ୍ଦେଶ କ୍ରମେ ମିଳିତ କମ୍ବିଂ ଅପରେସନକୁ ଜୋରଦାର କରିଥିଲେ ଯବାନ । ଏଥିରେ ଏସଓଜି, ଡିଭିଏଫ, ସିଆରପିଏଫ, କୋବ୍ରା ବାଟାଲିୟନର ଯବାନ ସାମିଲ ହୋଇଥିଲେ ।

ଯବାନମାନେ ମାଓ ପ୍ରବଣ ଝୋଲପଡା ଜଙ୍ଗଲରେ ପଶିବା ବେଳେ ତାଙ୍କୁ ଦେଖି ମାଓବାଦୀମାନେ କ୍ୟାମ୍ପ ଛାଡି ଛତ୍ରଭଙ୍ଗ ଦେଇଥିଲେ । ଏହାପରେ ଯବାନ ମାଓ କ୍ୟାମ୍ପକୁ ଦଖଲ କରି ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଥିଲେ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ନୂଆପଡା ଏସପି ।

ଏହାମଧ୍ୟ ପଢନ୍ତୁ: ଝାଡ଼ଖଣ୍ଡରେ ପୋଲିସ ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟର: ଓଡ଼ିଆ ଯବାନ ଶହୀଦ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ଝାଡଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲାର ଜଙ୍ଗଲରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ଶହୀଦ ହୋଇଯାଇଥିଲେ । ଏନକାଉଣ୍ଟର ବେଳେ ତାଙ୍କ ଦେହରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଥିବା ବେଳେ ସେଠାରେ ସେ ଆଖି ବୁଜିଥିଲେ । ଶହୀଦ ଯବାନଙ୍କ ଘରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ । ଏହି ଘଟଣାର ଚାରି ଦିନ ପରେ ଏଠାରେ ପୁଣି ଦୁଇ ଜଣ ଯବାନ ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ସ୍ବାଧୀନତା ଦିବସ ପୂର୍ବରୁ ଝାଡଖଣ୍ଡରେ ପୁଣି ନକ୍ସଲ ଆକ୍ରମଣ; ୨ ଯବାନ ଶହୀଦ

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.